ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଘନୀଭୂତ ହେଉଛି ଲଘୁଚାପ (Low Pressure)। ବାତ୍ୟା (Cyclone)ଆଶଙ୍କା। ଆସନ୍ତା ୨୫ ତାରିଖରୁ ରାଜ୍ୟରେ ବର୍ଷିବ। ଦକ୍ଷିଣ-ପୂର୍ବ ଓ ଏହାର ଆଖପାଖ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ (Bay of Bengal)ସକ୍ରିୟ ଲଘୁଚାପ ଘନୀଭୂତ ହେଉଛି। ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅବପାତ (Depression)ଏବଂ ପରବର୍ତ୍ତୀ ୨୪ ଘଣ୍ଟା ରେ ଏକ ସାମୁଦ୍ରିକ ଝଡ (Sea storm)‘ନିଭାର’(Nivar)ରୂପ ନେବାର ସମ୍ଭାବନା ରହିଛି।


COMMERCIAL BREAK
SCROLL TO CONTINUE READING

 ୨୫ ତାରିଖ ମଧ୍ୟାହ୍ନ ପରେ ଏହା ତାମିଲନାଡୁ (Tamilnadu)ଓ ପୁଡୁଚେରୀ (Puducherry)ମଧ୍ୟରେ ସ୍ଥଳଭାଗ ଛୁଇଁବା (Land Fall)ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Metrological Centre)। ସେପଟେ ଆଭ୍ୟନ୍ତରୀଣ ଓଡିଶାରେ ଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଦୁର୍ବଳ ହେଉଛି। ରାଜ୍ୟରେ ଏହାର ପ୍ରଭାବ ଆସନ୍ତା ବୁଧବାର ୨୫ ତାରିଖରୁ ଆରମ୍ଭ ହେବ। ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ମୟୂରଭଞ୍ଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନୟାଗଡ ଆଦି ଜିଲ୍ଲାରେ ଘନ କୁହୁଡି (Dense Fog)ନେଇ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି।


ଏହାସହ ଗଞ୍ଜାମ, ଗଜପତି ଜିଲ୍ଲାରେ ହାଲକା ବର୍ଷା (Light Rain)ସମ୍ଭାବନା ରହିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବୌଦ୍ଧ, ଖୋର୍ଦ୍ଧା, କଟକ, ଯାଜପୁର, ସମ୍ବଲପୁର, ଦେଓଗଡ ଜିଲ୍ଲାରେ ହାଲକା କୁହୁଡି (Light Fog)ହେବାର ଆଶଙ୍କା ରହିଛି। ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ଘନ କୁହୁଡି ଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ୨୫ ତାରିଖରୁ ଦକ୍ଷିଣ ଓଡିଶାର ୩ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ସେପଟେ ଆସନ୍ତା ୩୦ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।