ଅନୁଭବଙ୍କୁ ଝଟକା! ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ, ବର୍ଷାଙ୍କ ଠାରୁ ଛଡ଼ାଇ ନେବାକୁ ଚାହୁଁଥିଲେ ପରିଚୟ
Advertisement

ଅନୁଭବଙ୍କୁ ଝଟକା! ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ, ବର୍ଷାଙ୍କ ଠାରୁ ଛଡ଼ାଇ ନେବାକୁ ଚାହୁଁଥିଲେ ପରିଚୟ

ଅନୁଭବ ଦାବି କରିଥିଲେ ଯେ, ସାଂସଦ (Kendrapara MP) ପତ୍ନୀ ପରିଚୟ ପତ୍ରର ଦୁର୍ବ୍ୟବହାର ହୋଇପାରେ। ଏହି ପରିଚୟ ମାଧ୍ୟମରେ ସଂସଦ ପରିସର ଓ ବିଦେଶ ଭ୍ରମଣ ଉପରେ ରୋକ ଲଗାଯାଉ। ଏହା ସହ ମାମଲାରେ ତ୍ୱରିତ ଓ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁଭବ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ।

ଫାଇଲ ଫଟୋ

କଟକ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଏକ ଶକ୍ତ ଝଟକା ଲାଗିଛି। ସୋମବାର ଓଡ଼ିଶା ହାଇକୋର୍ଟ, ଲୋକସଭା ସଚିବାଳୟର ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି। ଏହା ସହ ଲୋକସଭା ସଚିବାଳୟକୁ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ସାଂସଦଙ୍କ ପତ୍ନୀ ପରିଚୟ ପତ୍ର ପ୍ରତ୍ୟାହାର କରିବାକୁ ଅନୁଭବ ଆବେଦନ କରିଥିବା ମାମଲାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ଅନୁଭବ ଓ ବର୍ଷା (Varsha Priyadarshini) ଙ୍କ ପାରିବାରିକ ବିବାଦ କାହାକୁ ଅଛପା ନାହିଁ। ବନ୍ଦ କବାଟ ଭିତର କଳି ଏମିତି ବ୍ୟପିଲା ଯେ ଶେଷରେ ତାହା ସଂସଦ ପର୍ଯ୍ୟନ୍ତ ଗଲା। କିନ୍ତୁ ଏହି ମାମଲାରେ ବର୍ଷାଙ୍କ ପକ୍ଷ ଭାରି ରହିଛି। କେନ୍ଦ୍ରାପଡା ସାଂସଦ ଅନୁଭାଭ ମହାନ୍ତି (Anubhav Mohanty) , ବର୍ଷାଙ୍କୁ ମିଳିଥିବା ପତ୍ନୀ ପରିଚୟ ପତ୍ର (ନଂ-୩୦୦) ପ୍ରତ୍ୟାହାର ପାଇଁ ଗତବର୍ଷ ଡିସେମ୍ବର ୨୦ରେ ଲୋକସଭା ସଚିବାଳୟକୁ ଚିଠି ଲେଖିଥିଲେ। ଆଉ ସଚିବାଳୟ ମଧ୍ୟ ଏହି ମାମଲାରେ ଡିସେମ୍ବର ୨୨ରେ ବର୍ଷାଙ୍କୁ ନୋଟିସ ଜାରି କରିଥିଲା।

Also Read: ସୌରଭ ଗାଙ୍ଗୁଲିଙ୍କ ସହ ଅନୁଭବ କରିବେ "ଦାଦାଗିରି"

ଅନୁଭବ ଦାବି କରିଥିଲେ ଯେ, ସାଂସଦ (Kendrapara MP) ପତ୍ନୀ ପରିଚୟ ପତ୍ରର ଦୁର୍ବ୍ୟବହାର ହୋଇପାରେ। ଏହି ପରିଚୟ ମାଧ୍ୟମରେ ସଂସଦ ପରିସର ଓ ବିଦେଶ ଭ୍ରମଣ ଉପରେ ରୋକ ଲଗାଯାଉ। ଏହା ସହ ମାମଲାରେ ତ୍ୱରିତ ଓ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁଭବ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ। ଅନୁଭବଙ୍କ ଚିଠିର ଦୁଇ ଦିନ ଭିତରେ ଲୋକସଭା ସଚିବାଳୟ (Lok Sabha secretariat) ଉପନିର୍ଦ୍ଦେଶକ (ସୁରକ୍ଷା), ଦୀପିକା ଭଲ୍ଲାଙ୍କ ଦ୍ୱାରା ବର୍ଷାଙ୍କୁ ସିପିଆସି ନିକଟରେ ତାଙ୍କ ପରିଚୟ ପତ୍ର ଦାଖଲ ପାଇଁ ନୋଟିସ କରାଯାଇଥିଲା।

ଲୋକସଭା ସଚିବାଳୟର ଏହି ନୋଟିସକୁ ବର୍ଷା ପ୍ରିୟଦର୍ଶିନୀ, ହାଇକୋର୍ଟ (Orissa High Court) ରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବର୍ଷାଙ୍କ ଆବେଦନ ଉପରେ ବିଚାର କରି ଲୋକସଭା ସଚିବାଳୟର ଆଦେଶ ଉପରେ ରହିତାଦେଶ ଲଗାଇଛନ୍ତି। ଅନୁଭବ ମହାନ୍ତିଙ୍କ ସମେତ ସଂସଦ ସଚିବାଳୟକୁ ଏହି ମାମଲାରେ ପକ୍ଷ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୫ରେ ପରବର୍ତ୍ତୀ ଶୁଣାଣି ହେବ।

Also Read: ପ୍ରତିଦିନ ସକାଳୁ ଏହି ପୁଣ୍ୟ କାମ କରନ୍ତି ସାଂସଦ ଅନୁଭବ

ସୂଚନାଯୋଗ୍ୟ, ପାରିବାରିକ ବିବାଦକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଓଡ଼ିଶା ଏବଂ ନୂଆଦିଲ୍ଲୀ କୋର୍ଟରେ ଆଇନଗତ ଯୁଦ୍ଧ ଲଢୁଛନ୍ତି। ଅଭିନେତ୍ରୀ ତାଙ୍କ ସାଂସଦ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ମାମଲା ଦାୟର କରିଥିବାବେଳେ ବିଜେଡି ସାଂସଦ ନୂଆଦିଲ୍ଲୀ କୋର୍ଟରେ ଛାଡପତ୍ର ମକଦ୍ଦମା ଦାୟର କରିଛନ୍ତି। ନିକଟରେ ବର୍ଷା କିଛି ଜାଲ କାଗଜପତ୍ର ଦେଇ ଭାରତୀୟ ପାସପୋର୍ଟ ହାତେଇଛନ୍ତି ବୋଲି ଅନୁଭବ ଅଭିଯୋଗ ଆଣିଥିଲେ। ଘଟଣାଟି ଦେଶର ସୁରକ୍ଷା ସହିତ ଜଡିଡ଼ ଥିବାରୁ ଏନେଇ ସେ ସଂସଦକୁ ମଧ୍ୟ ଅବଗତ କରିଥିବା କହିଥିଲେ।