ସରୋଜ ବେହେରା, ଭୁବନେଶ୍ୱର: ନୂଆ ବର୍ଷରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ ।ଅଟୋ ସହ ଅଟୋ ଚାଳକ ମାନେ ମଧ୍ୟ ହେବେ ସ୍ମାର୍ଟ ।ଦେହରେ ରହିବ ୟୁନିଫର୍ମ ଓ ବେକରେ ପରିଚୟ ପତ୍ର । କେବଳେ ସେତିକି ନୁହଁ ଲୋକଙ୍କ ସୁବିଧା ପାଇଁ ମଧ୍ୟ ଓଲା ଉବର ଭଳି ଆରମ୍ଭ ହେବ ଆପ । ଯାତ୍ରୀଙ୍କୁ ଆଉ ଦେବାକୁ ପଡିବନି ଅଧିକ ଟଙ୍କା । ଆସନ୍ତା ୨ ତାରିଖରୁ ରାଜଧାନୀରେ ଥିବା ସମସ୍ତ ଅଟୋଚାଳକଙ୍କ ପାଇଁ ହେବାକୁ ଯାଉଛି ଏଭଳି ବ୍ୟବସ୍ଥା । ଅଟୋଚାଳକଙ୍କ ପାଇଁ ପେନସନ, ବୀମା ମଧ୍ୟ ଯୋଜନା କରାଯାଉଛି । ନୀଖିଳ ଓଡିଶା ଅଟୋ ମହାସଂଘ ସହ କମିଶନରେଟ ପୋଲିସ ମିଳିତ ଭାବେ ଏଭଳି ଉଦ୍ୟମ ଆରମ୍ଭ କରିଛି ।
ରାଜଧାନୀରେ ଅଟୋ ଚାଳକ ହେଲେ ସ୍ମାର୍ଟ । ଓଲା ଉବର ଭଳି ଘରୋଇ ସଂସ୍ଥା ଭଳି ସଂଗଠିତ ଭାବେ ବେପାର କରିବେ ।କଡାକଡି ଟକ୍କରେ ଦେବେ ବିଦେଶୀ କମ୍ପାନୀ ମାନଙ୍କୁ । ଆସନ୍ତା ୨ ତାରିଖରୁ ଏମାନେ ସ୍ମାର୍ଟ ହୋଇ ରାଜରାସ୍ତାକୁ ଓହ୍ଲାଇବେ । ଦେହରେ ଏମାନଙ୍କ ରହିବ ୟୁନିଫର୍ମ, ବେକରେ ପିନ୍ଧିବେ ପରିଚୟ ପତ୍ର । ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିବା ସହ ଲୋକଙ୍କ ନିକଟତର ହେବା ପାଇଁ ରାଜଧାନୀର ଅଟୋଚାଳକ ଆରମ୍ଭ କରିବାକୁ ଯାଉଛନ୍ତି ଏ ସବୁ ବ୍ୟବସ୍ଥା । ସଂଘ ପକ୍ଷରୁ ତିଆରି ହେଉଛି ସ୍ବତନ୍ତ୍ର ଆପ୍ । ଓଡିଆ ଭାଷାରେ ସ୍ବଦେଶୀ ଢଙ୍ଗରେ ତିଆରି ହୋଇଥିବା ଏହି ଆପରୁ ଯାତ୍ରୀ ଅଟୋ ବୁକ କରିବା ସହ ଯିବା ଆସିବା କମ ଦାମରେ କରିପାରିବେ । ପୂର୍ବରୁ ଅଟୋ ବୁକ କଲେ ଯିବା ଆସିବା ଉଭୟ ରାସ୍ତାର ଭଡା ଦେବାକୁ ପଡୁଥିଲା ।ହେଲେ ଏବେ ଗୋଟାଏ ରାସ୍ତାର ଟଙ୍କା ଦେବାକୁ ପଡିବ ।ଆଗକୁ ସାରା ରାଜ୍ୟରେ ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ଯୋଜନା କରାଯାଇଛି ବୋଲି ନୀଖିଳ ଓଡିଶା ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ ସାମଲ । 
ନୂତନ ପରିବହନ ନିୟମ ଲାଗୁ ହେବା ପରେ ରାଜଧାନୀର ଅଟୋ ଚାଳକଙ୍କୁ ସଂଗଠିତ କରିବା ସବୁଠୁ ବଡ ଚାଲେଂଜ ଥିଲା କମିଶନରେଟ ପୋଲିସ ପାଇଁ । ଏଥିପାଇଁ ବିଭିନ୍ନ ସଂଘ ସହ ଆଲୋଚନା ଆରମ୍ଭ କରାଯାଇଥିଲା । ଆଲୋଚନା ପରେ ଚାଳକଙ୍କ ବୀମା ଓ ସେମାନଙ୍କୁ ସାମାଜକ ସୁରକ୍ଷା ଅନ୍ତର୍ଭୁକ୍ତ କିଭଳି କରାଯିବ ତାହାକୁ ନେଇ ଚିନ୍ତା ପ୍ରକାଶ କରାଯାଇଥିଲା । ଏହା ପରେ ସେମାନଙ୍କ ପାଇଁ ତିଆରି ହୋଇଥିଲା ବ୍ଲୁ ପ୍ରିଣ୍ଟ ।ଟ୍ରାଫିକ ଡିସିପିଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ସପ୍ତାହରେ ବସିଥିଲା ବୈଠକ । ପ୍ରଥମେ ୪ ଶହ ଅଟୋଚାଳକଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯାଇଥିଲା । ଏଭଳି ଭାବେ ଏବେ ୪ ହଜାରରୁ ଅଧିକ ଅଟୋଚାଳକ ଏଥିରେ ସାମିଲ ହୋଇସାରିଛନ୍ତି । ଆସନ୍ତା ୨ ତାରିଖରେ ଏହାକୁ ଏକା ସଙ୍ଗେ ଆରମ୍ଭ କରାଯିବ ବୋଲି ଡିସିପି ଟ୍ରାଫିକ କମିଶନର ସାଗରିକ ନାଥ । 
ବଲିଉଡ ହେଉବା ଟଲିଉଡ ଦକ୍ଷିଣର ରାଜ୍ୟ ମାନଙ୍କରେ ଏଭଳି ବ୍ୟବସ୍ଥା ଦେଖିଛି ଆମେ ।ହେଲେ ଏଥିର ଏହା ଆମ ରାଜଧାନୀରେ ଲାଗୁ ହେବ । ତାହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଜୋରଦାର ବ୍ୟବସ୍ଥା କରାଯାଉଛି । 


COMMERCIAL BREAK
SCROLL TO CONTINUE READING