Weather Update : IMDର ପୂର୍ବାନୁମାନରେ ପରିବର୍ତ୍ତନ, ଏହି ସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ପହଞ୍ଚିବା ସମ୍ଭାବନା ଅଛି। ମୌସୁମୀ ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି। ତେଣୁ ରଜ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା ଅଛି ବୋଲି IMD ସୂଚନା ଦେଇଛି।

ଶଙ୍କର୍ଷଣ ବାଘ Sat, 11 Jun 2022-3:35 pm,
1/5

ରବିବାର

ରବିବାର (୧୨ ଜୁନ) ପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସକାଳ ସାଢେ ଆଠଟା ସୁଦ୍ଧା କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ଗଜପତି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ସୁନ୍ଦରଗଡ, କେନ୍ଦୁଝର, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ଝଡବର୍ଷା ହୋଇପାରେ।

2/5

ରବିବାର/ସୋମବାର

ରବିବାର ସକାଳ ସାଢେ ଆଠଟାରୁ ସୋମବାର (୧୩ ଜୁନ) ସକାଳ ସାଢେ ଆଠଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, କନ୍ଧମାଳ, ବଲାଙ୍ଗିର, ସୋନପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷା ସହ ବଜ୍ରପାତ ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

3/5

ସୋମବାର/ମଙ୍ଗଳବାର

ସୋମବାର ସକାଳ ସାଢେ ଆଠଟାରୁ ମଙ୍ଗଳବାର (୧୪ ଜୁନ) ସକାଳ ସାଢେ ଆଠଟା ଯାଏଁ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଝଡବର୍ଷା ହେବା ସମ୍ଭାବନା ଅଛି।

4/5

ମଙ୍ଗଳବାର/ବୁଧବାର

ମଙ୍ଗଳବାର ସକାଳ ସାଢେ ଆଠଟାରୁ ବୁଧବାର (ଜୁନ ୧୫) ସକାଳ ସାଢେ ଆଠଟା ସୁଦ୍ଧା କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଝଡବର୍ଷା ହୋଇପାରେ। ଏକ ସମାନ୍ତରଳ ରେଖାରେ ୧୧ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବ।

5/5

ବୁଧବାର/ଗୁରୁବାର

ବୁଧବାର ସକାଳ ସାଢେ ଆଠଟାରୁ ଗୁରୁବାର (ଜୁନ ୧୬) ସକାଳ ଆଠଟା ମଧ୍ୟରେ ଓଡିଶାର ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ହେବ। ପଞ୍ଚିମ ଓଡିଶାର କିଛି ଜିଲ୍ଲାକୁ ଛାଡିଦେଲେ ପୁରା ରାଜ୍ୟ ଭିଜିବ। ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ସମ୍ବଲପୁର, ଦେବଗଡ ଓ ଝାରସୁଗୁଡାକୁ ବାଦ ଦେଲେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link