ଭୁବନେଶ୍ୱର: ପୁଣି ୮ ତାରିଖ ରାତିରୁ ଆଉ ଏକ  ସତେଜ ପଶ୍ଚିମା-ଝଡ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ପଡିବ। ବର୍ତ୍ତମାନ ସକ୍ରିୟ ଥିବା ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟରେ ୯ ତାରିଖରୁ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


COMMERCIAL BREAK
SCROLL TO CONTINUE READING

ଆଗାମୀ ୩ ଦିନରେ ୩ରୁ ୪ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ୯ ତାରିଖରେ ଆଭ୍ୟନ୍ତରୀଣ ଏବଂ ୧୦ ତାରିଖରେ ଉପାନ୍ତରୁ ଉପକୂଳ ଯାଏଁ ପଶ୍ଚିମା ଝଡର ପ୍ରଭାବ ରହିବ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା କରାଯାଉଛି। ମଙ୍ଗଳବାର ଓ ବୁଧବାର ୬ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ବୁଧବାରଠାରୁ କିଛି ସ୍ଥାନରେ ଘନ କୁହୁଡି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


Also Read: ଅନୁଭବଙ୍କୁ ଝଟକା! ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ, ବର୍ଷାଙ୍କ ଠାରୁ ଛଡ଼ାଇ ନେବାକୁ ଚାହୁଁଥିଲେ ପର


ବୁଧବାର ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଓ ସମ୍ୱଲପୁର ଜିଲ୍ଲାରେ ହାଲକା ବର୍ଷା ହୋଇପାରେ। କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ସୋନପୁର, ପୁରୀ, ବୌଦ୍ଧର କିଛି ସ୍ଥାନରେ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ହେବ ଆଶଙ୍କା କରି ଉକ୍ତ ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି। ତେବେ ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ। ଆସନ୍ତା ସୋମବାର ଠାରୁ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।


ବୁଧବାର ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଏବଂ ଦେଓଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ଗୁରୁବାର ଉତ୍ତର ଓଡ଼ିଶା, ସୋନେପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି।