ଭାରତରେ କେବେ ଆସିବ 5G? ସଂସଦୀୟ କମିଟି ଦେଲା ଏପରି ଉତ୍ତର
Advertisement

ଭାରତରେ କେବେ ଆସିବ 5G? ସଂସଦୀୟ କମିଟି ଦେଲା ଏପରି ଉତ୍ତର

ଭାରତରେ ଏହି 5G telecom services କେବେ ଆରମ୍ଭ ହେବ ସେ ନେଇ ଏକ ବିସ୍ତୃତ ତଥ୍ୟ ଦିଆଯାଇଛି। କମିଟି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ତାହା ସରକାରଙ୍କ ଅବହେଳାକୁ ସ୍ପଷ୍ଟ ଦର୍ଶାଉଛି। ବିଶ୍ୱ ଯେଉଁ ଗତିରେ ଆଗକୁ ବଢୁଛି ତାହାଠାରୁ ୧୦ ବର୍ଷ ପଛରେ ଭାରତ ଅଛି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ବିଶ୍ୱରେ ଲୋକଙ୍କ ଚାହିଦା ଅନୁସାରେ ଟେକ୍ନୋଲୋଜୀର ବୃଦ୍ଧି ହେଇଛି। ବର୍ତ୍ତମାନ ସମୟରେ ଇଣ୍ଚରନେଟ ମଣିଷର ଦୈନନ୍ଦିନ ଜୀବନର ଏକ ଅବିଛିନ୍ନ ଅଙ୍ଗ ପାଲଟି ଯାଇଛି। ବର୍ତ୍ତମାନ ବିଭିନ୍ନ ଦେଶରେ 5G ଇଣ୍ଟରନେଟ ସେବା ଆରମ୍ଭ ହୋଇଯାଇଛି। ତେବେ ଭାରତରେ ଏହା କେବେ ଆରମ୍ଭ ହେବ ସେନେଇ ସଂସଦୀୟ କମିଟି ଏକ ରିପୋର୍ଟ ପ୍ରସ୍ତୁତ କରିଛି।

କଂଗ୍ରେସ ସାଂସଦ ଶଶି ଥରୁର (Shashi Tharoor) ଙ୍କ ନେତୃତ୍ୱାଧିନ IT ବ୍ୟାପାର ସମ୍ପର୍କୀତ ସଂସଦୀୟ କମିଟି (IT Parliamentary Committee) 5G ଇଣ୍ଟରନେଟ ସେବାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଯେଉଁଠି ଭାରତରେ ଏହି ହାଇସ୍ପିଡ୍ ଇଣ୍ଟରନେଟ କେବେ ଆରମ୍ଭ ହେବ ସେ ନେଇ ଏକ ବିସ୍ତୃତ ତଥ୍ୟ ଦିଆଯାଇଛି। କମିଟି ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ତାହା ସରକାରଙ୍କ ଅବହେଳାକୁ ସ୍ପଷ୍ଟ ଦର୍ଶାଉଛି। ବିଶ୍ୱ ଯେଉଁ ଗତିରେ ଆଗକୁ ବଢୁଛି ତାହାଠାରୁ ୧୦ ବର୍ଷ ପଛରେ ଭାରତ ଅଛି।

Also Read: ତିନି ମାସରେ ତିନି ଥର ବଢିଲା ବସ ଭଡା, ଜାଣନ୍ତୁ ରେଟ୍

ସଂସଦୀୟ କମିଟି ଅନୁସାରେ, ଦେଶରେ 5G ସେବା (5G telecom services) ଆରମ୍ଭ କରିବାକୁ ଯେଉଁଭଳି ପ୍ରସ୍ତୁତି ହେବା କଥା ସେଭଳି ହେଉନାହିଁ। 5G ସ୍ପ୍ରେକଟମ (spectrum) ଆବଣ୍ଟନରେ ଅନେକ ସମସ୍ୟା ରହିଛି। ବିଭିନ୍ନ ଦିଗକୁ ବିଚାର କଲେ ଭାରତରେ ଏହି ହାଇସ୍ପିଡ ଇଣ୍ଟରନେଟ (High speed Internet) ସେବା ଆରମ୍ଭ ହେବାକୁ ଆହୁରି ବିଳମ୍ବ ହେବ। ଆସନ୍ତାବର୍ଷ ପ୍ରଥମାର୍ଦ୍ଧ ସୁଦ୍ଧା ସେବା ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ସେଥିପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରେ ଗାଇଡଲାଇନ ପ୍ରସ୍ତୁତ ହୋଇନାହିଁ।

ବର୍ତ୍ତମାନ ବିଶ୍ୱର ୫୦ରୁ ଊର୍ଦ୍ଧ୍ୱ ଦେଶରେ 5G ସେବା ଉପଲବ୍ଧ ହେଲାଣି। ପଡୋଶୀ ଚୀନ (China)ରେ ପ୍ରାୟ ସାଢେ ପାଞ୍ଚ ଲକ୍ଷ 5G ବେସ ଷ୍ଟେସନ ଅଛି। କିନ୍ତୁ ଭାରତବାସୀ ଏହି ସେବା ପାଇବାରେ ପଛରେ ଅଛନ୍ତି। ସରକାର 5G ସ୍ପ୍ରେକଟମ ପାଇଁ ଯେଉଁ ମୂଲ୍ୟ ସ୍ଥିର କରିଛନ୍ତି ତାହା ବିଶ୍ୱରେ ସର୍ବାଧିକ। ତେଣୁ ସରକାର ବିଶ୍ୱ ସ୍ତରରେ ଧାର୍ଯ୍ୟ ମୂଲ୍ୟର ମାନଦଣ୍ଡ ପାଳନ କରିବା ଆବଶ୍ୟକ ବୋଲି କମିଟି କହିଛି।