ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ଫରେଷ୍ଟ୍ରୀ କଲେଜରେ ପଢୁଛ କାହିଁ, ଜୋତା ସଫା କରିବା ପାଇଁ । ଆଜି କିଛି ଏଭଳି ଢଙ୍ଗରେ ଆନ୍ଦୋଳନ କରିଛନ୍ତି ଫରେଷ୍ଟ୍ରୀ ଛାତ୍ରଛାତ୍ରୀ  । ଓୟୁଏଟି କ୍ୟାମ୍ପସରେ ଫରେଷ୍ଟ୍ରୀ ଛାତ୍ରଛାତ୍ରୀ ମାନେ ଆଜି ଜୋତା ପଲିସ୍ କରି ଅଭିନବ ଉପାୟରେ ନିଜ ଦାବୀ ପୂରଣ କରିବା ପାଇଁ ପ୍ରତିବାଦ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଜୋତା ପଲିସ୍ (Shoe Polish) କରି ନାରାବାଜି ଦେଇ ଆନ୍ଦୋଳନ କରିଛନ୍ତି । ଫରେଷ୍ଟ ବିଭାଗର ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବିଏସସି (BSC)ରଖିବାକୁ ସେମାନେ ଦାବି କରିଛନ୍ତି । ଏହା ଦାବିରେ ଗତ ୪ ଦିନ ହେବ ସେମାନେ ଓୟୁଏଟି କ୍ୟାମ୍ପସ (OUAT Campus) ରେ ଆନ୍ଦୋଳନ ଜାରି ରଖିଛନ୍ତି । ଗତକାଲି ବୁଧବାର ସେମାନେ କଳାଦିବସ ଭାବେ ପ୍ରତିବାଦ କରିଥିଲେ, ଆଉ ଆଜି ସୁ ପଲିସି କରିଛନ୍ତି ।


Also Read: ଜାରି ହେଲା ମାର୍ଚ୍ଚ ମାସ ପାଇଁ କୋରୋନା ଗାଇଡଲାଇନ୍


ତେବେ Forest Range Officer, Assistant Conservator of Forest, Assistant Manager of Ofdc ଏବଂ Junior Manager of Ofdc ପ୍ରମୁଖ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବିଏସସି କରିବାକୁ ସେମାନେ ଦାବି ରଖିଛନ୍ତି । ଦାବି ପୂରଣ ନହେବା ଯାଏଁ ଏପରି ଭିନ୍ନ ଭିନ୍ନ ଶୈଳିରେ ଆନ୍ଦୋଳନ ଜାରି ରଖିବେ ବୋଲି ଛାତ୍ରଛାତ୍ରୀ କହିଛନ୍ତି । 


Edited: Zee Odisha Desk