Rishabh Pant Car Accident: ଋଷଭଙ୍କ ପାଇଁ ପ୍ରାର୍ଥନା କରି ଫସିଲେ ଉର୍ବଶୀ, ଟ୍ରୋଲର୍ସ କହିଲେ ବନ୍ଦ କର ଏସବୁ !
Advertisement
Article Detail0/zeeodisha/odisha1507601

Rishabh Pant Car Accident: ଋଷଭଙ୍କ ପାଇଁ ପ୍ରାର୍ଥନା କରି ଫସିଲେ ଉର୍ବଶୀ, ଟ୍ରୋଲର୍ସ କହିଲେ ବନ୍ଦ କର ଏସବୁ !

Rishabh Pant Car Accident: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଛନ୍ତି ଋଷଭ ପନ୍ତ । ତାଙ୍କୁ ପିଠି, ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଦିଲ୍ଲୀ-ଡେରାଡୁନ୍ ହାଇୱେରେ ଋଷଭଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ କାରଟି ସମ୍ପୂର୍ଣ୍ଣ ଜଳି ପାଉଁଷ ହୋଇ ଯାଇଛି ।

Rishabh Pant Car Accident: ଋଷଭଙ୍କ ପାଇଁ ପ୍ରାର୍ଥନା କରି ଫସିଲେ ଉର୍ବଶୀ, ଟ୍ରୋଲର୍ସ କହିଲେ ବନ୍ଦ କର ଏସବୁ !

Rishabh Pant Car Accident: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ହୋଇଛନ୍ତି ଋଷଭ ପନ୍ତ । ତାଙ୍କୁ ପିଠି, ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଦିଲ୍ଲୀ-ଡେରାଡୁନ୍ ହାଇୱେରେ ଋଷଭଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ କାରଟି ସମ୍ପୂର୍ଣ୍ଣ ଜଳି ପାଉଁଷ ହୋଇ ଯାଇଛି ।  ଋଷଭ ପନ୍ତ କାରରେ ଏକୁଟିଆ ଥିଲେ, ସେ ନିଜେ ଗାଡି ଚଳାଉଥିଲେ । ତାଙ୍କୁ ଦେହରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିଲାରେ ଚିକିତ୍ସା ହେଉଥିବାର ଫଟୋ ମଧ୍ୟ ବର୍ତ୍ତମାନ ଭାଇରାଲ ହେଉଛି । ଯେଉଁଥିରେ ତାଙ୍କୁ ଗୁରୁତର ଆଘାତ ଲାଗିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ।

ଏହି ସମୟରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଏଥି ସହିତ ଏସବୁ ମଧ୍ୟରେ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ଋଷଭଙ୍କ ପାଇଁ ଏକ ଜବରଦସ୍ତ ପୋଷ୍ଟ କରିଛନ୍ତି । ନିଜ ଇନଷ୍ଟାରେ ଅଭିନେତ୍ରୀ ଜଣକ ନିଜର ଏକ ଫଟୋ ସେୟାର କରି କ୍ୟାପସନରେ 'ପ୍ରେଇଙ୍ଗି' ଅର୍ଥାତ ପ୍ରାର୍ଥନା ବୋଲି ଲେଖିଛନ୍ତି ।  ଅଭିନେତ୍ରୀଙ୍କ ଏହି ପୋଷ୍ଟ ମାଧ୍ୟମରେ ଋଷଭଙ୍କ ଆଶୁ ଆରୋଗ ପାଇଁ ପ୍ରାର୍ଥନା କରୁଛନ୍ତି ବୋଲି କୁହାଯାଉଛି । ତେବେ, ଅଭିନେତ୍ରୀଙ୍କ ଏଭଳି ପୋଷ୍ଟକୁ ନେଇ କିଛି ଟ୍ରୋଲର୍ସ ଉର୍ବଶୀଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । 

 

 

ଏହାବି ପଢନ୍ତୁ  : Elina Samantray: ଶିକ୍ଷୟିତ୍ରୀ ହେବାକୁ ଚାହୁଁଥିବା ଏଲିନା କାହିଁକି ଅଭିନୟ ଦୁନିଆରେ ଥାପିଥିଲେ ପାଦ...

ଏହାବି ପଢନ୍ତୁ  :  Sushant Singh Rajput: ମୃତ୍ୟୁ ପୂର୍ବ ଦିନର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ରିୟାଙ୍କ ପାଇଁ...

ସୂଚନା ଅନୁସାରେ, ଦିଲ୍ଲୀରୁ ଘରକୁ ଫେରୁଥିବା ସମୟରେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପନ୍ତଙ୍କୁ ତୁରନ୍ତ ରୁଡକିରୁ ଦିଲ୍ଲୀ ପଠାଯାଇଥିଲା । ତାଙ୍କ ଅବସ୍ଥା ସ୍ଥିର ରହିଛି । କ୍ରିକେଟର ନିଜେ କହିଛନ୍ତି ଯେ ଦୁର୍ଘଟଣା ସମୟରେ ସେ ନିଜେ କାର ଚଳାଉଥିଲେ ଏବଂ ରାତି ଅଧିକ ହୋଇଥିବାରୁ ତାଙ୍କ ଆଖି ମଧ୍ୟ ଲାଗିଯାଇଥିଲା ।  ପରେ ନିୟନ୍ତ୍ରଣ ହରାଇ ତାଙ୍କ କାର ଡିଭାଇଡରରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣା ପରେ ଋଷଭ କାରର ଝରକା ଭାଙ୍ଗି ବାହାରକୁ ଚାଲି ଆସିଥିଲେ । ଦୁର୍ଘଟଣା ପରେ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପନ୍ତଙ୍କୁ ଦିଲ୍ଲୀ ରୋଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲା । ଏହା ପରେ ଅଗ୍ନିଶମ ବିଭାଗର ଟିମ୍ ଜଳୁଥିବା ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ । ଡାକ୍ତରଙ୍କ କହିବା ମୁତାବକ, ଋଷଭଙ୍କ ଗୋଡରେ ଗମ୍ଭୀର ଆଘାତ ଲାଗିଛି ।