ଭୁବନେଶ୍ୱର: ପୁଣି ହିତାଧିକାରୀଙ୍କୁ ଆଗୁଆ ମିଳିବ ମଧୁବାବୁ ପେନସନ୍। ଏଥର କୋରୋନାରେ ମାତା ପିତାଙ୍କୁ ହରାଇଥିବା ପିଲାଙ୍କୁ ମଧ୍ୟ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ରାଜ୍ୟରେ କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା ଯୋଜନା ରେ ହିତାଧିକାରୀ ଙ୍କୁ ୩ ମାସର ଅଗ୍ରୀମ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସୂଚନାନୁସାରେ, ଜୁନ, ଜୁଲାଇ ଓ ଅଗଷ୍ଟ ର ଭତ୍ତା ଅଗ୍ରୀମ ଆକାରରେ ଦିଆଯିବ। ଦେଢ଼ ଲକ୍ଷ ହିତାଧିକାରୀଙ୍କୁ ଇ ପେମେଂଟ ମାଧ୍ୟମରେ ଓ ବାକି ସମସ୍ତଙ୍କୁ ଘରେ ଘରେ ପେନସନ୍ (Madhubabu Pension) ଦିଆଯିବ। ଏ ସମ୍ପର୍କରେ ବିଭିନ୍ନ ଜିଲ୍ଲାପାଳମାନକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।


Also Read: କେନାଲରେ ପଡିଥିବା ବିଷାକ୍ତ ମଦ ପିଇ ୬ ଶ୍ରମିକ ମୃତ


ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କ ନିର୍ଦ୍ଦେଶ କ୍ରମେ କୋଭିଡରେ ବାପା ମା'ଙ୍କୁ ହରାଇଥିବା ଅନାଥ ପିଲାମାନଙ୍କୁ ମଧୁବାବୁ କୋଭିଡ ଯୋଜନାରେ ୬ଟି ଜିଲ୍ଲାରୁ ୧୨ ଜଣ ପିଲାଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ରାପଡା ଓ ମୟୁରଭଞ୍ଜରୁ ୩ ଜଣ ଲେଖାଏଁ ଏବଂ ଭଦ୍ରକ, ରାୟଗଡା ଓ ଦେବଗଡ଼ରୁ ୨ ଜଣ ଲେଖାଏଁ ପିଲାଙ୍କୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। 


୪୮ ଲକ୍ଷ ୫୬ ହଜାର ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ଭତ୍ତା (Pension) ଦିଆଯିବ। ସର୍ବନିମ୍ନ ଭତ୍ତା ପରିମାଣ ୫ ଶହ ଟଙ୍କା ରହିଛି। ଅନାଥ ଶିଶୁମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ମଧ୍ୟ ସରକାର ସହାୟତା କରିବେ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।