Blind Murder Case:ଅନୈତିକ ସମ୍ପର୍କରୁ ମୁଣ୍ଡକାଟ, `ମୋର ନୁହଁ ତ କାହାର ନୁହଁ`
ଜଘନ୍ୟ ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । ପୋଲିସ କମିଶନରଙ୍କ ଅନୁଯାୟୀ, ବଡ ଚ୍ୟାଲେଞ୍ଜିଂ ହୋଇଥିଲା ଏହି ହତ୍ୟାକାଣ୍ଡର ଗୁମର ଖୋଲିବା ।
ଭୁବନେଶ୍ବର: ହଟିଲା ହତ୍ୟାକାଣ୍ଡ ଉପରୁ ସବୁ ଗୁମର । ଦାସପୁର ନିକଟରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଘଟଣା ଉପରୁ ସବୁ ରହସ୍ୟ ଖୋଲିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ମୃତାଙ୍କ ନାଁ ପୁଷ୍ପଲତା ରାଉଳ । ବୟସ ୨୮ ବର୍ଷ । ସେ ମଞ୍ଚେଶ୍ୱର ଥାନା ଧିରକୁଟ ବସ୍ତିରେ ରହୁଥିଲେ । ଏହି ଜଘନ୍ୟ ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । ପୋଲିସ କମିଶନରଙ୍କ ଅନୁଯାୟୀ, ବଡ ଚ୍ୟାଲେଞ୍ଜିଂ ହୋଇଥିଲା ଏହି ହତ୍ୟାକାଣ୍ଡର ଗୁମର ଖୋଲିବା । କାରଣ ମୁଣ୍ଡବିହୀନ ଶରୀରର ପରିଚୟ ଖୋଜିବା ପୋଲିସ ପାଇଁ ଅତ୍ୟନ୍ତ କାଠିକର ପାଠ ସାବ୍ୟସ୍ତ ହୋଇଥିଲା।
ସୂଚନାନୁସାରେ, ପାଖାପାଖି ୯ ଦିନ ଧରି କସରତ କରିବା ପରେ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିପାରିଛି ପୋଲିସ ।
ଦାସପୁର ନିକଟରୁ ଗତ ୪ ତାରିଖ ଦିନ ସକାଳୁ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହରେ ମୁଣ୍ଡ ନଥିବାରୁ ତାର ପରିଚୟ ମିଳିବାରେ ପୋଲିସ (Police) କୁ ନାକେଦମ ହେବାକୁ ପଡ଼ିଥିଲା । ପରିଚୟ ପାଇବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସନ୍ଧାନୀ କୁକୁର, ଫରେନସିକ ଟିମ (Forensic team) ର ସହାୟତା ନେଇଥିଲା କମିଶନରେଟ ପୋଲିସ (Commissionerate Police)। ମାତ୍ର କୌଣସି ସୁରାକ ମିଳିନଥିଲା ହତ୍ୟାକାଣ୍ଡ (Murder) ସମ୍ପର୍କରେ ।
Also Read: ପରୀ ପରି ଝରାଫୁଲ ଅଭିଯୁକ୍ତର ବୟାନରେ ସୀମିତ ପୋଲିସ ତଦନ୍ତ!
