Odisha Weather Update:  ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ପ୍ରାୟ ୬ କିଲୋମିଟର ଯାଏଁ ଲମ୍ବିଛି। ଆଗାମୀ ୨୪ ଘଣ୍ଟା ଯାଏଁ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି। ତେବେ ଓଡିଶାରେ ଲଘୁଚାପର ପ୍ରଭାବ କମିଛି। ଫଳରେ ଗୁରୁବାର ଠାରୁ ବର୍ଷାର ପରିମାଣ ଏବଂ ବିସ୍ତୃତି କମିବ। କିନ୍ତୁ ୧୭ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟବାସୀଙ୍କୁ ପାଣିପାଗ ବିଭାଗ ଏକ ଆଶ୍ୱସ୍ତିକର ଖବର ଦେଇଛି। ଗତ ୪ ଦିନ ଧରି ରାଜ୍ୟବ୍ୟାପୀ ପ୍ରବଳ ବର୍ଷାରେ ଲଗାମ ଲାଗିଛି। ଗୁରୁବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ଆଞ୍ଚଳିକ ପାଣିପାଗ ବିଭାଗ କହିଛି, "ଆଜିଠୁ ରାଜ୍ୟରେ ଲଘୁଚାପ ପ୍ରଭାବ କମିବ। ବର୍ଷାର ପରିମାଣ ଏବଂ ବିସ୍ତୃତି ମଧ୍ୟ କମିବ। ଏଯାବତ ମୌସୁମୀ ଋତୁରେ ୧୧୫୩.୩ ମିମି ବର୍ଷା ରେକର୍ଡ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୦୯୯.୯ ମିମି ତୁଳନାରେ ୫% ଅଧିକ ରହିଛି। ଏଯାବତ ରାଜ୍ୟରେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି।"


Also Read: ନିଜ SEX LIFEକୁ ନେଇ କିଏ ଅଧିକ ସନ୍ତୁଷ୍ଟ? ସର୍ଭେରୁ ମିଳିଲା ସାଙ୍ଘାତିକ ତଥ୍ୟ


ମୌସୁମୀ ପ୍ରଭାବରେ ରାଜ୍ୟରେ ୧ ଜୁନରୁ ୨୦ ସେପ୍ଟେମ୍ବର ମଧ୍ୟରେ ୧୧୪୦.୯ ମିମି ବର୍ଷା ରେକର୍ଡ କରାଯାଇଥିଲା। ସତେବେଳେ ମଧ୍ୟ ସ୍ୱାଭାବିକ ବର୍ଷା ୧୦୯୧.୧ ମିମି ତୁଳନାରେ ୫% ଅଧିକ ଥିଲା। କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର ସୁଦ୍ଧା ସର୍ବାଧିକ ୧୬୪୯.୯ ମିମି (୫୧ ପ୍ରତିଶତ ଅଧିକ) ଏବଂ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୬.୧ ମିମି (୧୮ ପ୍ରତିଶତ କମ ) ବର୍ଷା ରେକର୍ଡ ହୋଇଛି। ଏହି ସମୟ ପରିଧିରେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିଲା। ସପେଟେ ଉପରମୁଣ୍ଡରେ ବର୍ଷାର ପରିମାଣ କମିବାରୁ ହୀରାକୁଦ ଡ୍ୟାମର ଗେଟ ମଧ୍ୟ କ୍ରମାନୁସାରେ ବନ୍ଦ କରାଯାଉଛି।


 



 


ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଗୁରୁବାର ରାଜ୍ୟର ୧୭ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ବ୍ୟତୀତର ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା ଅଛି। ତେଣୁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।