Red Zoneରେ ୨୬ ଜିଲ୍ଲା: ପଞ୍ଚମ ଦିନରେ ବି ୧୦୦୦୦ ଟପିଲା କୋରୋନା ମାମଲା
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୩୧ କୋରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ପଜିଟିଭ୍ ବାହାରିଛନ୍ତି।
ଭୁବନେଶ୍ୱର: ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଲଗାତାର ପଞ୍ଚମ ଦିନ କୋରୋନା ମାମଲା ୧୦ ହଜାର ଉପରେ ଚିହ୍ନଟ ହୋଇଛି। କିନ୍ତୁ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ବର୍ତ୍ତମାନ ୨୬ ଜିଲ୍ଲା ରେଡ୍ ଜୋନରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ଏହି ସଂଖ୍ୟା ୨୭କୁ ପହଞ୍ଚିବା ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୩୧ କୋରୋନା (Coronavirus) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୨୯ ପଜିଟିଭ୍ ବାହାରିଛନ୍ତି। ଯଦି ଗତ ୪ ଦିନର ଦେଖାଯାଏ ତେବେ ସଂକ୍ରମଣ ହ୍ରାସ ପାଉଛି। କାରଣ ୭ ତାରିଖରେ ୧୨୨୩୮ ଜଣ କୋରୋନା ମାମଲା ଚିହ୍ନଟ ହୋଇଥିଲା। ସେବେଠାରୁ ସଂକ୍ରମିତଙ୍କ ସଂଖ୍ୟା ଡାଉନ୍ ଫଲ୍ କରୁଛି। ନୂଆ ଆକ୍ରାନ୍ତଙ୍କୁ ମଶାଇ ରାଜ୍ୟରେ ମୋଟ କୋରୋନା ମାମଲା ୫୪୪୮୭୩କୁ ପହଞ୍ଚିଛି।
Also Read: କୋରୋନା ଆକ୍ରାନ୍ତଙ୍କ 'ଆଶାର ଆଲୋକ' ଡାକ୍ତର ଲତିଫ୍
ଆଜି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ମହାମାରୀରେ ୧୭ ଜଣଙ୍କ ଜୀବନ ଯାଇଛି। ଖୋର୍ଦ୍ଧା, କଳାହାଣ୍ଡି, ସୁନ୍ଦରଗଡ ଓ ରାୟଗଡାରେ ସର୍ବାଧିକ ୩ ଜଣ ଲେଖାଏ ଓ ପୁରୀରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କୋରୋନା ୧୭ ଜୀବନ ନେଲା ପରେ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି।
ସେପଟେ ଦେଶରେ ୨୪ ଘଣ୍ଟାରେ କୋରୋନା ୩୭୫୪ ଜୀବନ ନେଇଛି । ଫଳରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୬ ହଜାର ୧୧୬କୁ ବୃଦ୍ଧି ପାଇଛି। କିଛି ଦିନର ବ୍ୟବଧାନ ପରେ ଦେଶର ଦୈନିକ ସଂକ୍ରମଣ ୪ ଲକ୍ଷ ତଳକୁ ଖସିଛି। ଆଜି ୩ ଲକ୍ଷ ୬୬ ହଜାର ୧୬୧ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୨ କୋଟି ୨୬ ଲକ୍ଷ ୬୨ ହଜାର ୫୭୫କୁ ବୃଦ୍ଧି ପାଇଛି।