ହେଲେ ଆଜି ଏହି ଘଟଣା ଉପରୁ ପରଦା ହଟିଛି । ମୋଟାମୋଟି କହିବାକୁ ଗଲେ ଅନୈତିକ ସମ୍ପର୍କ ମହିଳାଙ୍କ ଜୀବନ ନେଇଛି । ମୃତ ମହିଳାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ସେ ସଞ୍ଜୟ ଓରଫ ଅଙ୍ଗଦ ଦାସଙ୍କ ସମ୍ପର୍କରେ ଆସିଥିଲେ । ସଞ୍ଜୟ ପୂର୍ବରୁ ପୁଷ୍ପଲତା (Pushpalata) ଙ୍କ ଘରେ ଘରଭଡ଼ାରେ ରହୁଥିଲେ । ସେଥିପାଇଁ ଉଭୟେ ଉଭୟେଙ୍କୁ ପ୍ରାୟ ୬ ବର୍ଷ ଧରି ଜାଣିଥିଲେ । ପରେ ପୁଷ୍ପଲତା ଭରତପରୁ ତାରେଣିନଗର ବସ୍ତିରେ ନିଜେ ଏକ ଘର କରି ରହିଆସୁଥିଲେ ।ମାତ୍ର ମଝିରେ ମଝିରେ ସଞ୍ଜୟଙ୍କ ପାଖକୁ ଯିବା ସହ ତାଙ୍କ ସହ ପ୍ରାୟ ମାସେ ଧରି ରହିଆସୁଥିଲେ।
Also Read: ଚୀନ ସୀମାରେ ଭାରତର ବଡ ବିଜୟ
ଏହାରି ଭିତରେ ଡିସେମ୍ବର ମାସ(December)ରେ ପୁଷ୍ପଲତା ଆମପୋଇ ଅଞ୍ଚଳର ପ୍ରିତିରଞ୍ଜନ ପତି ନାମକ ଯୁବକଙ୍କୁ ବିବାହ କରି ଚକେଇଶିଆଣିରେ ତାଙ୍କ ସହ ରହିବାକୁ ଲାଗିଥିଲେ । ହେଲେ କିଛିଦିନ ପରେ ପୁଷ୍ପଲତା ପ୍ରିତୀରଞ୍ଜନକୁ ଛାଡି଼ ପୁଣିଥରେ ସଞ୍ଜୟଙ୍କ ସହ ରହିବାକୁ ଆରମ୍ଭ କରିଥିଲେ। ଏହାକୁ ନେଇ ସଞ୍ଜୟ ଓ ମୃତ ମହିଳା ପୁଷ୍ପଲତାଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏହାକୁ ନେଇ ସଞ୍ଜୟ ଗତ ୩ ତାରିଖ ସନ୍ଧ୍ୟା ୫ଟା ସମୟରେ ପ୍ରଥମେ ତଣ୍ଟିଚିପି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ଠିକଣାରେ ଲଗାଇବାକୁ ଯାଇ ସଞ୍ଜୟ ନିଜ ସାଙ୍ଗ ଚନ୍ଦୁ ଓରଫ ଶ୍ରୀକାନ୍ତ ଦାସ ର ସାହାଯ୍ୟ ନେଇଥିଲା।
Also Read: ପେନସନଭୋଗୀଙ୍କୁ ବଡ ଉପହାର ଦେଲେ ମୋଦି ସରକାର, ଫେବୃଆରୀ ଯାଏ ମିଳିବ ଏହାର ଲାଭ
ସଞ୍ଜୟ ଏକ ମାଲଗାଡ଼ି ବୋଲେରୋ (Bolero) ର ମାଲିକ ଓ ଡ୍ରାଇଭର ସେହିପରି ଚନ୍ଦୁ ଜଣେ ରାଜମିସ୍ତ୍ରୀ। ଉଭୟେ ଗଞ୍ଜାମ(Ganjam) ର ହୁମା ଅଞ୍ଚଳର । ହତ୍ୟା କରିବା ପରେ ଆଇଗିଣିଆ ବଜାରକୁ ଯାଇ ଗ୍ଲୋବସ ଓ ଛୁରୀ (Knife) କିଣିବା ପରେ ମୃତଦେହକୁ ରାତାରାତି ଦାସପୁର ଅଞ୍ଚଳରେ ଫୋପାଡି଼ ମୁଣ୍ଡ କାଟି ଫେରାର ହୋଇଯାଇଥିଲେ । ଅପରାଧ ଘଟାଇ କାମ ବାହାନାରେ ଦଶପଲ୍ଲାରେ ଦୁଇ ଅଭିଯୁକ୍ତ ସେଠାରେ ଲୁଚିଥିଲେ । ହତ୍ୟାକାଣ୍ଡରେ ବ୍ୟବହୃତ ସବୁ ସାମଗ୍ରୀ ସହ କଟାମୁଣ୍ଡ ଜବତ କରାଯାଇଛି ।
Edited: Zee Odisha Desk