ଉତ୍କଳ ସାମ୍ବାଦିକତା ବିଭାଗ ଆଲୁମିନି ବୈଠକ; ନିଷ୍ଠାପର ସାମ୍ବାଦିକ ରାଷ୍ଟ୍ରର ସେବକ: ପ୍ରଭାସ ଆଚାର୍ଯ୍ୟ
Advertisement
Article Detail0/zeeodisha/odisha2574689

ଉତ୍କଳ ସାମ୍ବାଦିକତା ବିଭାଗ ଆଲୁମିନି ବୈଠକ; ନିଷ୍ଠାପର ସାମ୍ବାଦିକ ରାଷ୍ଟ୍ରର ସେବକ: ପ୍ରଭାସ ଆଚାର୍ଯ୍ୟ

Utkal university: ବୁଧବାର ଦିନ (୨୫ ଡିସେମ୍ୱର ୨୦୨୪) ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗ ଆଲୁମିନି ବୈଠକ  କ୍ୟାମ୍ପସ୍‌ ପରିସରସ୍ଥିତ ଗ୍ଲାସ୍‌ କ୍ୟାଣ୍ଟିନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକତା ବିଭାଗର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Utkal Journalism Department Alumni Meet

ଭୁବନେଶ୍ବର: ଆଜି (୨୫ ଡିସେମ୍ୱର ୨୦୨୪) ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ବିଭାଗ ଆଲୁମିନି ବୈଠକ  କ୍ୟାମ୍ପସ୍‌ ପରିସରସ୍ଥିତ ଗ୍ଲାସ୍‌ କ୍ୟାଣ୍ଟିନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକତା ବିଭାଗର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏକତ୍ରୀତ ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ପୁରାତନ ଛାତ୍ର ତଥା ‘ସମାଜ’ ପ୍ରକାଶକ ଓ ମୁଦ୍ରାକାର ଡ. ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଛନ୍ତି, ସାମ୍ବାଦିକତା ଏକ ସେବା ଓ ସେଥିପାଇଁ ନିଷ୍ଠା ଓ ଦୃଢ଼ ମନୋବଳ ଆବଶ୍ୟକ। ଅର୍ଥ ପଛରେ ନଗୋଡ଼ାଇ ଲୋକଙ୍କ ସେବାକୁ ପ୍ରାଥମିକତା ଦେବା ସମସ୍ତଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଆବଶ୍ୟକ। ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷ ଜରୁରୀ। 

fallback

 ବିଜେପି ରାଜ୍ୟ ମୁଖପାତ୍ର ଅନିଲ୍‌ ବିଶ୍ବାଳ ଓ ଅଧ୍ୟାପକ ଭି.ରାଜୁ ଉତ୍କଳ ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗକୁ ନିୟମିତ ବିଭାଗ ମାନ୍ୟତା ପ୍ରଦାନ  ଆବଶ୍ୟକ ବୋଲି କହିଲେ। ସାମ୍ବାଦିକତା ବିଭାଗର ମିନତୀ ଭୋଳ, ଡ. ରମାକାନ୍ତ ମହାନନ୍ଦ, ମନୋଜ ବିଶ୍ବାଳ, ସତ୍ୟେନ୍ଦୁ ଶେଖର ମିଶ୍ର, ଆଶିଷ ରଥ, ମାନସ କୁମାର ଭଞ୍ଜ, ପ୍ରଭୁଦତ୍ତ ସାମଲ, ସୁଜ୍ଞାନୀ ଦଳାଇ, ହିତେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଅବିନାଶ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥି