ଭୁବନେଶ୍ୱର: ଶେଷରେ ଚୂଡାନ୍ତ ହେଲା ଦଶମ ମୂଲ୍ୟାଙ୍କନ ପଦ୍ଧତି। ମାଟ୍ରିକ୍ ମାର୍କିଂର ଚୂଡ଼ାନ୍ତ ପଦ୍ଧତିକୁ ବୋର୍ଡର ଅନୁମୋଦନ ଦେଇଛି। ନବମ, ଦଶମର ମାର୍କ ଆଧାରରେ ମାର୍କିଂ ହେବ। ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷାର ମାର୍କକୁ ବିରାଚ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।


COMMERCIAL BREAK
SCROLL TO CONTINUE READING

ସେପଟେ ମାଟ୍ରିକ ପରୀକ୍ଷା ଫଳ ପାଇଁ ଗାଇଡ଼ଲାଇନ ପ୍ରକାଶ ନେଇ ମନ୍ତ୍ରୀ ସମୀର ଦାସଙ୍କ ସୂଚନା ଦେଇଛନ୍ତି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଇତିହାସରେ ପ୍ରଥମ ଥର ପାଇଁ ଏଭଳି ସ୍ଥିତି ଆସିଛି। ଆମ ପାଖରେ ଅଧିକ ସାଧନ କିମ୍ବା ବିକଳ୍ପ ନାହିଁ। ସେଥିପାଇଁ ବୋର୍ଡ଼ ଏହି ବ୍ୟବସ୍ଥା ଗ୍ରହଣ କରିଛି। ପିଲାମାନଙ୍କ ସ୍ୱାର୍ଥହାନୀ ହେବ ନାହିଁ, ପିଲାମାନେ ଅସନ୍ତୋଷ ହେବେ ନାହିଁ ବୋଲି ଆଶା କରୁଛୁ। ନଚେତ ପରବର୍ତ୍ତୀ ସମୟରେ ସ୍ଥିତି ସୁଧୁରିଲେ ପୁଣି ପରୀକ୍ଷା ଦେଇପାରିବେ ବୋଲି ପିଲାମାନଙ୍କୁ କୁହାଯାଇଛି।


Also Read: ବିବାହ ଭୋଜି ଅଟକାଇବାକୁ ଯାଇ ତହସିଲଦାର ହଟହଟା, ବିଜୁଳି କାଟି ପିଟିଲେ ଗ୍ରାମବାସୀ


 


ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା (Entrance Exam) ନେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି, 'ଏ ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇନଥିବା ବେଳେ ପରବର୍ତ୍ତୀ ସମୟରେ ଜଣାପଡିବ। ଜୁନ ୩୦ ପରେ ମାଟ୍ରିକ ପରୀକ୍ଷା ଫଳ (Matric Results) ପ୍ରକାଶ ପାଇବ।  ପରେ ଏ ସମ୍ପର୍କରେ ବିଚାର କରାଯିବ ବୋଲି ମନ୍ତ୍ରୀ ସମୀର ଦାଶ (Samir Ranjan Das) କହିଛନ୍ତି। 



ସୂଚନାଯୋଗ୍ୟ, କୋରୋନା (Coronavirus) ପ୍ରକୋପରୁ ଏଥର ରାଜ୍ୟରେ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି। ପିଲାଙ୍କ ଧାରଣା ପ୍ରଦର୍ଶନ ପରେ ପରୀକ୍ଷା ନକରିବାକୁ ସରକାର ନିଷ୍ପତି ନେଇଛନ୍ତି। ତେବେ ପୂର୍ବ ପରୀକ୍ଷାର ମାର୍କ ଅନୁସାରେ ମାଟ୍ରିକ ପିଲାଙ୍କ ଗ୍ରେଡେସନ ହେବ। ଯେଉଁମାନେ ବୋର୍ଡର ମାର୍କରେ ଅସନ୍ତୁଷ୍ଟ ହେବେ ସେମାନେ ପରବର୍ତ୍ତୀ ସମୟରେ ପରୀକ୍ଷା ଦେଇ ପାଇବେ।