ଭୁବନେଶ୍ୱର: ପୁଣି ତେଜିଲା ୧୫% ସ୍କୁଲ ଫି ଛାଡ଼ ଦାବି ପ୍ରସଙ୍ଗ। ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଆଦେଶର ପାଳନ ହେଉନଥିବା ଅଭିଯୋଗ କରିଛି ଓଡିଶା ଅଭିଭାବକ ମହାସଂଘ। ତେଣୁ ୧୫% ସ୍କୁଲ ଫି ଛାଡ଼ ଦାବିରେ ଜିଲ୍ଲାପାଳଙ୍କ ଭୁବନେଶ୍ୱର କ୍ୟାମ୍ପ ଅଫିସ ଆଗରେ ଆସନ୍ତାକାଲି ଅର୍ଥାତ ଜୁଲାଇ ୮ ତାରିଖ ଗୁରୁବାର ସକାଳ ୧୦ ଘଟିକା ସମୟରେ ଅଭିଭାବକମାନେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି।


COMMERCIAL BREAK
SCROLL TO CONTINUE READING

କୋରୋନା ମହାମାରୀରେ ଅଭିଭାବକମାନଙ୍କ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଘରୋଇ ସ୍କୁଲରେ ଫି ଆଦାୟକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ଏମଓୟୁ ହୋଇ ସ୍କୁଲ ଫିରେ କେତୋଟି ସ୍ଲାବରେ ରିହାତି ମଧ୍ୟ ସ୍ଥିର ହୋଇଥିଲା। ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଭାଗର ପରବର୍ତ୍ତୀ ନିର୍ଦ୍ଦେଶନାମାରେ ପୂର୍ବ ଏମଓୟୁରେ ସାମିଲ ନଥିବା ସ୍କୁଲମାନେ ରିଆଡ଼ମିସନ, ସେସନ, ପରୀକ୍ଷା, ଡେଭଲପମେଣ୍ଟ, ଏଷ୍ଟାର୍ବଲିସମେଣ୍ଟ ଆଦି ଅନ୍ୟାନ୍ୟ ସମସ୍ତ ଫି-କୁ ଛାଡି କେବଳ ପିଲାଙ୍କ ପାଠ ପଢ଼ାରେ ବ୍ୟବହାର ହେଉଥିବା ସୁବିଧାର ଉପଯୁକ୍ତ ଫି ଅର୍ଥାତ ଟିଉସନ ଫିରୁ  ୧୫% ଛାଡ଼ କରି ୨୦୧୯-୨୦ ବର୍ଷର ଫି-କୁ ଅଭିଭାବକମାନଙ୍କୁ କିଛି ମାସ ସମୟ ଦେଇ ଆଦାୟ କରିବାକୁ ଉଲ୍ଲେଖ କରାଯାଇଥିଲା।


Also Read: ଓଡ଼ିଶା ଇତିହାସରେ ପ୍ରଥମ; ପୂରଣ ହେବ ୧୦ ହଜାର ଶିକ୍ଷକ ପଦବୀ, ପ୍ରବେଶିକା ପରୀକ୍ଷା ଦେବେ ଆଶାୟୀ


ଗତ ଜୁନ ୩ ତାରିଖରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଫି ଛା଼ଡ ମାମଲାରେ ସମନ୍ୱୟ ରକ୍ଷାକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ନିର୍ଦ୍ଦେଶର ମାସେ ପରେ ମଧ୍ୟ ସଠିକ ଭାବେ ତାହା କାର୍ଯ୍ୟକାରୀ ହେଲା ନାହିଁ। ଏପରିକି ନିର୍ଦ୍ଦେଶନାମାରେ ଫି ଆଦାୟକୁ ନେଇ କୌଣସି ସ୍କୁଲ ପିଲାଙ୍କୁ ଅନଲାଇନ ପାଠ ପଢ଼ା, ପରୀକ୍ଷା, ପ୍ରୋଗେସ କାର୍ଡ, କ୍ଲାସ ପ୍ରମୋସନ ଆଦିରୁ ବଞ୍ଚିତ କରିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଥିବା ବେଳେ ଅନେକ ସ୍କୁଲ ଏହାକୁ ଆଦୌ ମାନୁନାହାନ୍ତି ବୋଲି ଓଡିଶା ଅଭିଭାବକ ମହାସଙ୍ଘ ଅଭିଯୋଗ କରିଛି।


ପୂର୍ବରୁ ମଧ୍ୟ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ସଠିକ ଅନୁପାଳନ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନ କରାଯାଇଥିଲା। ପରେ ଏଡିଏମଙ୍କ ମଧ୍ୟସ୍ଥତାରେ ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱରର କେତେକ ସ୍କୁଲ ନିର୍ଦ୍ଦେଶର ସଠିକ ପାଳନ ପୂର୍ବକ ଦସ୍ତାବିଜ ବିଇଓଙ୍କ ନିକଟରେ ଦାଖଲ କରିଥିଲେ। ହେଲେ ସେଗୁଡିକ ଭୁଲ ତଥ୍ୟ ଉପରେ ଆଧାରିତ ଥିଲା। ତେଣୁ ଜିଲ୍ଲାପାଳ ସମସ୍ତ ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ଓ ଜିଲ୍ଲାର ତତ୍ୱାବଧାରକ ଭାବରେ ନିର୍ଦ୍ଦେଶର ସଠିକ ଅନୁପାଳନ ପାଇଁ ଦାୟୀ। 


Also Read: ଦୁଇଟି ସନ୍ତାନ ମଧ୍ୟରେ ଅନ୍ତର ରଖିବ 'ଅନ୍ତରା'


ତେଣୁ ବାଧ୍ୟ ହୋଇ ଆସନ୍ତାକାଲି ଭୁବନେଶ୍ୱର ସହରର ଆବାହକ ପ୍ରଦୀପ୍ତ ମିଶ୍ରଙ୍କ ପରିଚାଳନାରେ ଶତାଧିକ ଅଭିଭାବକ ଅନଶନରେ ବସିବାର କାର୍ଯ୍ୟକ୍ରମ ରହିଛି।  ଜିଲ୍ଲାପାଳଙ୍କ କ୍ୟାମ୍ପ ଅଫିସ ବା ଭୁବନେଶ୍ୱର ଏଡିଏମଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା ଅଭିଭାବକ ମହାସଂଘ  ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବ ବୋଲିସହ ଅଧ୍ୟକ୍ଷ ଓଡିଶା ଅଭିଭାବକ ମହାସଂଘ,  ପ୍ରସନ୍ନ ବିଷୋୟୀ କହିଛନ୍ତି।