ଭୁବନେଶ୍ବର: ବାତିଲ୍ ପରେ ମୂଲ୍ୟାୟନ ପାଇଁ କସରତ୍। ସିବିଏସଇ ରାସ୍ତାରେ ସିଏଚଏସଇ ପକ୍ଷରୁ ଚଳିତବର୍ଷ ଯୁକ୍ତ ଦୁଇ ଦ୍ବିତୀୟ ବାର୍ଷ ବୋର୍ଡ ପରୀକ୍ଷା ବାତିଲ ପରେ ଗଣଶିକ୍ଷା ବିଭାଗକୁ ଘାରିଛି ରେଜଲ୍ଟ ଚିନ୍ତା। ତେବେ ଏଥିପାଇଁ ଆସନ୍ତା ୧୫ ଦିନ ଭିତରେ ବିଶେଷଜ୍ଞ କମିଟି ଗଠନ କରିବା ପରେ କିପରି ମାର୍କିଂ ଓ ଫଳ ପ୍ରକାଶ ପାଇବ ସେନେଇ ନିର୍ଦ୍ଧାରିତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ବାତିଲ ପରେ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଶା ଆଶଙ୍କା ସହ ଆଶାନୂରୁପ ଫଳାଫଳ ପାଇବେ କି ନାହିଁ ଉତ୍କଣ୍ଠା ଦେଖାଦେଇଛି। ଅପରପଟେ ଶିକ୍ଷାବିତଙ୍କ ମତରେ ଆଉ ବିଳମ୍ବ ନ କରି ତୁରନ୍ତ ଫଳାଫଳ ଘୋଷଣା କରାଯାଉ।


COMMERCIAL BREAK
SCROLL TO CONTINUE READING

ଯୁକ୍ତ ଦୁଇ ପରୀକ୍ଷା (+2 Exam) କୁ ନେଇ ଛିଣ୍ଡୁନି ଅଙ୍କ। ପ୍ରଥମେ ପରୀକ୍ଷା ହେବ କି ନାହିଁ ଦ୍ବନ୍ଦ୍ୱ ଲାଗିବା ପରେ ବାତିଲ ହୋଇଛି ସତ, ହେଲେ ରେଜଲ୍ଟ କିପରି ବାହାରିବ ତାକୁ ନେଇ ଅଣ୍ଟା ଭିଡିଛି ଗଣଶିକ୍ଷା ବିଭାଗ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ତେବେ ଏଥିଲାଗି ଗଠନ ହେବ ସ୍ୱତନ୍ତ୍ର କମିଟି। ଆସନ୍ତା ୧୫ ଦିନ ଭିତରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି। ଯେଉଁଥିରେ ପରିଷଦର ସଦସ୍ୟଙ୍କ ସମେତ ଶିକ୍ଷାବିତ ଓ ପ୍ରମୁଖ ଷ୍ଟେକହୋଲ୍ଡର ସଦସ୍ୟ ରହିବେ।


Also Read: ସବୁ ଛାତ୍ରଛାତ୍ରୀ ପାସ୍! ଚଳିତବର୍ଷ ହେବ ନାହିଁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା


ଏହାସହ ସିବିଏସଇ ଓ ଆଇସିଏସଇ (ICSE) ରେଜଲ୍ଟ ଢାଞ୍ଚାକୁ ଅନୁଧ୍ୟାନ କରି ଫଳ ପ୍ରକାଶର ବିକଳ୍ପ ପନ୍ଥା କଣ ହେବ ସେନେଇ ଆଲୋଚନା ହେବ। ଏହାପରେ ପିଲାଙ୍କୁ କେଉଁ ଆଧାରରେ କିପରି ମାର୍କ ଦିଆଯିବ ତାହାର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ସେହିପରି ସିବିଏସଇ (CBSE) ଓ ଆଇସିଏସଇ ଯେଉଁ ସମୟରେ ରେଜଲ୍ଟ ବାହାରିବ ସେହି ସମୟରେ ସିଏଚଏସଇ ରେଜଲ୍ଟ ପ୍ରକାଶ କରିବ ବୋଲି ସେ କହିଛନ୍ତି।


ତେବେ ପରୀକ୍ଷା ମୂଲ୍ୟାୟନକୁ ନେଇ ବିକଳ୍ପ ରାସ୍ତା କମ୍ ରହିଛି। କାରଣ ଯୁକ୍ତ ଦୁଇର ଦୁଇ ବର୍ଷ ମଧ୍ୟରେ ପରିଷଦ ଦ୍ବାରା କୌଣସି ପରୀକ୍ଷା ହୋଇନଥାଏ। କେବଳ ଜୁନିୟର କଲେଜ ତରଫରୁ ପ୍ରଥମ ବର୍ଷ ବାର୍ଷିକ ଓ ଦ୍ବୀତୀୟ ବର୍ଷ ଷାଣ୍ମାସିକ ପରୀକ୍ଷା କରିଥାନ୍ତି। ଯାହା ଏଥର ଖୁବ୍ କମ୍ କଲେଜରେ ହୋଇଥିବା ବେଳେ କମ୍ ପିଲା ପରୀକ୍ଷା ପରୀକ୍ଷା ଦେଇଛନ୍ତି। ଅପରପଟେ ସିବିଏସଇ କିନ୍ତୁ କ୍ଳାସ ପ୍ରମୋସନ ସାଙ୍ଗକୁ ଇଣ୍ଟରନାଲ ପରୀକ୍ଷା ମଧ୍ୟ କରିଥାଏ। ଏଣୁ ସିବିଏସଇ ଢାଞ୍ଚାକୁ ଅନୁଧ୍ୟାନ ନ କରି ଏଭଳି ସ୍ଥିତିରେ ମାଟ୍ରିକ ରେଜଲ୍ଟ ହିଁ ଏକମାତ୍ର ଭରସା ବୋଲି ପରିଷଦର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି। 


Also Read: ୧୨ ଅନାଥ ଶିଶୁଙ୍କ ସମେତ ସାଢେ ୪୮ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ ମାସର ପେନସନ୍


ମାଟ୍ରିକ ପରୀକ୍ଷାର ଶ୍ରେଷ୍ଠ ୩ଟି ବିଷୟ ମାର୍କର ଆଭରେଜକୁ ଯୁକ୍ତ ଦୁଇ ମାର୍କ ଦେବାକୁ କହିଛନ୍ତି। ସେହିପରି ପିଲାମାନେ ମଧ୍ୟ ମାର୍କକୁ ନେଇ ଉତ୍କଣ୍ଠାର ସହ ଚାହିଁରହିଛନ୍ତି। ତେବେ ସିବିଏସଇ ଏବଂ ଆଇସିଏସଇ ରେଜଲ୍ଟ ପ୍ରକାଶ ସମୟରେ ସିଏଚଏସଇ ପରୀକ୍ଷା ଫଳ ବାହାରିବ ଏହା ସ୍ପଷ୍ଟ ହୋଇଥିବା ବେଳେ ତାହା କେବେ ଓ ମୂଲ୍ୟାୟନ କିପରି ହେବ ତା ଉପରେ ଏବେ ସଭିଙ୍କ ନଜର ରହିଛି।