President in Odisha: ରାଷ୍ଟ୍ରପତି ବୁଲିଲେ ନିଜ ପିଲାଦିନର ସ୍କୁଲ, ଫଟୋରେ ଦେଖନ୍ତୁ ଖବର

President in Odisha, ଭୁବନେଶ୍ୱର: ଓଡିଶା ଗସ୍ତରେ ଅଛନ୍ତି ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୁରୁବାର ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ମହାପ୍ରସାଦ ସେବନ କରିଥିଲେ। ଶୁକ୍ରବାର ଭୁବନେଶ୍ୱରର ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ପିଲାଦିନର ଦୁଇଟି ସ୍କୁଲ ପରିଭ୍ରମଣ କରିଛନ୍ତି। ଏହା ସହ ନିଜ ପୁରୁଣା ସାଥିଙ୍କୁ ଭେଟିଛନ୍ତି।

Fri, 11 Nov 2022-2:16 pm,
1/13

ରାଜଭବନ କର୍ମଚାରୀଙ୍କ ସହ ଫଟୋ ଉଠାଇଲେ ରାଷ୍ଟ୍ରତି ଦ୍ରୌପଦୀ ମୁର୍ମୁ।

2/13

ରାଜଭବନରେ ଗଛ ଲଗାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଉପସ୍ଥିତ ଅଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

3/13

ନିଜ ସ୍କୁଲ ଯାଇ ପୁରୁଣା ଦିନ ସ୍ମୃତି ସାଉଁଟିଲେ ରାଷ୍ଟ୍ରପତି । ତପୋବନ ଉଚ୍ଚ ବିଦ୍ୟାଳୟ ବୁଲିଲେ ।          

4/13

ଭୁବନେଶ୍ୱର ତପୋବନ ହାଇସ୍କୁଲରେ ରାଷ୍ଟ୍ରପତି ହାଇସ୍କୁଲ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସଂବର୍ଦ୍ଧନା । 

5/13

୧୯୭୦ରୁ ୭୪ ଯାଏଁ ଏହି ସ୍କୁଲରେ ପାଠ ପଢ଼ିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

6/13

ରାଷ୍ଟ୍ରପତିଙ୍କ ଗସ୍ତ ଉପଲକ୍ଷେ ୟୁନିଟ୍ ୨ ବାଳିକା ହାଇସ୍କୁଲରେ ସାଂସ୍କୃତିକ କାର୍ଯ୍ୟକ୍ରମ। ପାରମ୍ପରିକ ସାନ୍ତାଳି ପୋଷାକରେ ଛାତ୍ରୀଙ୍କ ନୃତ୍ୟ ପରିବେଷଣ। 

7/13

୫୦ ବର୍ଷ ତଳର ୧୩ ଜଣ ସହପାଠୀଙ୍କୁ ସ୍କୁଲରେ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।                                                                                                    

8/13

ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ସ୍କୁଲର ପିଲାଙ୍କ ସହ ଫଟୋ ଉଠାଇଲେ ରାଷ୍ଟ୍ରପତି।

9/13

ୟୁନିଟ୍ ୨ ବାଳିକା ହାଇସ୍କୁଲରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଲୁକା ପ୍ରତିକୃତି।   

10/13

କୁନି କୁନି ପିଲା ଓ କର୍ମଚାରୀଙ୍କ ସହ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫଟୋ ଉଠାଇଲେ। ପିଲା ତାଙ୍କୁ ସ୍କେଚ୍ ଉପକାର ଦେଲେ।           

11/13

ୟୁନିଟ୍-୨ ବାଳିକା ସ୍କୁଲ ପରିଦର୍ଶନ କରି ପିଲାଦିନ ମନେପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

12/13

ନିଜେ ରହୁଥିବା ହଷ୍ଟେଲରେ ପହଞ୍ଚି ନିଜ ରୁମକୁ ଗଲେ ଓ ଖଟରେ କିଛି ସମୟ ବସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

13/13

କୁନ୍ତଳା କୁମାରୀ ସାବତ ଛାତ୍ରୀନିବାସ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link