ଭୁବନେଶ୍ୱର: ଘୂର୍ଣ୍ଣୀବଳୟ ଘନୂଭୂତ, ୪୮ ଘଣ୍ଟାରେ ଲଘୁଚାପ। ବୁଧବାର ଉତ୍ତରପଶ୍ଚିମ ସଂଲଗ୍ନ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇଛି।  ଯାହା ଆସନ୍ତା ୪୮ ଘଣ୍ଟା ତଥା ୨୧ ତାରିଖ ସୁଦ୍ଧା ସେହି ଅଞ୍ଚଳରେ ଲଘୁଚାପର ରୂପ ନେବ। ଏହା ସହ ବର୍ତ୍ତମାନ ଦକ୍ଷିଣ ବାଂଲାଦେଶରେ ମଧ୍ୟ ଏକ ଘୂର୍ଣ୍ଣୀବଳୟ ସକ୍ରିୟ ରହିଛି।


COMMERCIAL BREAK
SCROLL TO CONTINUE READING

ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଟକ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ ଆସନ୍ତା ୨୭ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ସମ୍ଭାବ୍ୟ ଲଘୁଚାପ ମୁକାବିଲା କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।