ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଗ୍ଲାସିୟର ବିସ୍ଫୋରଣ (Uttarakhand Glacier Blast) ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ୱ ଲୋକ ନିଖୋଜ ଥିବା ଜଣାପଡ଼ିଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ତେବେ ଏହି ନିଖୋଜମାନଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯୁବକ ନିଖୋଜ ଥିବା ନେଇ ସୂଚନା ରହିଛି । ନିଖୋଜ ଯୁବକଙ୍କ ନାଁ ନାଗାର୍ଜୁନ ଦାସ (Nagarjuna Das) ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ରହିଛି। 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ଭାରତରେ କେବେ ଆସିବ 5G? ସଂସଦୀୟ କମିଟି ଦେଲା ଏପରି ଉତ୍ତର


ନାଗାର୍ଜୁନଙ୍କ (Nagarjuna Das) ମା' ଶାନ୍ତିଲତା (Santilata Das) କହିଛନ୍ତି କି, ମୋ ପୁଅ ଉତ୍ତରାଖଣ୍ଡରେ (Uttarakhand) କ୍ରେନ ଚଳାଉଥିଲା । ରବିବାର ସକାଳ ୧୦ଟାରେ ତା ସହିତ କଥା ହୋଇଥିଲି । ମୋ କଥା ପଚାରିଥିଲା । ଖାଇଛି କି ନାହିଁ ପଚାରି ବୁଝିଥିଲା । ଏହା ପରେ ଆଉ ତା ସହିତ କଥା ହୋଇନାହିଁ। ଆଉ ତା ଫୋନ ଲାଗୁ ନାହିଁ ବୋଲି ଶାନ୍ତିଲତା କହିଛନ୍ତି । 


ସେପଟେ ଗତ ରବିବାର ଉତ୍ତରାଖଣ୍ଡର ଚମୋଲିରେ ହୋଇଥିବା ହିମସ୍ଖଳନ ପରଠୁ ସେଠାରେ କାମ କରୁଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ରବିନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନଙ୍କ ଖବର ମିଳୁନାହିଁ । ସୂଚନାଯୋଗ୍ୟ ଏହି ହିମସ୍ଖଳନରେ ପ୍ରାୟ ୨୦୨ ଜଣଙ୍କ ପତ୍ତା ମିଳୁନାହିଁ । ଏହି ୨୦୨ ଜଣ ଯୁବକ ୯ଟି କମ୍ପାନୀର କର୍ମଚାରୀ ରହିଥିବା ନେଇ ଜଣା ପଡ଼ିଛି । 


ଅଧିକ ପଢନ୍ତୁ: ଚୋର ଧରିବାକୁ ଯାଇଥିବା ପୋଲିସକୁ ପିଲାଚୋର ସନ୍ଦେହରେ ନିର୍ଘାତ ମାଡ


ଏମାନଙ୍କ ମଧ୍ୟରେ ଋତ୍ୱିକ କମ୍ପାନୀର ୨୧ ଜଣ, ଋତ୍ୱିକ କମ୍ପାନୀର ସହଯୋଗୀ କମ୍ପାନୀର ୧୦୦ ଜଣ, ଏଚସିସି କମ୍ପାନୀର ୩ ଜଣ, ଓମ ମେଟଲର ୨୧ ଜଣ, ତପୋବନ, କରଛୋ ଓ ରିଙ୍ଗ କମ୍ପାନୀର ୦୨ ଜଣ ଲେଖାଏଁ, ଋଷିଗଙ୍ଗା କମ୍ପାନୀର ୪୬ ଜଣ, ରୈଣୀ ଗାଁ କମ୍ପାନୀର ୫ ଜଣ କର୍ମଚାରୀ ନିଖୋଜ ଥିବା ସୂଚନା ରହିଛି ।