ଭୁବନେଶ୍ୱର: ଓଡ଼ିଶାର ପାରାଦୀପ ବନ୍ଦରରୁ ଜିପସମ ଗୁଜୁରାଟକୁ ରପ୍ତାନୀ କରାଯାଇଛି। ଦେଶର ଅଗ୍ରଣୀ ଷ୍ଟିଭେଡରିଂ କମ୍ପାନୀ ଓଡ଼ିଶା ଷ୍ଟିଭେଡର କମ୍ପାନୀ ପକ୍ଷରୁ ଏହି ରପ୍ତାନୀ କାର୍ଯ୍ୟ ସମାପନ ହୋଇଛି। ଇଫକୋର ରିଭରିନ ଜେଟ୍ଟି ସାହାଯ୍ୟରେ ଏହି ଜିପସମକୁ ଗୁଜୁରାଟ ପଠାଇ ଦିଆଯାଇଛି। ଯାହାକୁ ଗୁଜୁରାଟର ପିପଭବ ବନ୍ଦରରେ ଅଲଟ୍ରାଟେକ ସିମେଣ୍ଟ କମ୍ପାନୀ ଗ୍ରହଣ କରିବ। ତେବେ ଇଫକୋ ପାରାଦୀପର ଏହା ପ୍ରଥମ ରପ୍ତାନୀ ବୋଲି ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଦେଶର ପ୍ରମୁଖ ଷ୍ଟିଭେଡୋରିଂ କମ୍ପାନି ଓଡ଼ିଶା ଷ୍ଟିଭେଡୋର୍ସ ଲିମଟେଡ୍ (ଓଏସ୍‌ଏଲ୍‌) ପକ୍ଷରୁ ପାରାଦୀପ ବନ୍ଦରରୁ ଜିପ୍‌ସମ୍‌ର ସର୍ବପ୍ରଥମ ଘରୋଇ ରପ୍ତାନିର ପରିଚାଳନା କରାଯାଇଛି। ଅଲ୍ଟ୍ରାଟେକ ସିମେଣ୍ଟ ଏହି ରପ୍ତାନି କରାଯାଇଥିବା ଜିପ୍‌ସମ୍କୁ ଗୁଜରାଟର ପିପଭବ ବନ୍ଦରରେ ଗ୍ରହଣ କରିବ। ଘରୋଇ ଭାବେ ହୋଇଥିବା ଏହି ରପ୍ତାନିର ସମ୍ପୂର୍ଣ୍ଣ ପରିଚାଳନାକୁ ଭାରତର ଶ୍ରେଷ୍ଠ ୧୦ ଷ୍ଟିଭେଡୋରିଂ କମ୍ପାନି ମଧ୍ୟରେ ନିଜ ନାମକୁ ସ୍ଥାନିତ କରିଥିବା ଅଭିଜ୍ଞ ଓଏସ୍‌ଏଲ୍ ପକ୍ଷରୁ ନିରୀକ୍ଷଣ ଓ ପରିଚାଳନା କରାଯାଇଥିଲା ।


ଅଗ୍ରଣୀ ସାର କଂପାନି ଇଫ୍‌କୋର ରିଭରିନ୍ ଜେଟ୍ଟି ଯାହା ପାରାଦୀପର ମହାନଦୀରେ ଅବସ୍ତିତ, ସେଠାରୁ  ପଣ୍ୟକୁ ପ୍ରଥମେ ବାର୍ଜ ଜରିଆରେ ପାରାଦୀପ ବନ୍ଦର ପରିସରକୁ ଅଣାଯିବା ସହ ବାର୍ଜରୁ ତାହାକୁ ଅନ୍‌ଲୋଡ୍ କରାଯାଇଥିଲା ଏବଂ ପାରାଦୀପ ବନ୍ଦର କର୍ତୃପକ୍ଷ (ପିପିଏ)ଙ୍କ ମୁଖ୍ୟ ବର୍ଥକୁ ସ୍ଥାନାନ୍ତର କରାଯାଇଥିଲା ଓ ସେଠାରୁ ଏମ୍‌ଭି ପାରାନାସୋସ୍ ନାମକ ଏକ ବୃହତ  ଜାହାଜରେ ଭର୍ତି କରାଯାଇଥିଲା ।


