ପ୍ରଧାନମନ୍ତ୍ରୀ Modi ଙ୍କ ଚିନ୍ତାପ୍ରକଟ: ଦୁଆର ମୁହଁରେ କୋରୋନାର Third Wave !
Advertisement

ପ୍ରଧାନମନ୍ତ୍ରୀ Modi ଙ୍କ ଚିନ୍ତାପ୍ରକଟ: ଦୁଆର ମୁହଁରେ କୋରୋନାର Third Wave !

'ଆମେ ସମସ୍ତେ ଏପରି ସ୍ଥିତିରେ ଅଛୁ ଯେଉଁଠାରେ ତୃତୀୟ ଲହର (Third Wave) ର ଭୟ କ୍ରମାଗତ ଭାବରେ ପ୍ରକାଶ କରାଯାଉଛି । କେତେକ ରାଜ୍ୟରେ ବଢୁଥିବା କୋରୋନା ମାମଲା ସଂଖ୍ୟା ଚିନ୍ତାର କାରଣ ହୋଇଛି । 

ପ୍ରଧାନମନ୍ତ୍ରୀ Modi ଙ୍କ ଚିନ୍ତାପ୍ରକଟ: ଦୁଆର ମୁହଁରେ କୋରୋନାର Third Wave !

ନୂଆଦିଲ୍ଲୀ: ଆମେ ଦେଶ କୋରୋନାର ଦ୍ୱିତୀୟ ଲହରରୁ ସଂପୂର୍ଣ୍ଣ ଭାବେ ମୁକ୍ତି ପାଇ ପାରିନାହିଁ, ହେଲେ ଏବେ  ତୃତୀୟ ଲହରର ବିପଦ ଆସିବାକୁ ଲାଗିଲାଣି । ଆଗାମୀ ଦିନକୁ ନିଜରରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ମଧ୍ୟ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବିଶ୍ୱ ଏବେ କୋରୋନାର ତୃତୀୟ ଲହର ଆଡ଼କୁ ଗତି କରୁଛି। ପରବର୍ତ୍ତୀ ୧୦୦ ରୁ ୧୨୫ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହି ସମୟ ମଧ୍ୟରେ ଲୋକମାନେ ସାବଧାନ ହେବା ନିହାତି ଆବଶ୍ୟକ ।

ଆଉ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ମଧ୍ୟ ମହାରାଷ୍ଟ୍ର, କେରଳ ସମେତ ୬ଟି ରାଜ୍ୟରେ ବଢୁଥିବା କୋରୋନା ମାମଲାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । କୋଭିଡ ୧୯ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେ 'ଆମେ ସମସ୍ତେ ଏପରି ସ୍ଥିତିରେ ଅଛୁ ଯେଉଁଠାରେ ତୃତୀୟ ଲହର (Third Wave) ର ଭୟ କ୍ରମାଗତ ଭାବରେ ପ୍ରକାଶ କରାଯାଉଛି । କେତେକ ରାଜ୍ୟରେ ବଢୁଥିବା କୋରୋନା ମାମଲା ସଂଖ୍ୟା ଚିନ୍ତାର କାରଣ ହୋଇଛି । 

Also Read: ଆସିପାରେ Interview ରେ ପ୍ରଶ୍ନ, ରସଗୋଲାକୁ ଇଂରାଜୀରେ କଣ କୁହନ୍ତି ?

ଯଦିଓ ଧାରା ହ୍ରାସ ହେତୁ ବିଶେଷଜ୍ଞମାନେ ସକରାତ୍ମକ ସୂଚନା ଦେଉଛନ୍ତି। ତଥାପି କୋରୋନା ସମ୍ପୂର୍ଣ୍ଣ ରୂପେ ଆମ ଗହଣରୁ ଯାଇନାହିଁ । ତେବେ ପ୍ରଧାନମନ୍ତ୍ରୀ (Prime Minister) ଏକଥାବି କହିଛନ୍ତି ଯେ, ଗତ ସପ୍ତାହର ବୈଠକ ତୁଳନାରେ ଉପସ୍ଥିତ ରାଜ୍ୟ ମାନଙ୍କର ୮୦ ପ୍ରତିଶତ ମାମଲା ରହିଥିବା ବେଳେ ୮୪ ପ୍ରତିଶତ ମୃତ୍ୟୁ ହୋଇଛି । ୟୁରୋପ, ଆମେରିକା, ବାଂଲାଦେଶ, ଇଣ୍ଡୋନେସିଆ, ଥାଇଲାଣ୍ଡ ଏବଂ ଅନ୍ୟାନ୍ୟ ଦେଶରେ କୋରୋନା ମାମଲା ସଂଖ୍ୟା ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରି କହିଛନ୍ତି ଯେ, ଏହା ଆମକୁ ତଥା ବିଶ୍ୱକୁ ସତର୍କ କରାଯିବା ଉଚିତ । 

Also Read: ଜୀବନ ନେଲା ଏକତରଫା ପ୍ରେମ! କୀଟନାଶକ ପିଇ ଗାଈ ଚରାଇବାକୁ ଯାଇଥିଲେ ଯୁବକ

ପ୍ରଧାନମନ୍ତ୍ରୀ ଏହି ବୈଠକରେ ଦୋହରାଇଛନ୍ତି ଯେ କୋରୋନା ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇନାହିଁ ଏବଂ ଲକଡାଉନ ଖୋଲାଯିବା ପରେ ଆସୁଥିବା କୋଭିଡ ଗାଇଡ଼ଲାଇନ (Covid Guideline) ର ଉଲ୍ଲଂଘନ ଚିତ୍ର ଉପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ପ୍ରୋଟୋକଲ ଅନୁସରଣ କରିବା ଏବଂ ଭିଡ଼ରୁ ଦୂରେଇ ରହିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।