ଜାରି ହେଲା ମାର୍ଚ୍ଚ ମାସ ପାଇଁ କୋରୋନା ଗାଇଡଲାଇନ୍
Advertisement
Article Detail0/zeeodisha/odisha856118

ଜାରି ହେଲା ମାର୍ଚ୍ଚ ମାସ ପାଇଁ କୋରୋନା ଗାଇଡଲାଇନ୍

ଆଜି ଗୃହ ମନ୍ତ୍ରାଳୟ ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକାକରଣକୁ ଅଧିକ ବଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ଜାରି ହେଲା ମାର୍ଚ୍ଚ ମାସ ପାଇଁ କୋରୋନା ଗାଇଡଲାଇନ୍

ନୂଆଦିଲ୍ଲୀ: ସରୁନି କୋରୋନା ଆତଙ୍କ । ଦୀର୍ଘ ବର୍ଷେ ହେଲାଣି ପୁରା ବିଶ୍ବ ଏହି ମହାମାରୀର କୋପରେ ଛଟପଟ ହେଉଛି । ତେବେ ଏହାରି ମଧ୍ୟରେ ଡରାଇଲାଣି କୋରୋନାର ନୂଆ ଷ୍ଟ୍ରେନ (Corona New Strain) । ଏଥିପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ ବାଣୀ ଶୁଣାଇଛନ୍ତି । ଏହାରି ମଧ୍ୟରେ ଆଜି ଗୃହ ମନ୍ତ୍ରାଳୟ ମାର୍ଚ୍ଚ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଟିକାକରଣକୁ ଅଧିକ ବଢାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। 

ଦେଶରେ ଲଗାତାର କମ୍ ହେଉଥିବା କୋଭିଡ୍-୧୯ (Covid-19) ମାମଲା ଗତ କିଛିଦିନ ହେବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ମହାରାଷ୍ଟ୍ର, କେରଳ ବ୍ୟତୀତ ଅନ୍ୟ ୯ ଟି ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ଏବେ ପୁଣି ଉପରମୁହାଁ ହୋଇଛି। 

Also Read: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବାକୁ ବଡ଼ ଷଡ଼ଯନ୍ତ୍ର

ନୂଆ ଗାଇଡଲାଇନ୍ ଅନୁଯାୟୀ

  • କଣ୍ଟେନମେଣ୍ଟ, ସର୍ଭେଲାନ୍ସ ପାଇଁ ଥିବା ନିୟମ ଅବଧି ମାସେ ବଢ଼ିବ
  • ନିୟମକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ
  • ମହାମାରୀର ଯେପରି ମୂଳୋତ୍ପାଟନ ହୁଏ ସେଥିପାଇଁ ସମସ୍ତେ ଗାଇଡଲାଇନ ମାନିବା ଜରୁରୀ
  • ଘରୋଇ ବିମାନ ସେବା ପୂର୍ବଭଳି ଜାରି ରହିବ
  • ଅନ୍ତର୍ଜାତୀୟ ବିମାନ ସେବା ସମ୍ପର୍କରେ ନିଷ୍ପତ୍ତି ନେବ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ 
  • ଶିକ୍ଷାନୁଷ୍ଠାନ, ରେଷ୍ଟୁରାଣ୍ଟ, ହୋଟେଲ ଓ ପାର୍କରେ ପୂର୍ବରୁ ଜାରି ହୋଇଥିବା କଟକଣା ଲାଗୁ ରହିବ
  • ଘୋଷଣା ହୋଇଥିବା ଗାଇଡଲାଇନ୍ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