CM Naveen Patnaik trolled, ଭୁବନେଶ୍ୱର: ଓଡ଼ିଶାର ବନ୍ୟା ପରିସ୍ଥିତି ଦେଖି ତାଳି ମାରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଏକ ଅବିଶ୍ୱାସନୀୟ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ତେବେ ଏହି ଭିଡିଓଟି ଏଡିଟେଡ୍ ବୋଲି ଦାବି କରାଯାଉଛି। ବିଜେଡି ଭାଇରାଲ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ, ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାର ଏହା ହେଉଛି ଏକ ଷଡଯନ୍ତ୍ର ବୋଲି କହିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି।


COMMERCIAL BREAK
SCROLL TO CONTINUE READING

ଭାଇରାଲ ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ନିବାସର ଡ୍ରଇଂ ରୁମରେ ବସି ଟିଭି ଦେଖୁଛନ୍ତି। ଟିଭିରେ ରାଜ୍ୟର ବନ୍ୟାର ସମ୍ପର୍କୀୟ ଖବର ପ୍ରସାରିତ ହେଉଛି। ଆଉ ମୁଖ୍ୟମନ୍ତ୍ରୀ ଟିଭି ଦେଖି ତାଳି ମାରୁଛନ୍ତି। ତେବେ ଏହା ଏକ ଏଡିଟେଡ୍ ଭିଡିଓ ବୋଲି ଦାବି କରାଯାଉଛି। କୌଣସି ବ୍ୟକ୍ତି ଚତୁରତାର ସହ ଟିଭିର ସ୍କ୍ରୀନରେ ବନ୍ୟା ଦୃଶ୍ୟକୁ ଯୋଡିଥିବା କୁହାଯାଉଛି। କିନ୍ତୁ ଭିଡିଓକୁ ଏଭଳି ଭାଗରେ ଏଡିଟ୍ କରାଯାଇଛି ଯେ ତାହା ପ୍ରକୃତ ନା ମିଥ୍ୟା ଜଣାପଡୁନାହିଁ।


Also Read: Odisha Politics: BJDକୁ ଘାରିଛି ଅଦୃଶ୍ୟ ଭୟ, ନିଜ ଦୁର୍ଗ ରକ୍ଷା ଚିନ୍ତାରେ ନୀବନ


କୁହାଯାଉଛି ଯେ, ଯେଉଁ ଭିଡିଓକୁ ଏଡିଟ୍ କରାଯାଇଛି, ତାହା ପ୍ରକୃତରେ ଅଗଷ୍ଟ ୨୪ ତାରିଖର ଭିଡିଓ। ବୁଧବାର ସନ୍ଧ୍ୟାରେ ଅଲ୍ଟିମେଟ ଖୋଖୋ ଟୁର୍ଣ୍ଣାମେଣ୍ଟରେ Chennai Quick Guns ଓ Odisha Juggernauts ମଧ୍ୟରେ ମ୍ୟାଚ ଖେଳାଯାଉଥିଲା। ସନ୍ଧ୍ୟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାସଭବନରେ ଓଡିଶା ଟିମର ମ୍ୟାଚ ଦେଖୁଥିଲେ। ଏହା ସହ ଟିମ୍କୁ ଉତ୍ସାହିତ କରିବାକୁ ତାଳି ମାରୁଥିଲେ। ଏହି ଭିଡିଓକୁ ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲେ।


 



ମୁଖ୍ୟମନ୍ତ୍ରୀଙ୍କ ଏଡିଟେଡ୍ ଭିଡିଓକୁ ନେଇ ବିଜେଡି କହିଛି ଯେ, ବାସ୍ତବ ସତ୍ୟର ଅପ୍ରହଲାଦ ସଦାବେଳେ ନିନ୍ଦନୀୟ। ମିଥ୍ୟା ଖବର ପାଚାର ପ୍ରସାର କରିବା ଏକ ଧର୍ତ୍ତବ୍ୟ ଅପରାଧ। ଏହା ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ହୋଇଛି। ସାଢେ ଚାରି କୋଟି ଓଡିଆ ଏହାର ଜବାବ ଦେବେ। ଭିଡିଓ ଏଡିଟ୍ କରି ବନ୍ୟା ପଡିତଙ୍କୁ ଉପହାସ କରୁଛନ୍ତି। ଏଥିରେ ସାମିଲ ଥିବା ବ୍ୟକ୍ତି କିମ୍ବା ସାମୁହଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କୁ ବିରୁଦ୍ଧରେ ସାଇବର ଆକ୍ଟ ଏବଂ ଅନ୍ୟାନ୍ୟ ଉପଯୁକ୍ତ ଦଫାରେ ମାମଲା ରୁଜୁ ହେବ ବୋଲି ବିଜେଡି କହିଛି।


 



ସୂଚନାଯୋଗ୍ୟ, ଗତ ବୁଧବାର ସନ୍ଧ୍ୟ ସାଢେ ସାତଟାରେ Ultimate Kho Kho Leagueର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ Odisha Juggernauts ଓ Chennai Quick Guns ମୁହାଁମୁହିଁ ହୋଇଥିଲେ। ଓଡିଶାର ଦଳର ଆଟାକିଂରେ ଚେନ୍ନାଇ ଘାଇଲା ହୋଇଥିଲା। ଶେଷରେ Chennai Quick Gunsକୁ Odisha Juggernauts ୪୧-୫୧ ପଏଣ୍ଟରେ ପରାସ୍ତ କରିଥିଲା।