Odisha Govt To Appoint 5000 Doctors: ଆଗାମୀ ଦିନରେ ରାଜ୍ୟରେ ନିଯୁକ୍ତ ହେବେ ୫ ହଜାର ଡାକ୍ତର। ରାଜ୍ୟରେ ଡାକ୍ତର ନିଯୁକ୍ତି ନେଇ ବିଧାନସଭାରେ ଏ କଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନର ଜବାବ ରଖି ଏହି ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ହେଲେ ନିଜ ନିର୍ବାଚନମଣ୍ଡଳୀରେ ଡାକ୍ତର ଅଭାବକୁ ନେଇ ଉଦବେଗ ପ୍ରକାଶ କରିଥିଲେ ବିଧାୟକ ନବ ଚରଣ ମାଝୀ। ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୋଟ ୩୭ ଜଣ ଡାକ୍ତର ରହିବା ବଦଳରେ ୬ ଡାକ୍ତର ଅଛନ୍ତି ବୋଲି କହିଛନ୍ତି ବିଧାୟକ। 


COMMERCIAL BREAK
SCROLL TO CONTINUE READING

ନିଜ ନିର୍ବାଚନମଣ୍ଡଳୀରେ ଡାକ୍ତର ଅଭାବକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଥିଲେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ। ବିଧାୟକଙ୍କ ପ୍ରଶ୍ନ ଉପରେ ଜବାବ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ପ୍ରାଥମିକତା ଭିତ୍ତିରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି କରାଯିବ। 


ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେଉଁଝର ବିଧାୟକ ମୋହନ ମାଝୀଙ୍କ ପକ୍ଷରୁ ପଚରା ଯାଇଥିବାସ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟସେବାରେ ୨୧ ହଜାର ୩୪୨ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତି ୧୦୦୦ ଜଣଙ୍କ ମଧ୍ୟରେ ୧୦୦ ଡାକ୍ତରଖାନା ଶଯ୍ୟା ରହିବା ଆବଶ୍ୟକ। ହେଲେ ରାଜ୍ୟରେ ରୋଗୀଙ୍କ ତୁଳନାରେ ଶର୍ଯ୍ୟା ସଂଖ୍ୟା ୭୧ ରହିଛି।