Odisha Govt: ଚୁକ୍ତିଭିତ୍ତିକ ମେଡିକାଲ ଅଧ୍ୟାପକଙ୍କ ପାରିଶ୍ରମିକ ବଢିଇଲେ ରାଜ୍ୟ ସରକାର
Odisha Health and Family Welfare Dept: ରାଜ୍ୟର ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାର କାର୍ଯ୍ୟରତ ଚୁକ୍ତିଭିତ୍ତିକ ଅଧ୍ୟାପକ, ଆସୋସିଏଟ୍ ପ୍ରଫେସର, ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସରଙ୍କ ପାରଶ୍ରମିକ ବଢାଇଛନ୍ତି ଓଡ଼ିଶା ସରକାର।
Odisha Govt Hikes Contractual Medical Facultys Remuneration: ରାଜ୍ୟର ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ରାଜ୍ୟର ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଅଧ୍ୟାପକ ୫ ପ୍ରତିଶତ ବୃଦ୍ଧି ସହିତ ସଂଶୋଧିତ ୨ ଲକ୍ଷ ୩୦ ହଜାର ଟଙ୍କାର ପାରିଶ୍ରମିକ ପାଇବେ। ପୂର୍ବରୁ ଚୁକ୍ତିଭିତ୍ତିକ ଅଧ୍ୟାପକ ବାର୍ଷିକ ୩ ବୃଦ୍ଧି ସହିତ ୧ ଲକ୍ଷ ୨୫ ହଜାର ଟଙ୍କାର ପାରିଶ୍ରମିକ ପାଉଥିଲେ।
ସେହିଭଳି ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଚୁକ୍ତିଭିତ୍ତିକ ଆସୋସିଏଟ୍ ପ୍ରଫେସର ବାର୍ଷିକ ୫ ପ୍ରତିଶତ ବୃଦ୍ଧି ସହିତ ସଂଶୋଧିତ ୨ ଲକ୍ଷ ଟଙ୍କାର ପାରିଶ୍ରମିକ ପାଇବେ। ପୂର୍ବରୁ ଚୁକ୍ତିଭିତ୍ତିକ ଚୁକ୍ତିଭିତ୍ତିକ ଆସୋସିଏଟ୍ ପ୍ରଫେସର ବାର୍ଷିକ ୩ ବୃଦ୍ଧି ସହିତ ୧ ଲକ୍ଷ ଟଙ୍କାର ପାରିଶ୍ରମିକ ପାଉଥିଲେ। ଏ ସମ୍ପର୍କରେ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଛି।
ରାଜ୍ୟର ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ବାର୍ଷିକ ୫ ପ୍ରତିଶତ ବୃଦ୍ଧି ସହିତ ସଂଶୋଧିତ ୧ ଲକ୍ଷ ୨୦ ହଜାର ଟଙ୍କାର ପାରିଶ୍ରମିକ ପାଇବେ। ପୂର୍ବରୁ ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ବାର୍ଷିକ ୩ ବୃଦ୍ଧି ସହିତ ୭୫ ହଜାର ଟଙ୍କାର ପାରିଶ୍ରମିକ ପାଉଥିଲେ।
ଯତ୍ନର ସହ ବିଚାର କରିବା ପରେ ଚୁକ୍ତିଭିତ୍ତିକ ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ନିୟୋଜିତ ଅଧ୍ୟାପକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ଏହି ନିୟମ ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ନିୟୋଜିତ ଅଧ୍ୟାପକଙ୍କ ଲାଗି ତତ୍କାଳ ପ୍ରଭାବରେ ଲାଗୁ ହେବ। ଏ ସମ୍ପର୍କରେ ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ରିଜୋଲ୍ୟୁସନ ନମ୍ବର ୮୯୬୭, ୨୦୨୨ ଅପ୍ରେଲ୍ ୨୫ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।