Adivashi Mela 2025: ୨୦ ଘର, ୧୪୭ ଦୋକାନ, ୫ ଗ୍ୟାଲେରୀ କହିବ ଓଡ଼ିଶାର ଆଦିବାସୀଙ୍କ କାହାଣୀ

Adivasi Mela 2025: ଜାନୁୟାରୀ ୫ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା। ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଏହାକୁ ଆୟୋଜନ କରିାକୁ ଯାଉଛନ୍ତି ରାଜ୍ୟ ସରକା।ର ଆଦିବାସୀଙ୍କ ସଂସ୍କୃତି, ଚାଲିଚଳଣୀ ସାଙ୍ଗକୁ ସାମାନଙ୍କ ଉତ୍ପାଦ ପାଇଁ ଏକ ବାତାବରଣ ସୃଷ୍ଟି କରିବା ପାଇଁ ଏହି ମେଳାରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି।

Jagdish Barik Jan 02, 2025, 20:24 PM IST
1/5

ଏହିକ୍ରମରେ ପଡ଼ିଆାରେ ତିଆରି କରାଯାଉଛି ୨୦ ପ୍ରକାରର ଆଦିବାସୀଙ୍କ ଘର। ବିଭିନ୍ନ ପ୍ରଜାତିର ଆଦିବାସୀଙ୍କ ରହଣୀକୁ ଏଥିରେ ପ୍ରଦର୍ଶନ କରାଯିବ। ପ୍ରବାସୀ ଭାରତୀୟଙ୍କ ପାଇଁ ଏହା ଏକ ଆକର୍ଷଣ ସାଜିବ ବୋଲି ଆଶା କରାଯାଇଛି।  

 

2/5

ଏହି ମେଳାରେ ମୁଖ୍ୟ ଆକର୍ଷଣ ହେବ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଜନଜାତି ଖାଦ୍ୟ ଫୁଡ୍ କୋର୍ଟ, ଲାଇଭ୍ ଡେମନଷ୍ଟ୍ରେସନ୍, ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ ।

 

3/5

ଚଳିତ ବର୍ଷ ୨୦ଟି ଆଦିବାସୀ କୁଟିର ନିର୍ମାଣ କରାଯାଉଥିବା ବେଳେ ୧୪୭ ଟି ଷ୍ଟଲ୍ ରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ ।  ଏଥିସହ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ ଟି ଷ୍ଟଲ୍ ପ୍ରସ୍ତୁତ କରାଯାଉଥିବା ବେଳେ ୧୫ ଟି ଷ୍ଟଲ୍ ରେ ଲାଇଭ୍ ଡେମନଷ୍ଟ୍ରେସନ୍ ର ସୁବିଧା ରହିବ । 

 

4/5

ଏଥିସହ ଭଗବାନ ବିର୍ସା ମୁଣ୍ଡା ପାଭିଲିୟନ୍ ର ୫ ଟି ଗ୍ୟାଲେରୀରେ ବିର୍ସାମୁଣ୍ଡାଙ୍କ ଜୀବନୀ, ରାଜ୍ୟ ତଥା ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କିତ ଗ୍ୟାଲେରୀ, ଚିତ୍ରାଙ୍କନ ପ୍ରଦର୍ଶନୀ, ମିନି ଥିଏଟର୍ ଓ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ ।

 

5/5

ପ୍ରତି ସନ୍ଧ୍ୟାରେ ଆଦିବାସୀ ନୃତ୍ୟସଙ୍ଗୀତର ପରିବେଷଣ କରାଯିବା ସହ  ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ଶୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ଶୋ, ଓଡ଼ିଶାର ଜନଜାତି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ, ଫ୍ୟାସନ୍ ଶୋ ଏବଂ ଫାୟର୍ ୱାର୍କ ଶୋ ର ମଧ୍ୟ ଆୟୋଜନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ।

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link