ଭୁବନେଶ୍ୱର: ଜାତୀୟ ତଥା ରାଜ୍ୟ ସ୍ତରରେ କୋରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଲଗାତାର ପ୍ରଶ୍ନ ଉଠୁଛି। ପ୍ରକୃତରେ ଅଧିକ ସଂଖ୍ୟକ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି, କିନ୍ତୁ ସରକାର ତାହାକୁ ଲୁଚାଉଥିବା ବିରୋଧି ଅଭିଯୋଗ କରୁଛନ୍ତି। ପ୍ରାୟ ମାସେ ହେବ ରାଜ୍ୟର ଦୈନିକ କୋରୋନା ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି। ଗତ ୨ ଦିନ ହେଲା ଏହି ସଂଖ୍ୟା ୫୦ ଟପିଛି। ଅନ୍ୟପଟେ ରାଜ୍ୟର କୋଭିଡ୍ ମୃତ୍ୟୁକୁ ନେଇ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୪ ହଜାର ୨୯୯କୁ ବୃଦ୍ଧି ପାଇଛି। କୋରୋନା ମୃତ୍ୟୁ ପ୍ରସଙ୍ଗରେ ଡ଼ିଏମଇଟି, ସିବିକେ ମହାନ୍ତି କହିଛନ୍ତି ଯେ, 


Also Read: ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ, ୫୦ ତଳକୁ ଖସୁନି ମୃତ୍ୟୁ ସଂଖ୍ୟା


  • ସରକାର ମୃତ୍ୟୁ ସଂଖ୍ୟା କୁ ଲୁଚାଇ ନାହାଁନ୍ତି।

  • ପ୍ରତ୍ୟକ ଦିନ ଆସୁଥିବା ମୃତ୍ୟୁୁ ସଂଖ୍ୟା ରିୟଲ ଟାଇମ ନୁହେଁ। 

  • ଗୋଟିଏ ଦିନରେ ଆସୁଥିବା ମୃତ୍ୟୁ ସଂଖ୍ୟା ସେଇ ନିର୍ଦ୍ଧିଷ୍ଟ ଦିନର ନୁହେଁ।

  • ବିଭିନ୍ନ ସ୍ତରରେ ଅଡିଟ କରାଯାଇ କୋଭିଡ ମୃତ୍ୟୁ ସଂଖ୍ୟାକୁ ଘୋଷଣା କରାଯାଉଛି।

  • ପୂର୍ବରୁ କୋଭିଡ, ନନ କୋଭିଡ ମୃତ୍ୟୁକୁ ନେଇ ସଂସୟ ସୃଷ୍ଟି ହୋଇଥିଲା। କେଉଁ କାଟାଗୋରୀରେ କେଉଁ ମୃତ୍ୟୁ ଯିବ ସେ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦଶ  ମିଳିବା ପରେ ମୃତ୍ୟୁ ତଥ୍ୟର ଅଡିଟ କରାଯାଇଛି।

  • କୋରୋନା ପିକ୍ ସମୟରେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ରହୁଥିଲେ, ଏବେ ରୋଗୀ ସଂଖ୍ୟା କମିବା ପରେ ଅଡିଟ କରାଯାଇ ତଥ୍ୟ ଆସୁଛି।

  • କଟକ, ଭୁବନେଶ୍ୱରରେ ସଂକ୍ରମଣ ଗତ ୧୦ ଦିନ ତୁଳନାରେ କମିଛି। କିନ୍ତୁ ଏବେ ବି ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ଅଛି। ସ୍ୱତନ୍ତ୍ର ଫୋକସ କରିଛୁ। ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସ ବଢା ଯାଇଛି।


ସେପଟେ ରାଜ୍ୟର କୋରୋନା ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କୁ ହାଇକୋର୍ଟ ତଥ୍ୟ ମାଗିଛନ୍ତି। ଆସନ୍ତା ୨୦ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏହି ସଂକ୍ରାନ୍ତ ମାମଲାର ବିଚାର କରିବାକୁ କୋର୍ଟ ମନା କରି ଦେଇଥିଲେ। କିନ୍ତୁ ଏବେ ପୁଣି ଥରେ ଏହା ଉପରେ ଆଗ୍ରହ ଦେଖାଇଛନ୍ତି।