କେମିତି ନେବେ ଆପଣଙ୍କ ଦାନ୍ତର ଯତ୍ନ
Advertisement

କେମିତି ନେବେ ଆପଣଙ୍କ ଦାନ୍ତର ଯତ୍ନ

(Oral Care) ହଳଦିଆ ଦାନ୍ତ ଯୋଗୁଁ ଆପଣ ଚିନ୍ତିତ ଅଛନ୍ତି କି, ଯଦି ଆପଣ ସଫା ଓ ସୁସ୍ଥ ଦାନ୍ତ ଚାହୁଁଛନ୍ତି, ତେବେ ଖାଦ୍ୟରେ ଏହିସବୁ ଜିନିଷ ସାମିଲ କରନ୍ତୁ । ଯାହାଦ୍ୱାରା ଆପଣ ପାଟି ସମ୍ପର୍କିତ ସମସ୍ତ ସମସ୍ୟା ଦୂର ହୋଇଯିବ।

କେମିତି ନେବେ ଆପଣଙ୍କ ଦାନ୍ତର ଯତ୍ନ

ନୂଆଦିଲ୍ଲୀ: ଦାନ୍ତ ଆମ ଶରୀର ପ୍ରମୁଖ ଅଂଶ । ଯାହା ଚୋବାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରେ । ଖାଦ୍ୟକୁ ଚୋବାଇ ଖାଇଲେ ତାହା ସହଜରେ ହଜମ ହୋଇଯାଏ । ପ୍ରାୟ ସମସ୍ତେ ସୁସ୍ଥ, ମଜଭୁତ ଓ ଧୋବ ଫରଫର ଦାନ୍ତକୁ ପସନ୍ଦ କରିଥାନ୍ତି। ଛୋଟ ବେଳୁ ଅନେକ ଲୋକଙ୍କ ପୋକ କାଟିବା ପରି ଦାନ୍ତ ରୋଗ ଦେଖାଦେଇଥାଏ । ଯାହା ବୟସ ବଢିବା ସହିତ ବଢ଼ିଥାଏ । ଦାନ୍ତ ପୋକକାଟି ବିନ୍ଧିବା ଆରମ୍ଭ ହୋଇଥାଏ । ଏହିସବୁ ଦାନ୍ତରୋଗରୁ ଉପଶମ ପାଇବାକୁ ଦାନ୍ତକୁ ଓପାଡ଼ିବାକୁ ପଡ଼ିଥାଏ ।

ଆବଶ୍ୟକସ୍ଥଳେ ଦାନ୍ତର ଫିଲିଂ, ରୁଟ୍ କେନାଲ, ଦାନ୍ତ ଲଗାଇବା ଓ ଦାନ୍ତ ଉପରେ କ୍ୟାପ୍ ଆଦି ଲଗାଇବା ପରି କସମେଟିକ୍ ଟ୍ରିଟମେଣ୍ଟ ପାଇଁ ବହୁତ ଖର୍ଚ୍ଚ କରିବାକୁ ପଡ଼ିଥାଏ । ଅନେକ ସମୟରେ ଦାନ୍ତର ମାଢ଼ି ଖାଇବା ପରି ମାରାତ୍ମକ ସମସ୍ୟା ଦେଖାଦେଇଥାଏ । ଦାନ୍ତ ଶରୀରକୁ ସମ୍ପୂର୍ଣ୍ଣ ସୁସ୍ଥ ରଖିବା ପାଇଁ ପାଟିର ପ୍ରମୁଖ ଅଂଶ-ଦାନ୍ତର ଯତ୍ନନେବା(Oral Care) ନିହାତି ଆବଶ୍ୟକ ରହିଛି । ଦାନ୍ତରେ ମଇଳା ଜମିବା ଦ୍ୱାରା ପେଟରେ ଯନ୍ତ୍ରଣା ସହ ଜଡ଼ିତ ସମସ୍ୟା ସୃଷ୍ଟି କରିଥାଏ । ପେଟରେ ଗଡବଡ଼ ହେଲେ ପାଟିରେ ଅଲସର, ଘା' ହେବା କିମ୍ବା ପାଟିରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇଥାଏ । ପାଟିର ଗନ୍ଧ ଅନେକ ରୋଗର ମୂଳ କାରଣ ପାଲଟିଥାଏ | ଏସବୁକୁ ଧ୍ୟାନରେ ରଖି ଜଣେ ବ୍ୟକ୍ତିଙ୍କୁ ତାଙ୍କ ପାଟିର ବିଶେଷ ଯତ୍ନ ରଖିବା ଉଚିତ୍ ଅଟେ। ସୁସ୍ଥ ଦାନ୍ତ ଓ ଦାନ୍ତର ସୁନ୍ଦରତା ବଜାୟ ରଖିବା ପାଇଁ ବ୍ରସ୍ ଆଦି ସଠିକ୍ ଢଙ୍ଗରେ କରିବା ସହିତ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେଇ ପାଟିକୁ ସଫାସୁତରା ରଖନ୍ତୁ।