ଓଡ଼ିଶାରେ ଏକ ଶତାବ୍ଦୀ ମଧ୍ୟରେ ରିଭରିନ୍ ପରିଚାଳନାର ପୁନର୍ବିକାଶ କରି ଓଏସ୍‌ଏଲ୍ ଏହି ସ୍ୱତନ୍ତ୍ର ଉପଲବ୍ଧି ହାସଲ କରିଛି । ପରିବହନର ଏକ ସମ୍ଭାବ୍ୟ ମାଧ୍ୟମ ଭାବେ ଜଳପଥକୁ ବ୍ୟବହାର କରିବାର ସମ୍ଭାବନାକୁ ଏହା ପ୍ରମାଣିତ କରିଛି । ଏହି ଅବସରରେ ପିପିଏ ଅଧ୍ୟକ୍ଷ ପି ଏଲ୍ ହରନାଦ, ଇଫ୍‌କୋର ନିର୍ଦେଶକ ଶ୍ରୀ କେ ଜେ ପଟେଲ୍ ଏବଂ ଇଫ୍‌କୋ, ପିପିଏ ଓ ଓଏସ୍‌ଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ପଣ୍ୟ ପରିବହନର ନୂତନ ଦିଗନ୍ତକୁ ଦେଖିଥିଲେ ।


ଓଏସ୍‌ଏଲ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଶ୍ରୀ ମିଶ୍ର କହିଛନ୍ତି ଯେ, “ମଲ୍ଟି-ମୋଡାଲ୍ ପିବହନ ବ୍ୟବସ୍ଥାକୁ ବ୍ୟବହାର କରି ପରିବହନ କ୍ଷେତ୍ରରେ ଏକ ନୂଆ ଦିଗନ୍ତର ଶୁଭାରମ୍ଭ ହୋଇଛି ଏବଂ ଏହି ବ୍ୟବସ୍ଥାରେ ଓଏସ୍‌ଏଲ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହା ମୋତେ ଅତ୍ୟନ୍ଦିତ କରିଛି ଓ ସମଗ୍ର ଓଏସ୍‌ଏଲ୍ ଟିମ୍ ପାଇଁ ଏହା ସ୍ୱପ୍ନ ସାକାର ହେବା ସଦୃଶ। ଶ୍ରୀ ମିଶ୍ର କହିଛନ୍ତି ଯେ ସ୍ୱଳ୍ପ ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବା ଏହି ପରିବହନ ବ୍ୟବସ୍ଥା ଦେଶର ଅର୍ଥନୀତିକୁ ବିବିଧ ଉପାୟରେ ସୁଦୃଢ଼ କରିବ ଏବଂ ଆମ ପରିବେଶକୁ ମଧ୍ୟ ସୁରକ୍ଷିତ ରଖିବ। ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ବନ୍ଦର ସହର ପାରାଦୀପରେ ଏକ ରିଭରିନ୍ ଜେଟି ବିକାଶ କରିଛି । ଓଏସ୍‌ଏଲ୍ ଗ୍ରୁପ୍ ଦ୍ୱାରା ବିକାଶ ହୋଇଥିବା ଏହା ଓଡ଼ିଶାର ପ୍ରଥମ ରିଭରିନ୍ ଜେଟି।


Also Read: Jeera price: ଜୀରା ପାଲଟିଛି ହୀରା, ଜାଣନ୍ତୁ କେମିତି ବଢିଛି ବଜାର ଦର


Also Read: Odisha News: ସହରକୁ ଗ୍ରାସିଲାଣି ଦୂଷିତ ଖାଦ୍ୟ, ନିଘୋଡ଼ ନିଦ୍ରାରେ ଖାଦ୍ୟ ସୁରକ୍ଷା ବିଭାଗ


Also Read: Kashmiri Girl Video: 'ଆଜ ମେରି ଭି ସୁନ ଲୋ ମୋଦି ଜୀ ...,' PM କୁ ଅପିଲ କରୁଥିବା କୁନି ଝିଅର ଭିଡିଓ ଭାଇରାଲ