ନୂଆଦିଲ୍ଲୀ: ସାରା ଦେଶରେ କୋରୋନାର ଦ୍ୱିତୀୟ ଲହର ଏବେ ତାର ପ୍ରକୋପ କମାଇବାରେ ଲାଗିଛି । ଧିରେ ଧିରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ଗ୍ରାଫ୍ ମଧ୍ୟ କମି କମି ଆସୁଛି । କିନ୍ତୁ ଏହାରି ଭିତରେ Delta Plus Variant ଚିନ୍ତା ବଢାଇ ଦେଇଛି। ମହାରାଷ୍ଟ୍ରରେ ସର୍ବାଧିକ ମାମଲା ରହିଥିବା ବେଳେ ଓଡ଼ିଶାରେ ବି ପ୍ରଥମ  Delta Plus Variant ରୋଗୀ ଚିହ୍ନଟ ହୋଇଛନ୍ତି । 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ସରକାର ଏହି ଭ୍ୟାରିଆଣ୍ଟକୁ 'ଅତ୍ୟଧିକ ଚିନ୍ତାଜନକ' ବା VOC ଭାବରେ ଟ୍ୟାଗ୍ କରିଛନ୍ତି। ସେପଟେ ମାମଲା ବୃଦ୍ଧି ପାଇଲେ ଯେଉଁ ଯେଉଁ ରାଜ୍ୟରେ  Delta Plus Variant ରୋଗୀ ଚିହ୍ନଟ ହେଉଛନ୍ତି ସେହି ରାଜ୍ୟରେ ଲକଡାଉନ ପୁଣିଥରେ ଲଗାଯାଇ ପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ୧୦ଟି ରାଜ୍ୟରୁ ୪୮ ଜଣ Delta Plus Variant ରୋଗୀ ଚିହ୍ନଟ ହୋଇସାରିଛନ୍ତି । 


Also Read: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଏଥର ୯୭.୮୯ ପ୍ରତିଶତ ପିଲା ପାସ


ସେଥିମଧ୍ୟରୁ ତାମିଲନାଡୁରୁ ୯, ମଧ୍ୟପ୍ରଦେଶରୁ ୭ ,କେରଳରୁ ୩, ଗୁଜୁରାଟ ଓ ପଞ୍ଜାବରୁ ୨ ଲେଖାଏଁ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ । କର୍ଣ୍ଣାଟକ, ଜାମ୍ମୁ, ରାଜସ୍ଥାନ ଓ ଆନ୍ଧ୍ର ପ୍ରଦେଶରୁ ଗୋଟିଏ ଲେଖାଏଁ ଡେଲଟା ପ୍ଲସ ଚିହ୍ନଟ ହୋଇଥିବା ବେଳେ ଆମ ରାଜ୍ୟ ଓଡ଼ିଶାରୁ ଜଣେ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି।


Also Read: ଭ୍ୟାକ୍ସିନ୍-ଭାଇରସକୁ ନେଇ ସରକାର ଓ ସ୍ୱସ୍ଥ୍ୟ ବିଶେଷଜ୍ଞ କ'ଣ କହୁଛନ୍ତି?


ତେବେ ଏହି Delta Plus Variant ରୋଗୀ ଦେବଗଡ଼ରୁ ବୋଲି ଜଣାପଡ଼ିଛି । ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଉପରେ ଅନୁଧ୍ୟାନ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗୋଟିଏ ମାମଲା ସାମ୍ନାକୁ ଆସିଥିବା ନେଇ  ନ୍ଯାସନାଲ ସେଣ୍ଟର ଫର ଡିଜିସ୍ କଣ୍ଟ୍ରୋଲ (NCDC) ନିର୍ଦ୍ଦେଶକ ଏସ କେ ସିଂହ କହିଛନ୍ତି । ଚିହ୍ନଟ ହୋଇଥିବା ରୋଗୀଙ୍କୁ ଆଇସୋଲେଟ କରାଯାଇ ରଖାଯାଇଛି।  ନ୍ଯାସନାଲ ସେଣ୍ଟର ଫର ଡିଜିସ୍ କଣ୍ଟ୍ରୋଲ ବିଭାଗ ପଷରୁ ସୂଚନା।