Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଋଷର କାଜାନ ସହରରେ ଭୟଙ୍କର ଡ୍ରୋନ (UAV) ଆକ୍ରମଣ ହୋଇଛି । ଯାହା ଆମେରିକାର ଇତିହାସରେ ଘଟିଥିବା 9/11 ଆକ୍ରମଣ ଘଟଣାକୁ ମନେ ପକାଇଦେଇଛି । ଏହି ଆକ୍ରମଣ କାଜାନ ସହରର ତିନୋଟି ଉଚ୍ଚ ଅଟ୍ଟାଳିକାରେ ଘଟିଥିଲା। ଆକ୍ରମଣ କାରଣରୁ ଅନେକ କ୍ଷତି ହୋଇଥିବା ଆକଳନ କରାଯାଉଛି । ଏହା ପଛରେ ୟୁକ୍ରେନର ହାତ ଥିବା ଋଷ ସିଧାସଳଖ ଅଭିଯୋଗ କରିଛି।
Headlines 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ଗସ୍ତରେ କୁଏତ ଯାତ୍ରା କରିଛନ୍ତି। ଭାରତ ଏବଂ କୁଏତ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜୁତ କରିବା ତଥା ଭବିଷ୍ୟତର ମାର୍ଗ ନିର୍ଦ୍ଧାରରଣ କରିବା ଲାଗି ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଗସ୍ତ ସମୟରେ ସେ କୁଏତର ପ୍ରଧାନମନ୍ତ୍ରୀ ଓ ରାଜାଙ୍କ ସହସାକ୍ଷାତ କରିବେ।
Headlines 03- ଡିସେମ୍ୱର ୨୮ରେ ସମ୍ବଲପୁର ଗସ୍ତ କରିବେ ଗୃହ ମନ୍ତ୍ରୀ ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଗୃହମନ୍ତ୍ରୀ ପ୍ରଥମେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିବେ ଏବଂ ପରେ ତିନିରୁ ଚାରୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ ବୋଲି ସୂଚନା ମିଳିଛି ।
Headlines 04- ପୂର୍ବତନ କ୍ରିକେଟର ରବିନ୍ ଉଥପ୍ପାଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଛି । EPFO ଟଙ୍କା ହେରଫେର ମାମଲାରେ ଗିରଫ ପରୱାନା ଜାରି ହୋଇଥିବା ସୂଚନା ମିଳିଛି । କମ୍ପାନୀର ନିର୍ଦ୍ଦେଶକ ଭାବେ ୨୩.୩୬ ଲକ୍ଷ ଜମା ନକରି ହେରଫେର କରିଥିବା ଅଭିଯୋଗ ।
Headlines 05- ଆଜି ସବୁଠାରୁ ଛୋଟ ଦିନ ଏବଂ ରାତି ବଡ଼ । ଭୁବନେଶ୍ବରରେ ଦିନର ସମୟ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ । ସେହିପରି ରାତି ସମୟ ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ ।
Headlines 06- ପିପିଲିରୁ ଜବତ ହୋଇଛି ପ୍ରାୟ ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ବାଲେଶ୍ବରରୁ ପିପିଲି ଭାୟା ରାଉରକେଲା ହୋଇ ବ୍ରାଉନସୁଗାର ଆସୁଥିବା ସୂଚନା ମିଳିଛି । ଏଥିସହ ୩ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୁରୀ ଅବକାରୀ ସ୍କ୍ବାଡ୍ । ଅଭିଯୁକ୍ତମାନଙ୍କୁ ବର୍ତ୍ତମାନ ପୋଲିସ ପକ୍ଷରୁ ପଚରା ଉଚରା ଚାଲିଛି ।
Headlines 07- ଅଦିନିଆ ବର୍ଷାରେ ଧାନଚାଷ ପ୍ରଭାବିତ ହୋଇଛି। ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଯୋଗୁ ଚାଷୀକୁଳ ଆତଙ୍କିତ ହୋଇ ପଡିଛନ୍ତି। ବିଲରେ ପାଚିଲା ଧାନ, ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା କିନ୍ତୁ ପାଚିଲା ଧାନ ଗୁଡିକ ଗଜା ହୋଇଯିବାର ଚିନ୍ତା ଏବେ ଚାଷୀଙ୍କୁ ଘାରିଛି ।
Headlines 08- ୩୦ ହଜାର କ୍ବିଣ୍ଟାଲ ଗହମ ଓଡ଼ିଶା ଗୋଦାମରେ ଗଚ୍ଛିତ ଅଛି । ଏ ପରିସ୍ଥିତିରେ ଧାନ ଓ ଗହମ ପାଇଁ ଷ୍ଟୋରେଜ ସମସ୍ୟା ଦେଖାଯାଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ସେ ଏକଥା ମଧ୍ୟ କହିଛନ୍ତି ଯେ, ଏଫସିଆଇକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମିଲରମାନେ ନିଜ ଷ୍ଟୋରରେ ଧାନ ଓ ଗହମ ଗଚ୍ଛିତ ରଖିବେ। ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ଚାଉଳ ଅଛି, ତାକୁ ବିକ୍ରି କର। ଗହମ ଓ ଚାଉଳ ଗୋଦାମରେ ଅଛି।
Headlines 09- ବୈତରଣୀ ନଦୀରୁ ଉଦ୍ଧାର କରାଯାଇଛି ୧୮ଟି ପ୍ରାଚୀନ ବିରଳ ଶୈବ ଓ ବୌଦ୍ଧ ଦେବାଦେବୀଙ୍କ ମୂର୍ତ୍ତି ଖୋଦିତ ପ୍ରାଚୀନ ଅର୍ଘ୍ୟ ସ୍ତୁପ ଓ ମନ୍ଦିର। ସୂଚନା ଆଧାରରେ ଭଣ୍ଡାରିପୋଖରୀ ବ୍ଲକ ଅଧୀନ ମଣିନାଥପୁର ଗ୍ରାମର ଯୁବକ ବିବେକାନନ୍ଦଙ୍କ ନଜରେ ଏହା ପଡିବା ପରେ ଇନଟାକ ସଦସ୍ୟ ତଥା ଯୁବ ଗବେଷକ ବିଶ୍ବମ୍ବର ରାଉତଙ୍କୁ ସୂଚନା ଦେଇଥିଲେ । ଏହାପରେ ଆଖପାଖ ଅଞ୍ଚଳରେ ଅନେଶ୍ୱଣ କରାଯାଇ ମୋଟ ୧୮ ଟି ଅର୍ଘ୍ୟ ସ୍ତୁପ କ୍ଷୁଦ୍ର ମନ୍ଦିର ଠାବ କରାଯାଇଥିଲା ।
Headlines 10- ଆଜି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ବର, ମୟୂରଭଂଜ, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡା। ଏହିସବୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ବିଜୁଳି ଘଡଘଡି ମଧ୍ୟ ହେବାର ସମ୍ଭାବନା ରହିଛି।