ଖାଦ୍ୟରେ କ'ଣ ସାମିଲ୍ କରିବେ:
ଦାନ୍ତ ପାଇଁ କ୍ୟାଲସିୟମ ଅତି ଜରୁରୀ ଅଟେ । ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଖାଦ୍ୟପଦାର୍ଥରେ କ୍ୟାଲସିୟମ୍ ଭରପୂର ମାତ୍ରାରେ ରହିଥାଏ । ଏହି ଖାଦ୍ୟପଦାର୍ଥ ଗୁଡ଼ିକୁ ଖାଦ୍ୟରେ ସାମିଲ୍ କରି ଦାନ୍ତକୁ ଦୀର୍ଘଦିନ ପର୍ଯ୍ୟନ୍ତ ଶକ୍ତିଶାଳୀ ରଖିହେବ ଓ ଧଳା ଚମକ ମଧ୍ୟ ରଖି ପାରିବା । ଏହିପରି ଖାଦ୍ୟପଦାର୍ଥ ଦାନ୍ତର ବାହ୍ୟ ସ୍ତରକୁ ମଧ୍ୟ ସୁରକ୍ଷିତ ରଖିବା ସହିତ ଓ ଦାନ୍ତ ନିର୍ମାଣରେ ସାହାଯ୍ୟ କରିଥାଏ।

ଅନେକ ଲୋକ ଚକୋଲେଟ୍ ଦାନ୍ତ ପାଇଁ କ୍ଷତିକାରକ ବୋଲି ଭାବିଥାନ୍ତି । ତାହା ଆଦୌ ସତ୍ୟନୁହେଁ । ଆମେ ଭାବୁଥିବା ପରି ଦାନ୍ତ ପାଇଁ ଚକୋଲେଟ୍ ଏତେ ଖରାପ ନୁହେଁ । ଚକୋଲେଟରେ ରହିଥିବା କଣିକାରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଭରପୂର ରହିଥାଏ । ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଦାନ୍ତର ବିଭିନ୍ନ ସମସ୍ୟାରୁ ଦୂରେଇ ରଖିଥାଏ  । କିନ୍ତୁ ଚକୋଲେଟକୁ ଆବଶ୍ୟକତାଠାରୁ ଅଧିକ  ଖାଇବା ଉଚିତ୍ ନୁହେଁ । ଦିନକୁ କେବଳ ଗୋଟିଏ ଚକୋଲେଟ୍ ଖାଇବା ଦାନ୍ତ ପାଇଁ ଲାଭଦାୟକ ହୋଇଥାଏ। ଅଧିକ ଚକୋଲେଟ୍ ଖାଇବା ଓ ଚକୋଲେଟ୍ ପରି ମିଠା ଜାତୀୟ ଖାଦ୍ୟ ଖାଇବା ପରେ ଦାନ୍ତକୁ ଭଲଭାବେ କୁଳିକରି ଧୋଇବା ଆବଶ୍ୟକ ଅଟେ । ଦାନ୍ତକୁ ଭଲଭାବେ କୁଳିକରି ନଧୋଇଲେ, ଦାନ୍ତ ମୂଳରେ ଖାଦ୍ୟ ରହିଯାଏ ଦାନ୍ତ ପାଇଁ ସମସ୍ୟା ସୃଷ୍ଟି କରିଥାଏ।

କେମିତି ନେବେ ଯତ୍ନ:
ପ୍ରତିଦିନ ଦାନ୍ତକୁ(Teeth) ଦୁଇଥର ବ୍ରସ କରନ୍ତୁ
ବ୍ରସରେ(Brush) ମଟର ଆକାର ଟୁଥ୍ ପେଷ୍ଟ ନେବା ଜରୁରୀ
ଦାନ୍ତ ପାଇଁ କଫି, ମସଲା, ୱାଇନ୍ ଓ ଟଫି ଦାନ୍ତ ପାଇଁ ଭଲ ଖାଦ୍ୟ ନୁହେଁ
ମଦ୍ୟପାନ ଦ୍ୱାରା ଦାନ୍ତ ହଳଦିଆ ହୋଇପାରେ
ଦାନ୍ତକୁ ସଫା କରିବା ପରି ଜିଭକୁ ମଧ୍ୟ ସଫା କରିବା ଆବଶ୍ୟକ

NB: ପରାମର୍ଶ ସହିତ ଏହି ପଦାର୍ଥ କେବଳ ସାଧାରଣ ସୂଚନା ପ୍ରଦାନ କରେ ।  ଅଧିକ ବିବରଣୀ ପାଇଁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ...

Also Read: ଗୁଗଲ ମ୍ୟାପ୍ସର ଶାନଦାର ଫିଚର ଯାହା ଆପଣଙ୍କ ଯାତ୍ରାକୁ କରିବ ଅତି ସହଜ

Also Read: ୪୦ ବର୍ଷ ବୟସ ପରେ ଅଣ୍ଡା ଖାଇବା ଜରୁରୀ, ବୃଦ୍ଧାବସ୍ଥାରେ ପାଖ ମାଡ଼ିବନି ଏହି ୪ଟି ରୋଗ