ଆମର ବସ୍ ହେଉଛନ୍ତି ଓଡିଶାବାସୀ, ରାଜ୍ୟର ବିକାଶ ପାଇଁ ଲଢେଇ ଜାରି ରଖିଛୁ:ମୁଖ୍ୟମନ୍ତ୍ରୀ
ଏହି କାର୍ଯ୍ୟକାରିଣୀ ବୈଠକରେ ଯୁବ ବିଜେଡି (BJD) ର କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି , ସାଧାରଣ ସଂପାଦକ, ସଂପାଦକ,ଯୁଗ୍ମ ସଂପାଦକ ଏବଂ ୩୫ଟି ସାଂଗଠନିକ ଜିଲ୍ଲାର ସମସ୍ତ ଜିଲ୍ଲା ସଭାପତି, ଏବଂ ସମସ୍ତ ଜୋନର ଜୋନ ସଭାପତି ମାନେ ଯୋଗ ଦେଇଥିଲେ । ବିଜୁ ଯୁବ ଜନତା ଦଳର ନବକଳେବର ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ ।
ଭୁବନେଶ୍ୱର: ଶେଷ ହେଲା ବିଜୁ ଯୁବ ଜନତା ଦଳ (BYJD)ର କାର୍ଯ୍ୟକାରିଣୀ ବୈଠକ । ଏହି ଅବସରରେ ବିଜେଡି (BJD) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରି କହିଛନ୍ତି ଯେ ଯୁବକମାନେ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବା ଆବଶ୍ୟକ । ଏହି କାର୍ଯ୍ୟକାରିଣୀ ବୈଠକରେ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି , ସାଧାରଣ ସଂପାଦକ, ସଂପାଦକ,ଯୁଗ୍ମ ସଂପାଦକ ଏବଂ ୩୫ଟି ସାଂଗଠନିକ ଜିଲ୍ଲାର ସମସ୍ତ ଜିଲ୍ଲା ସଭାପତି, ଏବଂ ସମସ୍ତ ଜୋନର ଜୋନ ସଭାପତି ମାନେ ଯୋଗ ଦେଇଥିଲେ । ବିଜୁ ଯୁବ ଜନତା ଦଳର ନବକଳେବର ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ ।
ଅଧିକ ପଢ଼ନ୍ତୁ:-ଭାରତକୁ 'ମୁଦ୍ରା ମନିପୁଲେଟର' ତାଲିକାରେ ରଖିଛି ଆମେରିକା, ଜାଣନ୍ତୁ ଏହାର କ'ଣ ପଡ଼ିବ ପ୍ରଭାବ?
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଜାତୀୟ ଦଳର କାମ ହେଉଛି ନିର୍ବାଚନ ଜିତିବା , କ୍ଷମତା ଅଧିକାର କରି କେନ୍ଦ୍ରରେ ସରକାର ଗଠନ କରିବା ଏବଂ କେନ୍ଦ୍ରରେ ମନ୍ତ୍ରୀ ହୋଇ ବଡ଼ ପଦ ପାଇବା । ଏହି ଦଳମାନେ ଜାତୀୟ ସ୍ୱାର୍ଥ ପାଇଁ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରିଥାନ୍ତି । ମହାନଦୀ, ଆଦିବାସୀ ସଂସ୍କୃତି , ସମ୍ବଲପୁର ହସ୍ତତନ୍ତ ଆମ ପାଇଁ ବିଶ୍ୱ ସ୍ତରୀୟ । ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ । ଆମ ରାଜ୍ୟ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଆମ ରାଜ୍ୟ ସ୍ୱତନ୍ତ୍ର । ଆମ ଜଗନ୍ନାଥ ସ୍ୱତନ୍ତ୍ର । ଆମ ମହାନଦୀ ଆମ ରାଜ୍ୟ ଖଣିଜ ସମ୍ପଦରେ ଭରପୁର । ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ରହିଛି । ଓଡ଼ିଶାର ସୁରକ୍ଷା ପାଇଁ ପୂର୍ବ ପୁରୁଷମାନେ ବହୁ ତ୍ୟାଗ କରିଛନ୍ତି । ଇତିହାସ କହିଛି ଯେ ଜାତୀୟ ଦଳମାନେ ନିଜ ସ୍ୱାର୍ଥ ପାଇଁ ସବୁକିଛି ସାଲିସ କରିଥାନ୍ତି ।"
ସେ ଆହୁରି କହିଛନ୍ତି ଯେ, "ରାଜ୍ୟର କଂଗ୍ରେସ (Congress) ଦିଲ୍ଲୀର ରିମୋଟ କଣ୍ଟ୍ରୋଲ ଦ୍ୱାରା ଚାଲୁଥିଲା । ବଜେପି (BJP) ମଧ୍ୟ ଦିଲ୍ଲୀର ନିର୍ଦ୍ଦେଶରେ କାମ କରୁଛି । ବିଜେଡି ଏକମାତ୍ର ଆଞ୍ଚଳିକ ଦଳ ଯିଏକି ଓଡ଼ିଶାର ସ୍ୱାର୍ଥପାଇଁ କାମ କରୁଛି । ଆମର ଦିଲ୍ଲୀରେ କେହି ବସ୍ ନାହାନ୍ତି ଆମର ବସ ହେଉଛନ୍ତି ଓଡ଼ିଶାବାସୀ । ମହାନଦୀ ପାଇଁ ଆମେ ଲଢ଼େଇ କରୁଛୁ । ସାନ୍ତାଳୀ ଓ ହୋ ଭାଷାକୁ ଜାତୀୟ ମନ୍ୟତା ପାଇଁ ଅମେ ଲଢ଼େଇ କରୁଛୁ । ପ୍ରତ୍ୟେକ ବର୍ଷ ଆମେ ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛୁ ।"
ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିଠୁ 'ପ୍ରତିଶୋଧ' ନେବ ଜେଡିୟୁ!
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ କରିବା ନେଇ ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କର ନିର୍ବାଚନ ଇସ୍ତାହାରରେ ରଖିଥିଲେ । କିନ୍ତୁ ନିର୍ବାଚନ ପରେ ତାହାକୁ ଭୁଲିଗଲେ । କିନ୍ତୁ ବିଜେଡି ଏହି ଲଢେଇ ଜାରି ରଖିବ । ଆମର ସଂକଳ୍ପ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା । କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ରାଜ୍ୟର ସ୍ୱାର୍ଥ ସମ୍ପର୍କରେ ଲଢେଇ କରିପାରିବ ଓ ରାଜ୍ୟର ସ୍ୱତନ୍ତ୍ରତାକୁ ବଜାୟ ରଖି ପାରିବ । ଓଡ଼ିଶାର ଖଣିଜ ସମ୍ପଦର ଲାଭ କିଭଳି ରାଜ୍ୟ ପାଇବ ସେଥିପାଇଁ ଉଦ୍ୟମ ଜାରି ରହିଛି । ଆଞ୍ଚଳିକ ଦଳ ହିଁ ଯୁବକଙ୍କ ସ୍ୱାର୍ଥ ପୂରଣ କରିପାରିବ ।"