ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ହୋଇଛି ଲଘୁଚାପ ସହ ଚଳିତ ବର୍ଷର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାକୁ ନଜରରେ ରଖି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ନେଇ ସତର୍କତା ଜାରି ହୋଇଛି। ବଙ୍ଗୋପ ସାଗର ଠାରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ରହିଛି।


COMMERCIAL BREAK
SCROLL TO CONTINUE READING

ଯାହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ (South West Monsoon) ବାୟୁ ଶନିବାର ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ପୁରୀ ଜିଲ୍ଲାର ବଳକା ଅଂଶ ଏବଂ ନୟାଗଡ, ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ସ୍ଥାନ ସମେତ କଟକ, ଯାଜପୁର, ମୟୂରଭଞ୍ଜ ଜିଲ୍ଲାର କିଛି ଅଂଶରେ ପ୍ରବେଶ କରିଛି। ଆସନ୍ତା ୨୪ ଘଣ୍ଟାରେ ଅନ୍ୟ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଅର୍ଥାତ ୧୫ ତାରିଖ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।


Also Read: ସକ୍ରିୟ ହେଉଛି Monsoon; ଲଘୁଚାପ ଜନିତ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ BMC


ଆସନ୍ତାକାଲି ସକାଳ ସରାଢେ ୮ଟା ମଧ୍ୟରେ ଉତ୍ତର ଉପକୂଳ ଓଡିଶାର ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଏବଂ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି। ଏହାସହ ସମୁଦ୍ର ଅଶାନ୍ତ ରହିବା ସହ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି।