ଭୁବନେଶ୍ୱର: କୋରୋନା ସଂକ୍ରଣରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଲଗାତାର ୬ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ରହୁଥିଲା। କିନ୍ତୁ ଆଜି ଏହା ତଳକୁ ଖସି ଆସିଛି। କିନ୍ତୁ ଦୈନିକ ମତ୍ୟୁ ସଂଖ୍ୟା ପୂର୍ବପରି ସନ୍ତୁଳିତ ଅଛି। ସେପଟେ ବିଗତ ଦିନ ତୁଳନାରେ ଟେଷ୍ଟିଂ ମଧ୍ୟ କମ କରାଯାଇଥିବା ଦେଖିବାକୁ ମିଳୁଛି।


COMMERCIAL BREAK
SCROLL TO CONTINUE READING

ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ ଜଣ ନୂଆ କୋରୋନା (Coronavirus) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଚିନ ସେଣ୍ଟରରୁ ୫୫୩୪ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୨୫୯ ଜଣ ପଜିଟିଭ୍ ବାହାରିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୦୮ ଓ ସୁନ୍ଦରଗଡ (Sundargarh) ରୁ ୧୦୧୮ ଜଣ ସଂକ୍ରମିତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ କୋରୋନା ମାମଲା ୫ ଲକ୍ଷ ୫୪ ହଜାର ୬୬୬କୁ ପହଞ୍ଚିଛି। ଆକ୍ଟିଭ୍ କେସ୍ ଲକ୍ଷେ ତଳେ ରହିଛି।


Also Read: Red Zoneରେ ୨୬ ଜିଲ୍ଲା: ପଞ୍ଚମ ଦିନରେ ବି ୧୦୦୦୦ ଟପିଲା କୋରୋନା ମାମଲା


ସେହିପରି ଦିନକରେ ୧୮ ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି। ଅନୁଗୋଳରେ ସର୍ବାଧିକ ୪, ଖୋର୍ଦ୍ଧାରେ ୩, କେନ୍ଦୁଝର ୩, କଳାହାଣ୍ଡି, ରାୟଗଡା ଓ ସମ୍ବଲପୁରରେ ୨ ଜଣ ଲେଖାଏଁ ଆଖି ବୁଜିଛନ୍ତି। ରାଜ୍ୟରେ ମୃତ୍ୟୁ ହାର ନିୟନ୍ତ୍ରଣାଧିନ ଅଛି। କିନ୍ତୁ ଗତ କିଛି ଦିନ ହେବ ଏହା ୨୦ ପାଖାପାଖି ରହୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋରୋନା ଜନିତ ମୃତ୍ୟୁ (Covid Death) ସଂଖ୍ୟା ୨୨୧୫କୁ ପହଞ୍ଚିଛି।


ଅନ୍ୟପଟେ ରାଜ୍ୟରେ କୋରୋନା ଟେଷ୍ଟିଂ (Testing) ହ୍ରାସ କରାଯାଇଥିବା ହେଖିବାକୁ ମିଳୁଛି। ଗତକାଲି ୪୬୨୪୧ ଜଣଙ୍କ କୋଭିଡ ଟେଷ୍ଟ ହୋଇଥିଲାଯ ଯେଉଁଥିରୁ ୯୭୯୩ ଜଣ ପଜିଟିଭ୍ ବାହାରିଛନ୍ତି। ଗତ ୧୦ ତାରିଖରେ ୪୮୩୭୭ଟି ଟେଷ୍ଟିଂରୁ ୧୦୦୩୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ଡହୋଇଥିଲେ। ବିଗତ ୬ ଦିନ ତୁଳନାରେ ସୋମବାର ସବୁଠୁ କମ କୋରୋନା ଟେଷ୍ଚ ହୋଇଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ଜଣା ପଡୁଛି।