ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ଉପରେ ନେଇଥିବା ନିଷ୍ପତ୍ତି ଉପରେ ସରକାର ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଚଳିତ ମାସ ତୃତୀୟ ସପ୍ତାହରୁ ସ୍କୁଲ ଖୋଲିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଉପରେ ରୋକ ଲଗାଇଛନ୍ତି। କୋରୋନାର ସ୍ଥିତିକୁ ଦେଖି ସ୍କୁଲ ଏବେ ଖୋଲାଯିବ ନାହିଁ ବୋଲି ବିଭାଗ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ୩ କୋଟି ଟିକା ପାଇଁ ସିରମ ସହିତ ଚୁକ୍ତି ସ୍ୱାକ୍ଷର କଲା ବାଂଲାଦେଶ


ସୂଚନାଯୋଗ୍ୟ କୋରୋନା ସ୍ଥିତି ରାଜ୍ୟରେ ସୁଧୁରିଥିବାରୁ ଅନଲକ ୬.୦ ଗାଇଡ଼ଲାଇନରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦେଶର ଅନ୍ୟ କିଛି ରାଜ୍ୟରେ କୋରୋନା ସ୍ଥିତି ପାଇଁ ସ୍କୁଲ ଖୋଲାଯାଇ ପାରୁନି। ଦିଲ୍ଲୀରେ କୋରୋନା ସଂକ୍ରମିତ ବଢିବା ଫଳରେ ପୁନର୍ବାର ସ୍କୁଲ  ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ। ସ୍କୁଲ ଖୋଲିବା ପରେ ସଂକ୍ରମିତର ମାମଲା ମଧ୍ୟ କିଛି ରାଜ୍ୟରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଫଳରେ ଉକ୍ତ ରାଜ୍ୟର ସ୍ଥିତିକୁ ଦେଖି ଓଡ଼ିଶାର ସ୍କୁଲ ଓ ଗଣଶିକ୍ଷା ବିଭାଗ ବର୍ତ୍ତମାନ ସମୟରେ ସ୍କୁଲ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। 


ଅଧିକ ପଢନ୍ତୁ: ବିଜେପି ନଜରରେ ବଙ୍ଗଳା, ଦଖଲ ପାଇଁ ଚାଣକ୍ୟ ପ୍ରସ୍ତୁତ କରୁଛନ୍ତି ରଣନୀତି


ସେପଟେ ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଲହରୀ ପାଇଁ ସତର୍କ ରହିବାକୁ ସୂଚନା ଦେଇଥିଲେ। ଫଳରେ ଗଣଶିକ୍ଷା ବିଭାଗ ପକ୍ଷରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଗତ ମାର୍ଚ୍ଚ ମାସରୁ ଦେଶର ସମସ୍ତ ସ୍କୁଲ ବର୍ତ୍ତମାନ ବନ୍ଦ ରହିଛି। ଅନଲାଇନରେ ଶିକ୍ଷାଦାନ କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଏହା ସମସ୍ତଙ୍କ ନିକଟରେ ପହଞ୍ଚି ପାରୁନାହିଁ। 


ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧ରୁ ଖୋଲିବାକୁ ଥିବା ନବମରୁ ଦଶମ ଶ୍ରେଣୀ ଖୋଲିବାକୁ ଥିବା ବେଳେ  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା।