ଗର୍ଭନିରୋଧକ ଇଞ୍ଜେକସନ M.P.Aର ଅନ୍ୟ ନାମ ଅନ୍ତରା। ଏହି ଇଞ୍ଜେକସନ୍ ନେବାର ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ଚିନ୍ତା ନଥାଏ। ଅନ୍ତରା ନେବା ଦ୍ୱାରା ଯୌନ ସଂମ୍ପର୍କ ରଖିବାରେ କୌଣସି ଅସୁବିଧା ହୁଏ ନାହିଁ।
Trending Photos
ଭୁବନେଶ୍ୱର: ବିଶ୍ୱରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନେଇ ଏବେ ସମସ୍ତ ଦେଶ ଚିନ୍ତାରେ ଅଛନ୍ତି। ଏହି ସମସ୍ୟାକୁ କିପରି ଦୂର କରାଯାଇ ସେନେଇ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟଜନ କରାଯାଉଛି। ଚଳତ ବିଶ୍ୱ ଜନସଂଖ୍ୟା ଦିବସରେ ଲୋକଙ୍କୁ ପରିବାର ନିୟନ୍ତ୍ରଣ ଉପରେ ସଚେତନ କରାଯାଉଛି। ଏଥିପାଇଁ ଜୁନ ୨୨ ତାରିଖରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ସଚେତନତା ପକ୍ଷ ଓ ଜୁଲାଇ ୧୧ରୁ ଜୁଲାଇ ୨୪ ପର୍ଯ୍ୟନ୍ତ ସ୍ଥିରତ ପକ୍ଷ ପାଳନ କରାଯିବ।
ପରିବାର ନିୟନ୍ତ୍ରଣ ଏକ ସାମାଜିକ ଦାୟିତ୍ୱ। ଦାୟିତ୍ୱ ସମ୍ପନ୍ନ ଦମ୍ପତି ପରିବାର ନିୟନ୍ତ୍ରଣ କରନ୍ତି। ବର୍ଦ୍ଧିତ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାର ସର୍ବକୃଷ୍ଟ ଉପାୟ ହେଉଛି ପରିବାର ନିୟନ୍ତ୍ରଣ। ଏହାର ୭ଟି ଉପାୟ ଅଛି। ସେଗୁଡିକ ହେଲା- ଇଞ୍ଜେକସନ M.P.A, ଜରୁରୀ ଗର୍ଭନିରୋଧକ ବଟିକା, ଗର୍ଭ ନିରୋଧକ ବଟିକା, କପର I.U.C.D 375 ଓ I.U.C.D 380, ନିରୋଧ, ପୁରୁଷ ବନ୍ଧ୍ୟାକରଣ ଓ ମହିଲା ବନ୍ଧ୍ୟାକରଣ।
Also Read: ଟିକାକରଣରେ ଚରମ ଅବହେଳା! ପ୍ରଥମ ଛାଡି କେମିତି ନେବେ ଦ୍ୱିତୀୟ ଡୋଜ୍ ଟିକା? ଅନଲାଇନ୍ ବୁକିଂ କରି ଜନତା ହଟହଟା
ଗର୍ଭନିରୋଧକ ଇଞ୍ଜେକସନ M.P.Aର ଅନ୍ୟ ନାମ ଅନ୍ତରା। ଏହି ଇଞ୍ଜେକସନ୍ ନେବାର ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ଚିନ୍ତା ନଥାଏ। ଅନ୍ତରା ନେବା ଦ୍ୱାରା ଯୌନ ସଂମ୍ପର୍କ ରଖିବାରେ କୌଣସି ଅସୁବିଧା ହୁଏ ନାହିଁ। ପ୍ରସବର ୬ ମାସ ପରେ ସ୍ତନ୍ୟପାନ କରାଉଥିବା ମହିଳାମାନେ ଗର୍ଭନିରୋଧକ ଇଞ୍ଜେକସନ ଅନ୍ତରା ନେଇ ପାରିବେ। ପରିବାର ନିୟନ୍ତ୍ରଣର ନୂଆ ଓ ସହଜ ଉପାୟ ଗୁଡିକ ବିଷୟରେ ଅଧିକ ସୂଚନା ପାଇଁ ଟୋଲ ଫ୍ରି ନମ୍ବର- ୧୮୦୦ ୧୧୬ ୫୫୫ ଡାଏଲ କରନ୍ତୁ। ନଚେତ, ୱେବ୍- humdo.nhp.gov.inରେ କ୍ଲିକ୍ କରିପାରିବେ।
ପରିବାର ନିୟନ୍ତ୍ରଣ ଯୋଜନାରେ ସାମିଲ ହେଉଥିବା ହିକାଧିକାରୀଙ୍କୁ ସରକାର ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି। ଗର୍ଭପାତ/ପ୍ରସବ ପରବର୍ତ୍ତୀ I.U.C.D ପାଇଁ ୩୦୦ ଟଙ୍କା, ମହିଳା ବନ୍ଧ୍ୟାକରଣ ପାଇଁ ୧୪୦୦ ଟଙ୍କା, ପ୍ରସବ ପରବର୍ତ୍ତୀ ବନ୍ଧ୍ୟାକରଣ ପାଇଁ ୨୨୦୦ ଟଙ୍କା ଓ ପୁରୁଷ ବନ୍ଧ୍ୟାକରଣ ପାଇଁ ୨୦୦୦ ଟଙ୍କା ଦିଆଯାଉଛି।