Odisha Weather Update, ଭୁବନେଶ୍ୱର: ମୌସୁମୀ ନିମ୍ନ-ଚାପ ରେଖା ନିଜର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣ ରହିଛି। ଏହା ସହ ରାଜସ୍ଥାନର ଯସେଲମେରରୁ ବାହାରି ଉଦୟପୁର, ଭୋପାଳ, ସୁଦୃଶଃ ଲଘୁଚାପ କ୍ଷେତ୍ରର କେନ୍ଦ୍ର, ଭାତପାରା, ଝାରସୁଗୁଡା ଏବଂ ବାଲେଶ୍ୱର ଠାରୁ,  ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି। ତେବେ ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ୧୮ ତାରିଖ ବେଳକୁ ରାଜ୍ୟରେ ବର୍ଷାର ବିସ୍ତୃତି ଏବଂ ପରିମାଣ ବଢିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 


COMMERCIAL BREAK
SCROLL TO CONTINUE READING

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ସପ୍ତାହରେ ରାଜ୍ୟରେ ବର୍ଷାର ବିସ୍ତୃତି ଏବଂ ପରିମାଣ ବଢିପାରେ। ତେବେ ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେବ ନା ନାହିଁ, ସେ ନେଇ ସ୍ପଷ୍ଚ ସୂଚନା ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମି ଋତୁରେ ୧୦୮୪.୩ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସ୍ୱାଭାବିକ ବର୍ଷା ତୁଳନାରେ ୫% ଅଧୀକ ବୋଲି ପାଣିପାଗ ବିଭାଗ କହିଛି।


Also Read: Odisha Weather Update: ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ, ଆଉ ଦୁଇ ଦିନ ପ୍ରବଳ ବର୍ଷିବ


ସୋମବାର ପାଣିପାଗ ବିଭାଗ ଦ୍ୱାରା ଜାରି ତଥ୍ୟାନୁସାରେ, ଆସନ୍ତା ତିନି ଦିନ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ସୋମବାର ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ୮ ଜିଲ୍ଲାକୁ ସତର୍କ କରାଯାଇଛି। କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସୁଗୁଡାକୁ ୟେଲୋ ୱାର୍ଣ୍ଣିଂ ସୂଚନା ଜାରି ହୋଇଛି। ବୁଧବାର ସେହି ସମାନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। କିନ୍ତୁ ଏଥର ଏହି ତାଲିକାରେ ଜଗତସିଂହପୁରକୁ ଯୋଡା ଯାଇଥିବା ବେଳେ ଝାରସୁଗୁଡା ବାଦ୍ ପଡିଛି। ଗୁରୁବାର ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଉପରୋକ୍ତ ଜିଲ୍ଲାଗୁଡିକୁ ଆଲର୍ଟ ଜାରି ହୋଇଛି।


 



ସେହିପରି ଗୁରୁବାର ଉତ୍ତର ଓ ଦକ୍ଷିଣ ଉପକୂଳରେ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଶୁକ୍ରବାର ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। ତାପରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ୧୮ ତାରିଖ ବେଳକୁ ରାଜ୍ୟରେ ବର୍ଷାର ବିସ୍ତୃତି ଏବଂ ପରିମାଣ ବଢିପାରେ। 


Also Read: Heavy Rain Alert: ବର୍ଷା ହେବ ହେବ କହି ହେଉନାହିଁ, କିନ୍ତୁ ଏଥର ପ୍ରବଳ ବର୍ଷିବ


ସେପଟେ ଛତିଶଗଡ ଉପରେ ଥିବା ଅବପାତ ଦୁର୍ବଳ ହୋଇଛି। ବଙ୍ଗୋପସାଗରରେ ଅଶାନ୍ତ ଥିବାରୁ ପୁରୀ, ଗୋପାଳପୁର, ଧାମରା ଏବଂ ଚାନ୍ଦବାଲିରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ମତ୍ସ୍ୟାଜୀବୀଙ୍କୁ ମଙ୍ଗଳବାର ମଧ୍ୟ ସମୁଦ୍ର ବାରଣ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ବଂଶଧାରା ନଦୀ ମଧ୍ୟ ଫୁଲୁଛି।