Horoscope for 4th July 2022 : ଜାଣନ୍ତୁ, କେମିତି କଟିବ ଆପଣଙ୍କ ସପ୍ତାହର ପ୍ରଥମ ଦିନ? କ୍ରୋଧକୁ ନିୟନ୍ତ୍ରଣରେ ରଖିନ୍ତୁ
Advertisement

Horoscope for 4th July 2022 : ଜାଣନ୍ତୁ, କେମିତି କଟିବ ଆପଣଙ୍କ ସପ୍ତାହର ପ୍ରଥମ ଦିନ? କ୍ରୋଧକୁ ନିୟନ୍ତ୍ରଣରେ ରଖିନ୍ତୁ

କର୍ମ ଚଞ୍ଚଳ ହେବେ । ପୂଜାପାଠ ପ୍ରତି ଆର୍କଷିତ ହେବେ । ଦେହ ଓ ମନ ଭଲ ରହିବ । ଆୟ ମଧ୍ୟମ ଧରଣର ହେବ । ପାରିବାରିକ ଜୀବନ ହସଖୁସିରେ ବଢିବ ।  

 

ପ୍ରତିକାତ୍ମକ ଫଟୋ

ମେଷ: ମାନସିକ ଶାନ୍ତିବଜାୟ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ  ସହଯୋଗ ମିଳିବ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବ ।

ବୃଷ: ମନ ପ୍ରସନ୍ନ ରହିବ । ଦାନ ଧର୍ମ ପ୍ରତି ମନ ବଳିବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ ରହିବ । ଗୃହକୁ ବନ୍ଧୁ ଆଗମନ ହେବ । ଆୟ ବ୍ୟୟ ସମାନ ରହିବ ।  

ମିଥୁନ: କର୍ମ ଚଞ୍ଚଳ ହେବେ । ପୂଜାପାଠ ପ୍ରତି ଆର୍କଷିତ ହେବେ । ଦେହ ଓ ମନ ଭଲ ରହିବ । ଆୟ ମଧ୍ୟମ ଧରଣର ହେବ । ପାରିବାରିକ ଜୀବନ ହସଖୁସିରେ ବଢିବ ।  

କର୍କଟ: ମଉଜ ମଜଲିସରେ ଦିନ ଅତିବାହିତ କରିବେ । ଖର୍ଚ୍ଚ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  

Also Read: ଦନ୍ତା ଆତ୍ମାର ଶାନ୍ତି ପାଇଁ ନାମଯଜ୍ଞ କଲେ ସାପଲହରାବାସୀ

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ପାରିବାରିକ ସମସ୍ୟା ଥିଲେ ତାହା ସମାଧାନ ହୋଇପାରିବ । କ୍ରୋଧକୁ ନିୟନ୍ତ୍ରଣରେ ରଖିନ୍ତୁ ଦିନଟି ଭଲରେ ଅତିବାହିତ କରିବ ।

କନ୍ୟା: ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।

ତୁଳା: ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଉପରିସ୍ତ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ ଲାଭପ୍ରଦ ହେବ । ଆୟ ବୃଦ୍ଧି ପାଇବ ।

ବିଛା: ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ ।  ବିବାଦୀୟ ଘଟଣାର ଅବସାନ ଘଟିବ ।

Also Read: ବର୍ଷେ ପୂର୍ବରୁ Manchester United ଛାଡିପାରନ୍ତି Ronaldo, ଜାଣନ୍ତୁ କାରଣ

ଧନୁ: ଦୃଢ ମନୋବଳ ନେଇ ପ୍ରତ୍ୟେକଟି କାମ ସୂଚାରୁ ରୂପେ ତୁଳାଇବେ । ଶରୀର ଆରୋଗ୍ୟ ରହିବ । କର୍ମ କ୍ଷେତ୍ର ଅନୁକୂଳ ରହିବ । ଆୟ ବ୍ୟୟ ସମାନ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ଅତୁଟ ରହିବ  

ମକର: ଦିନଟିରେ ଆପଣ ଜଗି ରଖି ଚଳନ୍ତୁ । ଅଯଥା କଳହଠାରୁ ଦୂରେଇ ରୁହନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଅଚିହ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କ ବଢାନ୍ତୁ ନାହିଁ । ଠକାମିର ଶିକାର ହେବେ ।  

କୁମ୍ଭ: କର୍ତ୍ତବ୍ୟନିଷ୍ଠ ହେବେ । ଈଶ୍ୱର ବିଶ୍ୱାସୀ ହେବେ । ପାରିବାରିକ ବୁଝାମଣା ଉତ୍ତମ ରହିବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ ।  

ମୀନ: ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ  ମଧୁର ହେବ ।