ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ବର: ଆଜି ପହିଲି ରଜ । ଘରେ ଘରେ ରଜଦୋଳି ଗୀତ ସାଙ୍ଗକୁ ପିଠା ପଣାର ମହକ ।ଉତ୍ସବ ମୁଖର ଗାଁ ଠୁ ସହର । ହେଲେ ଗତବର୍ଷ ଭଳି ଏଥର ବି ଭିନ୍ନ ପରିବେଶରେ ପାଳନ ହୋଇଛି ରଜ ମଉଜ । କୋରୋନା କଟକଣାରେ ଘରେ ରହି ରଜ ପାଳିଛନ୍ତି କୁଆଁରୀ ଝିଅ ଓ ମହିଳା । ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଜି ଖାଁ ଖାଁ ପରିବେଶରେ ରଜ ପର୍ବ ପାଳନ ହୋଇଛି । ଘରେ ରହି ମଉଜ କରିଛନ୍ତି ସହରବାସୀ । ସେପଟେ ସହରବାସୀଙ୍କ ରାସ୍ତାକଡରେ ମିଳିଛି ପିଠା ଅନ୍ ହ୍ବିଲ୍ ।


COMMERCIAL BREAK
SCROLL TO CONTINUE READING

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ (Raja) ଲୋ ଘେନି ନୂଆ ସଜବାଜ । ଓଡି଼ଆ ତଥା ଓଡି଼ଶାର ଗଣପର୍ବ ରଜ ୩ ଦିନ ବେଶ ଆନନ୍ଦ ସହକାରେ ପାଳନ କରିଥାନ୍ତି ସଭିଏଁ । ହେଲେ ଏଥର କୋରୋନା ସବୁ କିଛି ଫିକା କରିଛି । ନା ଝିଅ ବୋହୁଙ୍କ ମେଳି ଲାଗିଛି ନା ଗାଁ ମୁଣ୍ଡରେ ଦୋଳି ଖେଳିବାକୁ ଜମିଛି ଭିଡ଼ । କୋରୋନା କଟକଣା (Corona Guideline) ରେ ବାହାର ମଉଜ ଫିକା ପଡିଛି ସତ ହେଲେ ନୂଆ ଓ ନିଆରା ଅନୁଭୂତିରେ ଘରେ ରହି ନିଜ ପରିବାର ଭିତରେ ନିରାଡ଼ମ୍ବର ଭାବେ ପାଳନ କରୁଛନ୍ତି ରାଜଧାନୀବାସୀ । ପହିଲି ରଜ (First Raja) ରେ ସଜବାଜ ହୋଇ, ପିଠା, ମିଠା ଓ ପାନ ଖାଇ ଘରେ ଦୋଳି କରି ଖେଳିଛନ୍ତି । ତେବେ କୋରୋନା ରଜ ମଉଜକୁ ରଙ୍ଗହୀନ କରିଥିବା ସେମାନେ କହିଛନ୍ତି ।


Also Read: କୋରୋନା ବିରୁଦ୍ଧରେ ଲଢ଼େଇ ପାଇଁ ମିଳିଲା ଆଉ ଏକ ଶକ୍ତିଶାଳୀ ଅସ୍ତ୍ର; ୯୦% ପ୍ରଭାବଶାଳୀ


ଅପରପଟେ ରାଜଧାନୀବାସୀ ଙ୍କ ଘରେ ଘରେ ପିଠା ପହଞ୍ଚାଇବାକୁ ଉଦ୍ୟମ କରିଛି ପାନ୍ଥନିବାସ ଓ ଓ.ଟି.ଡ଼ି. ସି(otdc) । ପାନ୍ଥନିବାସ ର ରଜ ଭେଟି ଭାବେ ଗତବର୍ଷ ଭଳି ଏଥର ମଧ୍ୟ ‘ପିଠା ଅନ୍ ହ୍ୱିଲ’ (Peetha On Wheel) ମାଧ୍ୟମରେ ସୁସ୍ୱାଦୁ ପିଠା ଯୋଗାଇ ଦିଆଯାଇଛି । ରାଜଧାନୀ ର ୬ଟି ସ୍ଥାନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଏହି ପିଠା ଉପଲବ୍ଧ । ପାନ୍ଥନିବାସ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ପିଠା ବିକ୍ରି କରାଯାଉଛି । ରଜରେ ପିଠା ନେବା ପାଇଁ ଗହଳି ଜମିଥିବା ବେଳେ ଲୋକ ମାନଙ୍କର ଆଗ୍ରହ ମଧ୍ୟ ବଢିଛି । ଏହାସହ ରଜ ପାନ ପାଇଁ ରାସ୍ତାକଡ ଓ ଅନଲାଇନରେ ଉପଲବ୍ଧ ରହିଛି । ସେପଟେ ରଜ ପାଇଁ ତିନି ଦିନ ଧରି ସହରରେ କଟକଣା କଠୋର କରିଛି କମିଶନରେଟ୍ ପୋଲିସ (Commissionrate Police) । ରାତି ପାହିଲେ ରଜ ସଂକ୍ରାନ୍ତି (Raja Sankranti) । ରଜ ୩ ଦିନ ନିରାଡ଼ମ୍ବର ଭାବେ ହେବ ପାଳନ । ପୁଣି ଅପେକ୍ଷା ଆର ବରଷକୁ ।