ଆଉ ୪୮ ଘଣ୍ଟା କାଳବୈଶାଖୀ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ପ୍ରବଳ ବେଗେର ପବନ ବୋହିବା ସହ ଘଡଘଡି ଓ ବଜ୍ରପାତର ଆଶଙ୍କା ଅଛି। କିଛି ସ୍ଥାନରେ କୂଆପରଥ ବର୍ଷା ବି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଭୁବନେଶ୍ବର: ଆଉ ୪୮ ଘଣ୍ଟା କାଳବୈଶାଖୀର କୋପ। ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ। ଓଡିଶାରୁ ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ମଧ୍ୟରେ ଥିବା ଟ୍ରଫ୍ ଲାଇନ ଧୀରେ ଧୀରେ ଦୁର୍ବଳ ହେଉଛି। ଫଳରେ ସେହି ଅଞ୍ଚଳ ଗୁଡିକରେ ପ୍ରବଳ ବେଗେର ପବନ ବୋହିବା ସହ ଘଡଘଡି ଓ ବଜ୍ରପାତର ଆଶଙ୍କା ଅଛି। କିଛି ସ୍ଥାନରେ କୂଆପରଥ ବର୍ଷା ବି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
କର୍ଣ୍ଣାଟକ (Karnatak) ମଧ୍ୟରେ ଥିବା ଟ୍ରଫ୍ ଲାଇନ (Trop line) ଦକ୍ଷିଣ ଓଡିଶା ଓ ଏହାର ଆଖପାଖର ଅଂଚଳରେ ଥିବା ଘୂର୍ଣ୍ଣିବଳୟ (storme) ଦକ୍ଷିଣ ଛତିଶଗଡରେ ସମୁଦ୍ର ଗର୍ଭରୁ ଦେଢ କିଲୋମଟିର ପର୍ଯ୍ୟନ୍ତ ଲମ୍ବିଛି। ଏହାସହ ଝାଡଖଣ୍ଡରୁ ଗାଙ୍ଗେୟଟିକ୍ ପଶ୍ଚିମବଙ୍ଗ ମଧ୍ୟରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ ବିଜ୍ଞାନ କେନ୍ଦ୍ର କିଛି ଜିଲ୍ଲାକୁ ବିଜୁଳି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
Also Read: କୋରୋନା ଆତଙ୍କ: ରାଜ୍ୟର ୧୦ ଜିଲ୍ଲାରେ ଲାଗିଲା Night Curfew
ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ୧୩ ଜିଲ୍ଲା ମୟୂରଭଂଜ, ଗଜପତି, ଗଂଜାମ, କୋରାପୁଟ (Koraput) , କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ (Cuttack), ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବିଜୁଳି ଘଡଘଡି ସହ ବଜ୍ରପାତ ଓ ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିପାରେ। ଏହାସହ ୧୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ସେହିପରି ଆସନ୍ତାକାଲି କାଳବୈଶାଖୀ (Heavy Rain) ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି। ଏପ୍ରିଲ ୫ ତାରିଖ ପରଠାରୁ ତାପମାତ୍ରା (Temperature) ରେ ଧିରେ ଧିରେ ସୁଧାର ଆସିବା ସହ କାଳବୈଶାଖୀର କୋପ କମିବ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।