ଭୁବନେଶ୍ୱର: ରାଜ୍ୟରେ ଦିନକରେ ୧୮୬୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୪୪୫ରେ ପହଞ୍ଚିଛି। ଏହାରି ମଧ୍ୟରେ ଓଡ଼ିଶାର ସେରୋସର୍ଭେ ରିପୋର୍ଟ ଆସିଛି। ସେପଟେ ରାଜ୍ୟରେ ତୃତୀୟ ଲହର ଆସିବା ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋସର୍ଭେର ଓଡ଼ିଶା ରିପୋର୍ଟ ଆସିଛି। ରାଜ୍ୟର ୬୫.୧୨% ସାଧାରଣ ଲୋକ ଓ ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଆଣ୍ଟିବଡି ମିଳିଛି। ଏହି ସର୍ଭେରେ ଦକ୍ଷିଣ ଓଡିଶାର ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ୧୨୩୦ ସାଧାରଣ ଲୋକ ଓ ୩୧୧ ସ୍ବାସ୍ଥ୍ୟକର୍ମୀଙ୍କ ନମୂନା ନିଆଯାଇଥିଲା। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ରାୟଗଡ଼ାରେ ୬୩% ଓ କୋରାପୁଟରେ ୬୧.୩% ଲୋକଙ୍କଠାରେ ଆଣ୍ଟିବଡି ମିଳିଛି। ଜୁନ୍‌ ୧୬ରୁ ୨୦ ମଧ୍ୟରେ ୨୧ଟି ରାଜ୍ୟର ୭୦ ଜିଲ୍ଲାରେ ସେରୋସର୍ଭେ ହୋଇଥିଲା। 


Also Read: ପୁଣି ବଢ଼ିଲା କୋରୋନା ମାମଲା: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୫୪୬ ସଂକ୍ରମିତ  


ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ସେରୋ ସର୍ଭିଲାନ୍ସରେ ଭଲ ରେଜଲ୍ଟ ମିଳିଛି। ଟିକାର ପ୍ରଭାବ ଓ ଦୁଇଟି ଲହର ଦ୍ୱାରା କମ୍ୟୁନିଟିରେ ଇନଫେକ୍ସନ ଯୋଗୁଁ ଲୋକମାନଙ୍କ ଭିତରେ ଆଣ୍ଟିବଡ଼ି ଡେଭଲପ ହେଉଛି। ଜାତୀୟ ହାର ତୁଳନାରେ ଆମର ସେରୋ ସର୍ଭେ ରିପୋର୍ଟ ଭଲ ଅଛି। ପ୍ରଥମେ ଟିକା ଦିଆଯାଇଥିବାରୁ ବୟୋଜ୍ୟେଷ୍ଠ ଲୋକମାନଙ୍କର ଆଣ୍ଟିବଡ଼ି ଅଧିକ ବୃଦ୍ଧି ହୋଇଛି। 



ସେ ପୁଣି କହିଛନ୍ତି, 'ପ୍ରଥମ ଲହର, ଦ୍ୱିତୀୟ ଲହର ଓ ତୃତୀୟ ଲହର ମଧ୍ୟରେ କୌଣସି ରେଖା ଟାଣିବା ବଡ଼ କଷ୍ଟ। ପ୍ରତ୍ୟେକ ମହାମାରୀ ବେଳେ ଏକାଧିକ ଲହର ଆସେ। ତାକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିବନାହିଁ। ଓଡିଶାରେ ସଂକ୍ରମଣ ହାର ୨.୪%ରେ ଚାଲୁଛି। ତଥାପି ରାଜ୍ୟର ଦୁଇ ତିନିଟି ଜିଲ୍ଲାରେ ୩ ସଂଖ୍ଯାରେ ସଂକ୍ରମଣ ରହୁଛି। କଟକ ଓ ଭୁବନେଶ୍ୱରରେ କେମିତି ସଂକ୍ରମଣ କମିବ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ସେ ଦିଗରେ କାର୍ଯ୍ୟ କରୁଛି।'