ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ ଗୋପାଳପୁରରୁ ପୁରୀ ଦେଇ ଦୀଘା ପର୍ଯ୍ୟନ୍ତ ଯିବାକୁ ଥିବା କୋଷ୍ଟାଲ ହାଇୱକୁ ସଙ୍କୁଚିତ କରାଯାଇଛି । ଆଉ ନୂତନ ନକ୍ସା ଅନୁସାରେ ଗୋପାଳପୁର କି ସାତପଡ଼ା ନୁହେଁ ଖୋର୍ଦ୍ଧା ଟାଙ୍ଗୀ ଠାରୁ ଆରମ୍ଭ ହୋଇ ଦୀଘା ପରିବର୍ତ୍ତେ ରତନପୁରରେ ଶେଷ ହେବ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ଗଠିତ ବିଶେଷଜ୍ଞ କମିଟିର ଆପତ୍ତିକୁ ଭିତ୍ତି କରି ନୂଆ କୋଷ୍ଟାଲ ହାଇୱ ମାର୍ଗର ନକ୍ସା ପ୍ରସ୍ତୁତ ହୋଇଛି ।


COMMERCIAL BREAK
SCROLL TO CONTINUE READING


ଏହା ଜାତୀୟ ରାଜପଥ (National Highway) ୧୬-ଖୋର୍ଦ୍ଧାର ଟାଙ୍ଗୀ ଠାରୁ ଆରମ୍ଭ ହେବ । ପୁରୀ (Puri) ,କୋଣାର୍କ (Konark) , ଅସ୍ତରଙ୍ଗ, ନାଉଗାଁ, ପାରାଦୀପ ପୋର୍ଟ (Paradeep Port) ଦେଇ ଜାତୀୟ ରାଜପଥ ୫୩ ନମ୍ବରରେ ଶେଷ ହେବ । ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଏ ବାବଦରେ ଆଲୋଚନା କରି କେନ୍ଦ୍ରକୁ ଜଣାଇବୁ। ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ (Planning Board Vice Chairman) ସଂଜୟ ଦାସବର୍ମା (Sanjay DasBurma) ଏ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ( Union Minister Nitin Gadkari) ୨୦୧୫ ରେ ଏ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ। 


Also Read: ସୀମା ବିବାଦକୁ ନେଇ ଜାତୀୟସ୍ତରରେ ଗର୍ଜିବ ରାଜ୍ୟ କଂଗ୍ରେସ


୬ ବର୍ଷ ବିତିଗଲା ହେଲେ କାମ ଆରମ୍ଭ ହୋଇପାରିଲା ନାହିଁ । ଏବେ ଏହାକୁ କାଣ୍ଟଛାଟ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରୁ ବୁଝାପଡୁଛି କେନ୍ଦ୍ର ସରକାର (Central Government) ଙ୍କ ଏ ପ୍ରକଳ୍ପ ପ୍ରତି ଆନ୍ତରିକତା ନାହିଁ ବୋଲି କହିଛନ୍ତି ସଜୟ ଦାସବର୍ମା । ବିଜେପି ବିଧାୟକ (BJP Mla) ମୋହନ ମାଝୀ କହିଛନ୍ତି ଏହାକୁ ଅଯଥା ସମାଲୋଚନା କିମ୍ବା ରାଜନୀତି ନକରି ରାଜ୍ୟ ସରକାର (Odisha Government) କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ। କଂଗ୍ରେସ ବିଧାୟକ (Congress Mla) ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଲଗାତାର ଭାବେ ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ର ଅବହେଳା କରିଆସୁଛନ୍ତି ଯାହା ନିନ୍ଦନୀୟ। 



Also Read: ନାବାଳିକା ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ନିର୍ଧୁମ ଛେଚି ପୋଲିସ ଜିମା ଦେଲେ ଗ୍ରାମବାସୀ


ପୂର୍ବ ନିର୍ଦ୍ଧାରିତ ନକ୍ସା ଅନୁସାରେ ଓଡ଼ିଶା ମଧ୍ୟ ଦେଇ ୪୪୦ କିଲୋମିଟର କୋଷ୍ଟାଲ ହାଇୱ (Coastal Highway) ନିର୍ମାଣ ହୋଇଥାନ୍ତା । ପରବର୍ତ୍ତୀ ସମୟରେ ୨୦୧୯  ନଭେମ୍ବର ୧୫ ରେ ମୁଖ୍ୟ ଶାସନ ସଚିବ (Chief Secretary)ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ୩୭୦ କିଲୋମିଟର କୋଷ୍ଟାଲ ହାଇୱ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା ଏବଂ ଏହାକୁ ସରକାର ଅନୁମତି ଦେଇଥିଲେ।


Edited: Zee Odisha Desk