ଭୁବନେଶ୍ୱର: କୋରୋନା ମହାମାରୀ ଯୋଗୁଁ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଆଉ ଏହି କାରଣରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପୁଣିଥରେ ଟ୍ରାକକୁ ଆଣିବାକୁ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ମଧ୍ୟ ପ୍ରୟାସ ଆରମ୍ଭ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ ମାଟ୍ରିକ ପରୀକ୍ଷା (Matric Exam) ହେବ । ଜିଲ୍ଲା ଏବଂ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ରହିବ। ଛାତ୍ରଛାତ୍ରୀମାନଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ ହେବ ଏବଂ ସେମାନଙ୍କ ଥର୍ମାଲ୍ ସ୍କାନିଂ  କରାଯିବ। ଚଳିତ ଜୁଲାଇ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ଗୃହରେ ପାଠପଢା ଆରମ୍ଭ ହେବ । ସମସ୍ତ ସରକାରୀ (Government School) ତଥା ବେସରକାରୀ ସ୍କୁଲ୍ (Private School)ପାଇଁ ଏହି ନିୟମ ଲାଗୁହେବ। 


Also Read: ପ୍ରଧାନମନ୍ତ୍ରୀ Modi ଙ୍କ ଚିନ୍ତାପ୍ରକଟ: ଦୁଆର ମୁହଁରେ କୋରୋନାର Third Wave !


ସକାଳ ୧୦.୦୦ ରୁ ଦିନ ୧.୩୦ ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯିବ । ଛାତ୍ରଛାତ୍ରୀମାନେ ସ୍ବାସ୍ଥ୍ୟର ନିରାପତ୍ତା ଦୃଷ୍ଟିରୁ ଜିଲ୍ଲାପାଳମାନେ ସ୍ଥଳ ବିଶେଷରେ ସ୍କୁଲ୍ ଖୋଲାଯିବା ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୋଭିଡ୍ ନିର୍ଦ୍ଦେଶାବଳୀ  (Covid Guideline) ପାଳନ ସହ ପାଠପଢା କିପରି ହେବ ସେନେଇ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି । କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ପାଠପଢା ପରିଚାଳନା କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।


Also Read: PF Account ରୁ ଟଙ୍କା ଟ୍ରାନ୍ସଫର କରିବା ହେଲା ସହଜ, ଜାଣନ୍ତୁ ପ୍ରୋସେସ୍


ସେପଟେ ଗଣଶିକ୍ଷା ସଚିବ କହିଛନ୍ତି, ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିପାରେ (School Reopen) । ସେ କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପରେ ନବମ ଶ୍ରେଣୀ ବି ସେତିକି ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ ଆମେ ସେଥିପ୍ରତି ବି ଧ୍ୟାନ ଦେବୁ । ଯଦି ପରିସ୍ଥିତି ସ୍ୱାଭାବିକ ରୁହେ, ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ ଖୋଲିବ । ସେହିପରି ରାଜ୍ୟ ସରକାର (Odisha Government) ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ପାଇଁ ଯୋଜନା କରୁଛନ୍ତି । ସେପଟେ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ମାଟ୍ରିକ ପରୀକ୍ଷା ପରିଚାଳନା କରାଯିବ । ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତଙ୍କ କୋଭିଡ୍ ପରୀକ୍ଷା ମଧ୍ୟ କରାଯିବ।