ନୂଆଦିଲ୍ଲୀ: ପ୍ରବାସୀ ଓଡ଼ିଆ ବିକାଶ ସମିତି ପକ୍ଷରୁ ଓଡ଼ିଶାର ପଦ୍ମ ପୁରସ୍କାରରେ ପୁରସ୍କୃତ ହୋଇଥିବା ପ୍ରମୁଖ ବ୍ୟକ୍ତିଙ୍କୁ ହୋଟେଲ ଅଶୋକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପୁରସ୍କାରରେ ଭୁଷିତ ବୈଜ୍ଞାନିକ ଡାଃ ଆଦିତ୍ୟ ପ୍ରସାଦ ଦାଶ, ବିଶିଷ୍ଟ ଗାୟିକା ଶ୍ରୀମତୀ ଶ୍ୟାମାମଣି ଦେବୀ, ବାବା ବଳିଆ ଏବଂ ବିଶିଷ୍ଟ ସାହିତ୍ୟିକ ଶ୍ରୀ ନୃସିଂହ ପ୍ରସାଦ ଗୁରୁଙ୍କୁ ସମ୍ଵର୍ଦ୍ଧିତ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ପିଓଭିଏସ୍ ପୃଷ୍ଠପୋଷକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ରାଜେଶ ଶର୍ମାଙ୍କ ସହ, ଶ୍ରୀ ବିଶ୍ୱଜିତ୍ ବାରିକ୍, ପୂର୍ବ ଉପସଭାପତି, ଶ୍ରୀ ପ୍ରଦ୍ୟୁମ୍ନ ବିଶ୍ଵାଳ, ଶ୍ରୀ ପୀୟୂଷ ମହାପାତ୍ର, ଶ୍ରୀ କମଳେନ୍ଦୁ ନାୟକ, ସହ ସମ୍ପାଦକଙ୍କ ଦ୍ଵାରା ମାନପତ୍ର ପ୍ରଦାନ ତଥା ସମ୍ବର୍ଦ୍ଧନା ଦିଆଯାଇଥିଲା।  


ସଂଗଠନର ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ମିଶ୍ର ସମ୍ଵର୍ଦ୍ଧନା ସଭାର ସଭାପତିତ୍ୱ କରି ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀମତୀ ବିଜୟା ନବମୀ, ସାଧାରଣ ସମ୍ପାଦିକା।ସମ୍ବର୍ଦ୍ଧନାର ଉତ୍ତରରେ ମହାନ ବିଭୂତି ମାନେ ସେମାନଙ୍କର ଜୀବନରେ କେଉଁ ମାର୍ଗ ଦେଇ ସେ କାର୍ଯ୍ୟରତ ଥିଲେ ଏବଂ କିପରି ଉପଲବ୍ଧି ପ୍ରାପ୍ତ କରିଛନ୍ତି ସେ ସମ୍ପର୍କରେ ଚର୍ଚ୍ଚା କରିଥିଲେ ଏବଂ ଆଗାମୀ ପୀଢିକୁ ମାର୍ଗ ଦର୍ଶନ କରିଥିଲେ।


ଓଡ଼ିଶା ବାହାରେ ଓଡ଼ିଆଙ୍କୁ ସଙ୍ଗଠିତ ତଥା ପୂଜ୍ୟପୂଜାର ସଂସ୍କୃତିକୁ ବଞ୍ଚେଇ ରଖିଥିବା ହେତୁ ସମସ୍ତ ଅତିଥି ପିଓଭିଏସର କାର୍ଯ୍ୟକୁ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମରେ ଶ୍ରୀ ସୁଶାନ୍ତ ମହାପାତ୍ର,  କୋଷାଧ୍ୟକ୍ଷ ଧନ୍ୟବାଦ ପ୍ରଦାନପୂର୍ବକ ସମ୍ମାନୀତ ହୋଇଥିବା ଅତିଥି ଏବଂ ଉପସ୍ଥିତ କର୍ମକର୍ତ୍ତା ତଥା ଦର୍ଶକବୃନ୍ଦଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ସର୍ବଶ୍ରୀ ପ୍ରଣବ ପଣ୍ଡା, ରୋହିତ ସିଂହ, ସନ୍ତୋଷ ରାଉତ, ଦିଲ୍ଲୀପ ବେହୁରା ଏବଂ ବହୁ ସଂଖ୍ୟାରେ ସଭ୍ଯ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।


Also Read: କେମିତି ନେବେ ଆପଣଙ୍କ ଦାନ୍ତର ଯତ୍ନ


Also Read: ଗୁଗଲ ମ୍ୟାପ୍ସର ଶାନଦାର ଫିଚର ଯାହା ଆପଣଙ୍କ ଯାତ୍ରାକୁ କରିବ ଅତି ସହଜ