ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ OJEE-2021ପରୀକ୍ଷା। ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ନେଇ ସୂଚନା ଦେଲେ OJEE ସେଲ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ସେପ୍ଟେମ୍ବର୬ ରୁ ସେପ୍ଟେମ୍ବର୧୮ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ CBT ବା କମ୍ପ୍ୟୁଟର ବେସଡ଼ ମୋଡରେ ପରୀକ୍ଷା ହେବ। 


COMMERCIAL BREAK
SCROLL TO CONTINUE READING

OJEE-2021ରେ ପ୍ରତି ଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ। ସକାଳ ୯ରୁ ୧୧ ପ୍ରଥମ ସିଫ୍ଟ, ଦିନ ୧୨.୩୦ରୁ ୨.୩୦ ଦ୍ଵିତୀୟ ସିଫ୍ଟ ଏବଂ ଅପରାହ୍ନ ୪ଟାରୁ ୬ଟା ତୃତୀୟ ସିଫ୍ଟ ହେବ। ତେବେ ଆଡ଼ମିଟ କାର୍ଡ ଓ ପରୀକ୍ଷାର ଗାଇଡ଼ଲାଇନ ସମ୍ବନ୍ଧତ ତଥ୍ୟ ପରବର୍ତ୍ତୀ ସମୟରେ ଜଣାଯିବ। ଚଳିତବର୍ଷ କୋରୋନାକୁ ଦେଖି ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। 


Also Read: ଆସନ୍ତାକାଲି ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ


ସେହିଭଳି ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପାଟନା, ରାଞ୍ଚୀ ଓ କଲିକତାରେ ପିଲାଙ୍କ ପାଇଁ କେନ୍ଦ୍ର କରାଯାଇଛି। ରାଜ୍ୟରେ ଥିବା ବିଭିନ୍ନ ବୈଷୟିକ ଅନୁଷ୍ଠାନରେ ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି.ଟେକ, ଇଣ୍ଟିଗ୍ରେଟେଡ଼ ଏମବିଏ, ଲାଟେରାଲ ଏଣ୍ଟ୍ରି ଟୁ ଡିପ୍ଲୋମା, ଏମ.ଫାର୍ମା, ଏଲ.ଇ ଫାର୍ମା, ଏମ.ବି.ଏ, ଏମ.ସି.ଏ ଭଳି ବିଷୟରେ ନାମଲେଖାଇବାକୁ ଓଜେଇଇ ପରୀକ୍ଷା ଦେବାକୁ ପଡେ।