ଗତକାଲି ସମସ୍ତ କେନ୍ଦ୍ରରେ ଖଚାଖଚ୍ ଭିଡ୍ ଦେଖିବାକୁ ମିଳିଥିଲା। ଏପରି ପରିସ୍ଥିତିରେ ଦିନକରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ କୋରୋନା ଟିକା ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇ ଥିବା ବେଳେ ପୁଣି ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମତ୍ୟୁ ହୋଇଛି।
Trending Photos
ଭୁବନେଶ୍ୱର: ରାଜ୍ୟରେ ରେର୍କଡ ଭାଙ୍ଗିଲା ଟିକାକରଣ ଅଭିଯାନ। ଦିନକରେ ୪ ଲକ୍ଷରୁ ଊର୍ଦ୍ଧ ଲୋକଙ୍କ ଟିକାକରଣ ହୋଇଛି। ଦୀର୍ଘ ଦିନ ଟିକା କେନ୍ଦ୍ର ବନ୍ଦ ରହିବା ପରେ ଗତକାଲି ସମସ୍ତ କେନ୍ଦ୍ରରେ ଖଚାଖଚ୍ ଭିଡ୍ ଦେଖିବାକୁ ମିଳିଥିଲା। ଏପରି ପରିସ୍ଥିତିରେ ଦିନକରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ କୋରୋନା ଟିକା ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଇ ଥିବା ବେଳେ ପୁଣି ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମତ୍ୟୁ ହୋଇଛି।
ପରିବାର କଲ୍ୟାଣ ନିର୍ଦ୍ଦଶକ, ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଗତକାଲି ଆମର ୧୭୩୫ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଛି। ଆମର ଆଗରୁ ୩ ଲକ୍ଷ ଟିକାକରଣ (Vaccination) ପାଇଁ ଲକ୍ଷ୍ୟ ଥିଲା। ମାତ୍ର ଗତକାଲି ଆମର ଲକ୍ଷ୍ୟ ଧାର୍ଯ୍ୟଠୁ ଅଧିକ ଟିକାକରଣ ହୋଇଛି। ଗତକାଲି ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଏକ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଡୋଜ୍ ଟିକାକରଣ ହୋଇଛି। ଆଜି ୧୬୫୭ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି। ଆସନ୍ତା ୪ରୁ ୫ ମାସ ମଧ୍ୟରେ ଆମେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଶେଷ କରିବାକୁ ଟାର୍ଗେଟ ରଖିଛୁ।
Also Read: ପଶ୍ଚିମ ଓଡ଼ିଶାରେ ଆଜିଠୁ ୫ ଦିନ ବିଦ୍ୟୁତ କାଟ୍, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ ହେବ ପ୍ରଭାବିତ?
ସେ ପୁଣି କହିଛନ୍ତି ଯେ, ଟିକାକରଣ କେନ୍ଦ୍ରରେ ଭିଡ଼ ହେବାର କାରଣ ହେଉଛି ବର୍ତ୍ତମାନ ଲୋକମାନେ ଟିକା (Vaccine) ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଅନସାଇଟ ଉପରେ ଲୋକମାନେ ଅଧିକ ଟିକା ନେବାକୁ ଆସୁଥିବାରୁ ଭିଡ଼ ହେଉଛି। ଗର୍ଭବତୀ ମହିଳାମାନଙ୍କ ଟିକାକରଣ ଲାଗି ଆଜି କେନ୍ଦ୍ର ସରକାର, ରାଜ୍ୟର ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଜିଲ୍ଲା ମାନେ ବି ସାମିଲ ରହିବେ। ଯେତେ ଶୀଘ୍ର ସମ୍ଭବ ଏହା ଆରମ୍ଭ ହେବ। ସେମାନଙ୍କୁ ବେଶୀ ସମୟ ଅପେକ୍ଷା କରିବାକୁ ପଡିବନି ତାହା ଉପରେ ଦୃଷ୍ଟି ଦିଆଯିବ।
ସେପଟେ ଆଜି ରାଜ୍ୟରେ ଆଉ ୨ ହଜାର ୪୮୭ କୋରୋନା (Coronavirus) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୨୭ ହଜାର ୧୮୬କୁ ବୃଦ୍ଧି ପାଇଛି। ସେହପରି ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ୫୦ରୁ ଊର୍ଦ୍ଧ୍ୱ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟାନୁସାରେ ଗତ ୨୪ ଘଣ୍ଟାରେ ୫୨ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୪ ହଜାର ୨୯୯କୁ ବୃଦ୍ଧି ପାଇଥିବା ବେଳେ ଏଯାଏ ୮ ଲକ୍ଷ ୯୪ ହଜାର ୧୦୪ ଜଣ ରୋଗୀ ସୁସ୍ଥ ହୋଇଛନ୍ତି।