ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ପୂଜା ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ନବୀନ ସରକାର! ଆକ୍ଟୋବର ଦରମାରେ  ଏହି ବର୍ଦ୍ଧିତ ଭତ୍ତା ମିଳିବ।


COMMERCIAL BREAK
SCROLL TO CONTINUE READING

ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ୧୧% ବୃଦ୍ଧି କରିବା ସହ dearness relief ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ। 


Also Read: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି; ସରକାରୀ କର୍ମଚାରୀଙ୍କ ଗୋଷ୍ଠୀ ବୀମା କ୍ଲେମ୍ ୬ ଲକ୍ଷ ଟଙ୍କାକୁ ବୃଦ୍ଧି


ବର୍ତ୍ତମାନ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮%ରେ ପହଞ୍ଚିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇ ପହିଲାରୁ ଏହାକୁ ପିଛିଲା ଭାବରେ ଭତ୍ତା ଲାଗୁ  ହେବ। ଆସନ୍ତା ଅକ୍ଟୋବରରୁ ନୂଆ ଭତ୍ତା ମିଳିବ। ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ଦିଆଯିବ ।