Odisha Weather Update, ଭୁବନେଶ୍ୱର: ଧୀରେ ଧୀରେ ମୌସୁମୀ ବାୟୁ ଦୁର୍ବଳ ହେବାରେ ଲାଗିଛି। ମୌସୁମୀ ନିମ୍ନ-ଚାପ ରେଖାର ପଶ୍ଚିମ ଭାଗ ଶନିବାର ହିମାଳୟର ପାଦଦେଶରେ ଅବସ୍ଥାନ କରିଛି। ଆଉ ପୂର୍ବ ଭାଗ ଉତ୍ତର ପ୍ରଦେଶର ଗୋରଖପୁରରୁ ବାହାରି ମୁଜାଫରପୁର, ଜଲପାଈଗୁଡ଼ିରୁ ପୂର୍ବ ଦିଗରେ ଉତ୍ତର-ବଙ୍ଗଳାଦେଶ ଏବଂ ଆସାମ ଦେଇ ନାଗାଲାଣ୍ଡ ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଖୋର୍ଦ୍ଧା, କଟକ ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ଅଛି। ସୋମବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେଥିପାଇଁ ଅର୍ଦ୍ଧାଧିକ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଜାରି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଆଉ ଦୁଇ ଦିନ ରାଜ୍ୟରେ ଦୁର୍ବଳ ମୌସୁମୀର ପ୍ରଭାବ ରହିବ। ସେପ୍ଟେମ୍ବର ୬ରୁ ବର୍ଷାର ପରିମାଣ ବଢ଼ିବ। ସେପ୍ଟେମ୍ବର ୫ ତାରିଖ ପରେ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଗୋଟିଏ ଆସନ୍ତା ୬ ତାରିଖ ଓ ଅନ୍ୟଟି ୧୩ ତାରିଖ ବେଳକୁ ଆସିପାରେ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ। ତେବେ ୪ ତାରିଖରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଏହି ସମୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି। ସେହିପରି ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ। ଏହାର ପ୍ରଭାବରେ ମଧ୍ୟ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି। ଗତ ମାସରେ ରାଜ୍ୟରେ ଦୁଇ ଦୁଇଟି ବନ୍ୟା ହୋଇଥିଲା।


Also Read: Odisha Weather Update: ଚଳିତ ବର୍ଷ ବି ଫିକା ପଡିବ ପାର୍ବଣ! ଆସୁଛି ଆଉ ଦୁଇଟି ଲଘୁଚାପ, ବଢିଲା ବନ୍ୟା ଆଶଙ୍କା


ରବିବାର ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, କଳାହାଣ୍ଡି, ଗଞ୍ଜାମ, ନୟାଗଡ, ବୌଦ୍ଧ, ଅନୁଗୋଳ, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଅଛି। ସୋମବାର ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ସୁବର୍ଣ୍ଣପୁର, ଗଞ୍ଜାମ, ନୟାଗଡ, ବୌଦ୍ଧ, ଅନୁଗୋଳ, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେଉଁଝର, ମୟୂରଭଞ୍ଜ ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି। ସେହିପରି ମଙ୍ଗଳବାର କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, କଳାହାଣ୍ଡି, ଗଞ୍ଜାମ, ନୟାଗଡ, ଅନୁଗୋଳ, ପୁରୀ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରାଯାଇଛି।


ଆଇଏମଡି କହିଛି ଯେ, ଚଳିତ ମାସରେ ବର୍ଷାର ପରିମାଣ ସ୍ୱାଭାବିକ ରହିବ। ମୌସୁମୀ ଦୁର୍ବଳ ହୋଇଯାଇଥିଲା। ବନ୍ୟା ପରେ ରାଜ୍ୟରେ ଆଉ ବର୍ଷା ନାହିଁ। କିନ୍ତୁ ୭ ତାରିଖ ପରେ ପୁଣିଥରେ ମୌସୁମୀ ସକ୍ରିୟ ହେବାକୁ ଯାଉଛି। ଯାହା ଫଳରେ ରାଜ୍ୟରେ ପୁଣି ବର୍ଷା ଆରମ୍ଭ ହେବ। ୪ ତାରିଖରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ମେଘୁଆ ରହିବ। ତେବେ ଅକ୍ଟୋବରରେ ମଧ୍ୟ ବଙ୍ଗୋପ ସାଗରରେ ଗୋଟିଏରୁ ଦୁଇଟି ଲଘୁଚାପ ସୃଷ୍ଟିହେବା ସମ୍ଭାବନା ଅଛି। ଯହା ପାର୍ବଣ ମାହୋଲକୁ ବିଗାଡି ଦେବ ବୋଲି ଅନୁମାନ କରାଯାଉଛି।


Also Read: Covid-19 Vaccination: କ'ଣ ଆପଣ ବି ଟିକା ନେଇ ନାହାନ୍ତି କି? ସରକାର ନେବାକୁ ଯାଉଛନ୍ତି ଏବି ବଡ଼


ସେପ୍ଟେମ୍ବର ଓ ଅକ୍ଟୋବର ବେଳକୁ ରାଜ୍ୟରେ ବଡ ଧରଣର ବାତ୍ୟା ଆସିବା ନଜିର ରହିଛି। ତେଣୁ ଚଳିତ ମାସର ପ୍ରଥମ ଦୁଇ ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି। ତେବେ ଏହା ବାତ୍ୟାର ରୂପ ନେବ ନା ନାହିଁ ସେ ବାବଦରେ ପାଣିପାଗ ବିଭାଗ ଆକଳନ କରିନାହିଁ। ଏହି ଦୁଇଟି ଲଘୁଚାପ ପରେ ମଧ୍ୟ ବଙ୍ଗୋପସାଗରରେ ଆହୁରି ଏକାଧିକ ଲଘୁଚାପ ସୃଷ୍ଟି ହୋଇପାରେ। ଅକ୍ଟୋବରରେ ମଧ୍ୟ ବଙ୍ଗୋପସାଗର ଅଶାନ୍ତ ରହିବ ବୋଲି ଅନୁମାନ କରାଯାଉଛି। ତେଣୁ ରାଜ୍ୟବାସୀ ବାତ୍ୟାକୁ ନେଇ ଆତଙ୍କିତ ଅଛନ୍ତି। ସେପଟେ ମହାବାତ୍ୟା ଇନାମୋର, ଜାପାନ-ଚୀନ୍ ଉପକୂଳ ମୁହାଁ ହେଉଛି। ଏହାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୩ ଶହ କିଲୋମିଟର ରହିପାରେ। ସାମୁଦ୍ରିକ ଝଡ଼ ଯୋଗୁ ୫୦ ଫୁଟର ଜୁଆର ଉଠିପାରେ ବୋଲି କୁହାଯାଉଛି।