ଅସହ୍ୟ ଥଣ୍ଡାରେ ଥର ଥର ରାଜ୍ୟ; ରାତିରେ ଜାଡ଼, ବଢ଼ିବ ଶୀତର ପ୍ରକୋପ
ଚଳିତ ବର୍ଷ ବାରମ୍ବାର ଲଘୁଚାପ ଯୋଗୁଁ ଶୀତ ବିଳମ୍ବରେ ପ୍ରବେଶ କରିଥିବା ବେଳେ ରାଜ୍ୟରେ ଗତ ତିନି ହେଲା ପ୍ରବଳ ଶୀତ ହେଉଛି। ଶୀତର ମଜା ନେବା ପାଇଁ ଲୋକେ ପ୍ରାତଃ ଭ୍ରମଣ କରୁଥିବା ବେଳେ ସହରରେ ଥିବା ପାର୍କ ଗୁଡିକରେ ଲୋକେ ବ୍ୟାୟାମ କରୁଥିବା ଦେଖାଯାଉଛି।
ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରା, ବଢ଼ୁଛି ଜାଡ଼। ଆଗକୁ ଆହୁରି ଶୀତ ବଢ଼ିବ। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଶୁଷ୍କ ବାୟୁ ବହୁଛି। ୧୨ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା ରହିଛି।
ଆଉ ଖସିବନି ପାରଦ, ତାପମାତ୍ରା ସ୍ବାଭାବିକ ଠାରୁ ତଳେ ରହିବ। ରାଜ୍ୟରେ ଗତ ଏକ ସପ୍ତାହ ଧରି ଶୀତ ପ୍ରକୋପ ଜାରି ରହିଥିବା ବେଳେ ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ରାତିର ତାପମାତ୍ରାରେ ବଡ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ତଳେ ରହିବା ସହ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ସେପଟେ ଗତ ୨୪ ଘଣ୍ଟାରେ ୭ ଡ଼ିଗ୍ରୀ ରାତି ତାପମାତ୍ରା ସହ ଫୁଲବାଣୀ ଓଡ଼ିଶାର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି।
Also Read: Odisha Weather Update: ଖସୁଛି ପାରା, ବଢୁଛି ଜାଡ଼
ହାଡଭଙ୍ଗା ଶୀତରେ ଥରି ଉଠିଛି ସାରା ରାଜ୍ୟ। ବିଗତ ବର୍ଷ ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିବା ବେଳେ ଏଥର ପାରଦ ଖସିବା ରେକର୍ଡ କରିଛି। ଅଦିନିଆଁ ବର୍ଷା ପରେ ଏବେ ଭୟଙ୍କର ଜାଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ରାତି ତ ରାତି ସକାଳ ୧୦ଟା ଯାଏଁ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଦିନ ତମାମ ଗରମ ପୋଷାକ ପିନ୍ଧୁଥିବା ବେଳେ ଲୋକେ ନିଆଁ ଜଳାଇ ସମୟ କାଟୁଥିବା ଦେଖିବାକୁ ମିଳୁଛି।
ଚଳିତ ବର୍ଷ ବାରମ୍ବାର ଲଘୁଚାପ ଯୋଗୁଁ ଶୀତ ବିଳମ୍ବରେ ପ୍ରବେଶ କରିଥିବା ବେଳେ ରାଜ୍ୟରେ ଗତ ତିନି ହେଲା ପ୍ରବଳ ଶୀତ ହେଉଛି। ଶୀତର ମଜା ନେବା ପାଇଁ ଲୋକେ ପ୍ରାତଃ ଭ୍ରମଣ କରୁଥିବା ବେଳେ ସହରରେ ଥିବା ପାର୍କ ଗୁଡିକରେ ଲୋକେ ବ୍ୟାୟାମ କରୁଥିବା ଦେଖାଯାଉଛି। ସଂନ୍ଧ୍ୟା ହୋଇଗଲେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକ ନିଆଁର ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗକୁ ଶୀତର ପ୍ରକୋପ ଆହୁରି ବଢିବ। ଏହା ଜାଣି ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି କରିନେଇଛନ୍ତି।