OJEE 2022 : ଆଜି ଅର୍ଥାତ ସୋମବାର ଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ଦ୍ବାରା ପରିଚାଳିତ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ପରୀକ୍ଷା ୩ଟି ସିଫ୍ଟରେ କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (CBT) ମାଧ୍ୟମରେ କରାଯିବ। ସମ୍ପୂର୍ଣ୍ଣ ରୂପେ କୋରୋନା କଟକଣା ମଧ୍ୟରେ ପ୍ରବେଶିକା ପରୀକ୍ଷା ହେବ। ଚଳିତ ବର୍ଷ ୫୮ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସୋମବାର ଠାରୁ ତିନୋଟି ସିଫ୍ଟରେ OJEE 2022 ଆରମ୍ଭ ହେଉଛି। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ। ସେହିପରି ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା‌ ମଧ୍ୟରେ ଅନୁଷ୍ଠିତ ହେବ। ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବାକୁ ଥିବାବେଳେ ୫ତାରିଖ‌େ‌ର ୧ମ ଓ ୨ୟ ସିଫ୍ଟରେ ଏମସିଏ ଓ ଏମ.ଏସସି ପରୀକ୍ଷା ଅନୁଷ୍ଠିତ ହେବ। ୩ୟ ସିଫ୍ଟରେ ଏମ.ଟେକ, ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା ଏବଂ ବି.କ୍ୟାଟ ପରୀକ୍ଷା ରହିଛି। ୬ ତାରିଖର ପ୍ରଥମ ୨ଟି ସିଫ୍ଟରେ ଏମବିଏ ଏବଂ ତୃତୀୟ ସିଫ୍ଟରେ ଇଣ୍ଟ୍ରିଗେଟେଡ ଏମବିଏ, ଲାଟେରାଲ ଫାର୍ମା, ଲାଟେରାଲ ଟେକ (ବି.ଏସସି) ଏବଂ ବି.କ୍ୟାଟ(ଫିଲିମ ଏଡିଟିଂ)ପରୀକ୍ଷା ରହିଛି। ୮ ତାରିଖରେ କେବଳ ୧ମ ଓ ୨ୟ ସିଫ୍ଟରେ ବି.ଫାର୍ମା ପାଠ୍ୟକ୍ରମ ନିମନ୍ତେ ପ୍ରବେଶିକା ପରୀକ୍ଷା ହେବ।


Also Read: ସମ୍ବଲପୁର ସହରରେ ଭୋକର ବିକଳ ଚିତ୍ର


ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ମଧ୍ୟରେ OJEE କରାଯିବ। ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସାନିଟାଇଜର ବ୍ୟବହାର ଉପରେ ପ୍ରାଥମିକତା ଦିଆଯିବ। ପରୀକ୍ଷା ପୂର୍ବ ଦିନ ସମସ୍ତ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯାଇଛି। ପ୍ରବେଶ ଓ ପ୍ରସ୍ଥାନ ପଥରେ ପରୀକ୍ଷାର୍ଥୀ ଯେପରି ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବେ ସେଥିପ୍ରତି ମଧ୍ୟ ଗୁରୁତ୍ବ ଦେବାକୁ ସମସ୍ତ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ କୁହାଯାଇଛି। ପରୀକ୍ଷାକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡ୍ରପ୍‌ବକ୍ସରେ ପକାଇବାକୁ କୁହାଯାଇଛି। ସମ୍ପୂର୍ଣ୍ଣ ପରୀକ୍ଷାକୁ କୋରୋନା ମୁକ୍ତ କରିବାକୁ ପ୍ରୟାସ ହୋଇଥିବା ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି।


ଚଳିତ ବର୍ଷ ୫୮ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେବା ନିମନ୍ତେ ନାମ ପଞ୍ଜିକରଣ କରିଛନ୍ତି। ଗତବର୍ଷ ଅପେକ୍ଷା ଏବର୍ଷ ପ୍ରାୟ ଦୁଇ ହଜାର ବିଦ୍ୟାର୍ଥୀ ଅଧିକ ପରୀକ୍ଷା ଦେବେ। ମୋଟ ୬୫ଟି କେନ୍ଦ୍ରରେ ପରୀକ୍ଷା ହେବ। ରାଜ୍ୟରେ ୬୧ ଓ ରାଜ୍ୟ ବାହାରେ ୪ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ରହିଛି। ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇ ଥିବାବେଳେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ରାଉରକେଲା ସହରରେ ଗୋଟିଏରୁ ଅଧିକ କେନ୍ଦ୍ର ଅଛି। ପଶ୍ଚିମବଙ୍ଗର କଲକାତା, ଝାଡ଼ଖଣ୍ଡର ରାଞ୍ଚି ଏବଂ ବିହାରର ପାଟଣା ସହରରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଛି। 


Also Read: Horoscope for 4th July 2022 : ଜାଣନ୍ତୁ, କେମିତି କଟିବ ଆପଣଙ୍କ ସପ୍ତାହର ପ୍ରଥମ ଦିନ? କ୍ରୋଧକୁ ନିୟନ୍ତ୍ରଣରେ ରଖିନ୍ତୁ


ଗତ ଦୁଇବର୍ଷ ହେଲା କୋରୋନା କଟକଣା ଯୋଗୁଁ ଉକ୍ତ ପାଠ୍ୟକ୍ରମ ସହ ବି.ଟେକକୁ ମିଶାଇ ପରୀକ୍ଷା କରାଯାଉଥିଲା। ହେଲେ ଚଳିତ ବର୍ଷ କୋରୋନା ପରିସ୍ଥିତିରେ ସୁଧାର ଆସିଥିବାରୁ ପୂର୍ବ ପରି ସ୍ବତନ୍ତ୍ର ଓଜେଇଇ କରାଯିବ। ଆସନ୍ତା ସେପ୍ଟେମ୍ବର ମାସରେ ବି.ଟେକ ସହ ଅନ୍ୟାନ୍ୟ ପାଠ୍ୟକ୍ରମ ପାଇଁ ଏହି ସ୍ବତନ୍ତ୍ର ଓଜେଇଇ ହେବ। ସ୍ବତନ୍ତ୍ର ଓଜେଇଇ ପଞ୍ଜିକରଣ ନିମନ୍ତେ ଓଜେଇଇ ପକ୍ଷରୁ ଆଗକୁ ବିଜ୍ଞପ୍ତି ପ୍ରକାଶ ପାଇବ। ଅନ୍ୟପଟେ ଜାତୀୟ ପ୍ରବେଶିକା ପରୀକ୍ଷା (JEE) ମୁଖ୍ୟ ଅଧିବେଶନ-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଜୁନ ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରାଯାଇଥିଲା।