ଆର ଉଦୟଗିରି (R Udaygiri) ଠାରୁ ମାତ୍ର ୧୩କିମି ଦୂରରେ କୋଭିଡ୍ ନିୟମ (Covid norms) କୁ ଉଲଂଘନ କରି ଛେଳିଗଡ ଗାଁଖ୍ରୀଷ୍ଟିୟାନ ସାହିରେ ମହାଆଡମ୍ବରରେ ଏକାଧିକ ବାହାଘର ଚାଲିଥିଲା। ବାରଣ କରିବାରୁ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।
Trending Photos
ପ୍ରେମାନନ୍ଦ ପୂଜାରୀ, ଗଜପତି: ଦୋହରିଲା ମୟୂରଭଞ୍ଜ ଦେୱାନବାହାଳି ଗ୍ରାମର ଘଟଣା। ସେଠାରେ ଚଇତି ପର୍ବ ଓ ଏଠାରେ ବିବାହ ଅଟକାଇବାକୁ ଯାଇ ପୋଲିସ ଲହୁଲୁହାଣ ହୋଇଥିବା ବାଳେ ତହସିଲଦାରଙ୍କ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ସନ୍ଧ୍ୟାରେ ଗଜପତିର ଆର ଉଦୟଗିରି ଅଞ୍ଚଳରେ ଦେଥିବାକୁ ମିଳିଛି।
ଆର ଉଦୟଗିରି (R Udaygiri) ଠାରୁ ମାତ୍ର ୧୩କିମି ଦୂରରେ କୋଭିଡ୍ ନିୟମ (Covid norms) କୁ ଉଲଂଘନ କରି ଛେଳିଗଡ ଗାଁଖ୍ରୀଷ୍ଟିୟାନ ସାହିରେ ମହାଆଡମ୍ବରରେ ଏକାଧିକ ବାହାଘର ଚାଲିଥିଲା। ବାରଣ କରିବାରୁ ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ପଥର ମାଡ଼ର ଶିକାର ହୋଇ ଆର ଉଦୟଗିରି ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ଗୁରୁତର ଆହତ ହୋଇଥିଲେ। ଆର ଉଦୟଗିରି ପୋଲିସ ସହାୟତା ରେ ତହସିଲଦାର ଚଡାଉ କରି କୋଭିଡ ନିୟମ ଉଲଂଘନ ହେଉଥିବା ଏବଂ ବଡ ଭୋଜି ଆୟୋଜନ ହେଉଥିବା ଦେଖି ଭୋଜି ବନ୍ଦ କରିବାକୁ କହିଥିଲେ।
Also Read: ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୋଲିସ ଲହୁଲୁହାଣ
ତେବେ ତହସିଲଦାରଙ୍କ ପରାମର୍ଶ ଶୁଣିବା ବଦଳରେ ଭୋଜି ଅୟୋଜନକାରୀ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଉକ୍ତ ସମୟରେ ବିଦ୍ୟୁତ ଚାଲିଯିବାରୁ ଅନ୍ଧାରର ସୁଯୋଗ ନେଇ ପୋଲିସ କର୍ମଚାରୀଙ୍କ ସମେତ ତହସିଲଦାର (Tahasildar Attacked) ଙ୍କୁ ମାଡ଼ ମାରି ରକ୍ତାକ୍ତ କରିଦେଇଥିଲେ। ଘଟଣା ସ୍ଥଳରେ ଶତାଧିକ ଲୋକେ ପଥର ମାରି ଥିଲେ। ଗୋଟିଏ ପଥର ତହସିଲଦାରଙ୍କ ଠିକ ମୁଣ୍ଡରେ ବାଜିଥିଲା। ଏଥିସହ ତହସିଲଦାରଙ୍କ ସାଙ୍ଗରେ ଯାଇଥିବା OSAP ତୃତୀୟ ବାଟାଲିୟନର ୩ ଜଣ ଯବାନ ମଧ୍ୟରେ ପଥର ମାଡରେ ଆହତ ହୋଇଛନ୍ତି।
ପୋଲିସ କର୍ମଚାରୀ (Gajapati Police) ସହାୟତାରେ ତହସିଲଦାରଙ୍କୁ ଆର ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତହସିଲଦାର ଓ ପୋଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ଶରୀରରେ ଅନେକ କ୍ଷତ ମଧ୍ୟ ହୋଇଛି। ଖବର ପାଇ ଗଜପତି (Gajapati) SDM ସଂଗ୍ରାମ ଶେଖର ପଣ୍ଡା, BDO ପ୍ରଦୀପ କୁମାର ନାୟକ, SDO ଦିଲିପ କୁମାର ନାୟକ ପହଞ୍ଚି ତହସିଲଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି। ଏହି ଆକ୍ରମଣରେ ତହସିଲ ଗାଡି ଭଙ୍ଗାରୁଜା ହେବା ସହ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।
Also Read: ଦିନ ଦ୍ୱିପହରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ଭିଡିଓ ଭାଇରାଲ, ଜଣେ ଗିରଫ
ସେପଟେ ପୋଲିସର ଚଡାଉ (Police Raid) ବେଳେ ଆକ୍ରମଣ କାଣ୍ଡ ଭିଆଇଥିବା ଶତାଧିକ ଲୋକେ ଛେଳିଗଡ ଗାଁ ଛାଡି କେଉଁ ଆଡେ ଚାଲିଯାଇଥିବା SDPO ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଗାଁ ନିକଟସ୍ଥ ତଲଡା ଗ୍ରାମରେ ୨୯ ଏପ୍ରିଲ ତାରିଖରେ କୋଭିଡ ନିୟମ (Corona Guidelines) ସଚେତନ ତା ବେଳେ ପୋଲିସ ଅଧିକାରୀଙ୍କୁ ଗ୍ରାମବାସୀ ଦୁର୍ବ୍ୟବହାର କରିବା ସହ ହାତାହାତି ହୋଇଥିଲା । ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ନିୟମ ଉଲଂଘନ କାରି ବେଖାତିର ହୋଇପଡୁଛନ୍ତି।